ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋପବନ୍ଧୁ ପାଠାଗାରରେ ଗୁରୁଦିବସ ପାଳନ

ରାଉରକେଲା/ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାରଠାରେ ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।ପାଠାଗାରର ସଭାପତି ଇଂ ନବଘନ ସାହୁଙ୍କ ଅଧ୍ୟକ୍ଷତା ସାଧାରଣ ସଂପାଦକ ହରିହର ଶତପଥୀଙ୍କ ଆବାହକତ୍ବ ତଥା ଉପସଭାପତି ବିଭୁତି ଭୂଷଣ ଦାସ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୀପିକା ମହିଳା ସଂହତି ର ଉପସଭାପତି ତଥା ଏନଆଇଟି ର ପ୍ରଫେସର ଡଃ ସୁସ୍ମିତା ଦାସ ମୁଖ୍ୟଅତିଥି, ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ମୁଖ୍ୟବକ୍ତା ଓ ଓଡିଶା ସାହିତ୍ୟ ଏକାଡ଼େମୀର ସଭ୍ୟ ରାଜୀବ ପାଣି ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଗୁରୁଦିବସ ପାଳନର ତାତ୍ପର୍ଯ୍ୟ ଓ ଆଜିର ଆହ୍ୱାନ ସଂପର୍କରେ ଆଲୋଚନା କରିଥିଲେ । ଅତିଥି ମାନେ ସେମାନଙ୍କର ବକ୍ତବ୍ଯରେ କହିଲେ ସେ ବିଦ୍ୟା ଅଧ୍ୟୟନ କଲେ ନମ୍ରତା ତଥା ବିନୟ ଭାବ ପ୍ରକାଶ ପାଏ। ମଣିଷ ବିନୟ ଭାବ ଦ୍ବାରା ସମାଜରେ ଆଦୃତ ହୁଏ । ସଂପ୍ରତି ଗୁରୁ ଶିଷ୍ୟ ପରମ୍ପରାର ଅବକ୍ଷୟ ଘଟି ଚାଲିଛି । ଗୁରୁ ହେଉଛନ୍ତି ଅନ୍ତଦୃଷ୍ଟି ଋଷି। ଶିକ୍ଷକ ମାନେ ମନୋବୈଜ୍ଞାନିକ। ଗୁରୁ ଓ ଶିକ୍ଷକଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ରହିଥିବା ବେଳେ ଗୁରୁ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ଦରକାର। ଏହି ଅବସରରେ ଶିକ୍ଷାବିତ ରଶ୍ମି ବାଳା ରାଉତରାୟ ଙ୍କୁ ଅଜିତ ଦାସ ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ସଭାପତି ସଭାପତି ଶ୍ରୀ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ସଂଯୋଜକ ଶ୍ରୀ ଦାସ ଗୁରୁ ଦିବସ ପାଳନ ଓ ଏହାର ଆବଶ୍ୟକତା ଉପରେ ବକ୍ତବ୍ଯ ରଖିଥିଲେ । ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଠାଗାରର ସମସ୍ତ କର୍ମକର୍ତ୍ତା ଗଣ , ସାହିତ୍ୟିକ,ଶିକ୍ଷକ ଶିକ୍ଷୟିତ୍ରୀ,ବୁଦ୍ଧିଜୀବୀ ବହୁ ସଂଖ୍ୟାରେ ଯୋଗଦେଇ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଚନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ଙ୍କ ନାମରେ ଏନବିଡ୍ଲୁ ଜାରୀ

Sunil Chandra Nayak

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ପବିତ୍ର ରଥଯାତ୍ରା

Leave a Comment

error: Content is protected !!