ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସହରର ବିଭିନ୍ନ ଅନୁଷ୍ଠାନ ରେ ଗୁରୁଦିବସ ପାଳନ

ରାଉରକେଲା/ ଶ୍ରୀକୃଷ୍ଣ କଳା ପରିଷଦ: ଛେଣ୍ଡ ଧାମରା ସଂଘ ଠାରେ ଶ୍ରୀକୃଷ୍ଣ କଳା ପରିଷଦ ପକ୍ଷରୁ ଗୁରୁ ଦିବସ ପାଳିତ ହୋଇଯାଇଛି ।ପରିଷଦ ର ସଭାପତି ପ୍ରତାପ କିଶୋର ବିଶ୍ବାଳଙ୍କ ସଭାପତିତ୍ବ ସାଧାରଣ ସଂପାଦକ ଅଜିତ କୁମାର ସେନାପତି ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଟ୍ଯଗୁରୁ ଭାସ୍କର ଚନ୍ଦ୍ର ମହାପାତ୍ର, ଗୁରୁ ସୁରେନ୍ଦ୍ର ପାଢୀ,ଗୁରୁ ବିବେକାନନ୍ଦ ଦାସ,ଗୁରୁ ଚନ୍ଦ୍ରମଣୀ ମାଝୀ ଙ୍କୁ ପୁଷ୍ପ ଗୁଛ୍ଛ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଗୁରୁମାନେ ସେମାନଙ୍କର ଆଶ୍ରିବଚନ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭରତ ସେଠୀ, ବିଚିତ୍ରାନନ୍ଦ ଦାସ,ବିନୟ କୁମାର ଜେନା,ପ୍ରଶାନ୍ତ କୁମାର ରାଉତ,ଅନିଲକାନ୍ତ ଦାସ ,ଗୌତମ ଉପାଧ୍ୟାୟ, ଶୁଭେନ୍ଦୁ ସାମଲ, ବଣ୍ଟି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଉତ୍କଳ ନବଜୀବନ ମଣ୍ଡଳ…..

ଜଗଦା ସ୍ଥିତ ଉତ୍କଳ ନବଜୀବନ ମଣ୍ଡଳଠାରେ ଗୁରୁଦିବସ ପାଳନ ହୋଇଯାଇଛି । ଗୀତାଞ୍ଜଳୀ ମହାପାତ୍ର ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଲେଇ ଶିକ୍ଷାକେନ୍ଦ୍ର ର ଶିକ୍ଷାର୍ଥୀ ମାନେ ସେମାନଙ୍କର ଗୁରୁ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ଗୁରୁଦିବସ ପାଳନ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସ୍ବର୍ଣ୍ଣଲତା ଚୌଧୁରୀ,ସୁନନ୍ଦା ବରାଳ, ମୀନତି ମହାନ୍ତି, ସବିତା ନାୟକ ପ୍ରମୁଖ ବକ୍ତବ୍ଯ ରଖିଥିବାବେଳେ ସୀମା ସିଂହ ଓ ନିରୁପମା ବେହେରା ଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଳାସିନୀ ଅଧିକାରୀ,ଶିବାନୀ,ସୁପ୍ରଭା ମିଶ୍ର,ରିୟା ହୈମନ୍ତୀ, ବବିତା ଆଚାରୀ, ଇନ୍ଦିରା ମହାପାତ୍ର,ସୁପ୍ରଭା ନାୟକ,ଶାନ୍ତି,ଅଙ୍କିତା ଗୋଛାୟତ, ସୁଶୀଳା ଶର୍ମା,ରୁବି ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ମୀନତି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପୁଣି ମହଙ୍ଗା ମାଡ,ମହଙ୍ଗା ହେଲା ତୃତୀୟ ପକ୍ଷ ବୀମା, ଗାଡି କିଣିବାକୁ ଖର୍ଚ୍ଚ କରିବେ ଅଧିକ ଟଙ୍କା

ଘଷିପୁରା ଆଦର୍ଶ ବାଣିଜ୍ୟ ମେଳା ଉଦଘାଟିତ

Sunil Chandra Nayak

ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସାହିତ୍ୟ ଆସର

Sunil Chandra Nayak

Leave a Comment

error: Content is protected !!