ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ଅର୍ଥନୈତିକ ସ୍ଵାଧୀନତା ପାଇଁ ଯୁଦ୍ଧ

ଅର୍ଥନୈତିକ ସ୍ଵାଧୀନତା ପାଇଁ ଯୁଦ୍ଧ

ଅଗଷ୍ଟ ୯ ରେ ପାଳିଲେ ଆମେ ସବୁ, କ୍ରାନ୍ତି ଦିବସ 
ଓ ବିଶ୍ୱ ଆଦିବାସୀ ଦିବସ
ଭାବିଲେକି ସେଇ ମାନଂକର ଅବଦାନ କଥା ଯାହା
ପାଇଁ ହୋଇଛି ସଭ୍ୟତାର ବିକାଶ |୧|
ସବୁଠୁ ସର୍ବାଧିକ ମୂଲ୍ୟ ଦେବାକୁ ପଡିଛି ଆଦିବାସୀଙ୍କୁ 
ବିକାଶ ଧାରାର ପ୍ରକ୍ରିୟାରେ
ତିଆରି ହୋଇଛି ନଦୀ ବନ୍ଧ, ବିଦ୍ୟୁତ, ଶିଳ୍ପ, ଖଣି ଖାଦାନ, 
ଅଭୟାରଣ୍ୟ ସବୁକିଛି ସେମାନଙ୍କ ଅଂଚଳରେ |୨|
ସେମାନେ ନିଜର ସର୍ବସ୍ବ ହରେଇ ହୋଇଛନ୍ତି ଵାସ୍ତୁହରା 
ସେଇ ବିକାଶ ଧାରାର ପ୍ରକ୍ରିୟାରେ
ରହିନିକି ସେମାନଙ୍କ ଅଂଚଳ ଗୁଡିକ ସବୁଠୁ ପଛୁଆ ଅଂଚଳ
 ଓ ତଳ ସ୍ଥାନେ ଦାରିଦ୍ର୍ୟର ସୁଚକାଙ୍କରେ |୩|
ହତାଶାର କଳା ବାଦଲ ଛାଇ ହୋଇ ରହିଛି, ସମୟର 
ଘୁରି ବୁଲିବା ଅତଳ ଗହୀରି ଭିତରେ
ଚିତ୍ରଣ କରୁନକି କୁହ ସେହି ଅଂଚଳ ଗୁଡିକୁ ଦୁର୍ଗମ, ରୋଗ
ପ୍ରବଣ, ମାଓ ପ୍ରବଣ, ଅନ୍ଧାରି ଇଲାକା ଆଦି ନାମରେ |୪|
ସେମାନଙ୍କ ପ୍ରାପ୍ୟ ଦେବାରେ ପୁଂଜିପତିର ସରକାର 
କେତେଦିନ ଯତ୍ନ ନନେଇ ସମ୍ବେଦନହୀନ ରହିବ
ଇତିହାସ ଶିଖାଏ ହତାଶାର ଭାବନା ଅଗ୍ନିର ସ୍ପର୍ଶରେ 
ଲେଲିହମାନ ହୋଇ ଉର୍ଦ୍ଧ୍ଵକୁ ଦିନେ ଉଠିବ |୫|
ସେମାନଙ୍କ ଅଖଣ୍ଡ ନୀରବତା ଭିତରୁ ଦିନେ ନା ଦିନେ 
ନିଶ୍ଚିତ ସୃଜନୀର ବୀଣା ବାଦନ ଶୁଭିବ
ପାଉଁଶ ଭିତରେ ଲୁଚି ରହିଥିବା ସୃଜନୀ, ଅର୍ଥନୈତିକ 
ସ୍ଵାଧୀନତା ପାଇଁ ଅନ୍ତିମ ଯୁଦ୍ଧର ଡ଼ାକରା ଆସିବ |୬|

ଚିତ୍ତ ରଞ୍ଜନ ନନ୍ଦ

ଜଗତପୁର, କଟକ

Related posts

ଡାବୁଗାଁ ରେ ବ୍ରାହ୍ମଣ ସମାଜ ବୈଠକ

Sunil Chandra Nayak

ଶକ୍ତିଦା ବିଷୋୟୀ ଙ୍କ କବିତା ଘର ପରିବାର ସରଗପୁର

Sunil Chandra Nayak

ଲତା ବେହେରା ଙ୍କ କବିତା ଠିକଣା

Sunil Chandra Nayak

Leave a Comment

error: Content is protected !!