ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ତୁମେ ଆସିଛ ବୋଲି

ତୁମେ ଆସିଛ ବୋଲି

ତୁମେ ଆସିଛ 
ବୋଲି ତ ସଜ୍ଜା
ହେଇଛି ଚାରି ଆଡ଼େ
ଲତା ଫୁଲ ଗୁଡ଼ିକ
ଲମ୍ବି ଗଲାଣି ମନର 
ନଈ କଡେ କଡେ 
ଫୁଲ ଫୁଟି ବିତରି ଦେଲେଣି
ବାସ ଦିଗ ରୁ
ଦୂର ଦିଗବଳୟ ଆଡ଼େ ।
ତୁମ ପାଦରେ କଣ୍ଟା
ଫୁଲ ପରି ଲାଗିବ
ସେଥି ପାଇଁ ଗାଲିଚା
ବିଛା ସରିଛି ସର୍ବାଙ୍ଗ ତନୁରେ
ଶୁଷ୍କ ତରୁ ପଲ୍ଲବୀ ଗଲେଣି
ନିଦାଘ ତାତି ରେ
 ସିଝି ଥିବା ହୃଦୟ
ପାହାଡ଼ ର ଶୀର୍ଷ ରେ ।।
ତୁମକୁ ଦେଖି 
ଖୁସି ମନରେ
ତଟିନୀ ଗାଉଛି 
ଗୁରୁ ଗମ୍ଭୀର ଗୀତ
ହୃଦ ଆକାଶର
ଭଙ୍ଗା ବାଦଲ ରେ
ମନ ପକ୍ଷୀ ବାନ୍ଧେ ନେତ   
ଏତେ ପରେ ବି କହୁଛ
ଯିବି ଯିବି ମୋତେ ଛାଡ଼ି 
ତୁମେ ଯାଇ ପାରିବ ତ ?
ତୁମେ ଯଦି ଯିବ
ମନା କରୁନାହିଁ
କଥା ଦେଇଯାଇ ଥାଅ
ଆସିବ ପୁଣି ଆଉଥରେ
ନା ନା ଥରେ ନୁହଁ
ଆସିବ ବାରମ୍ବାର 
ମନ ବୁଝେଇ ବାକୁ 
କହିଦେଲି ଥଟାରେ ।।।
ତୁମ ଅପେକ୍ଷାରେ
ବସି ଥିବି ତୁମେ ପୁଣି ଥରେ
ଆସିବା ଯାଏ 
ବିତିଯାଉ ଦିନ ମାସ
ତଥାପି ଚାହିଁ ରହିବି
ସେମିତି ଭୋକ
ଉପାସରେ ।

ଚିତ୍ତ ରଞ୍ଜନ ଦେହୁରୀ

ଅନୁଗୋଳ 

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଶରତ ସକାଳ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଭିନ୍ନକ୍ଷମ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!