ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ତୁମେ ଆସିଛ ବୋଲି

ତୁମେ ଆସିଛ ବୋଲି

ତୁମେ ଆସିଛ 
ବୋଲି ତ ସଜ୍ଜା
ହେଇଛି ଚାରି ଆଡ଼େ
ଲତା ଫୁଲ ଗୁଡ଼ିକ
ଲମ୍ବି ଗଲାଣି ମନର 
ନଈ କଡେ କଡେ 
ଫୁଲ ଫୁଟି ବିତରି ଦେଲେଣି
ବାସ ଦିଗ ରୁ
ଦୂର ଦିଗବଳୟ ଆଡ଼େ ।
ତୁମ ପାଦରେ କଣ୍ଟା
ଫୁଲ ପରି ଲାଗିବ
ସେଥି ପାଇଁ ଗାଲିଚା
ବିଛା ସରିଛି ସର୍ବାଙ୍ଗ ତନୁରେ
ଶୁଷ୍କ ତରୁ ପଲ୍ଲବୀ ଗଲେଣି
ନିଦାଘ ତାତି ରେ
 ସିଝି ଥିବା ହୃଦୟ
ପାହାଡ଼ ର ଶୀର୍ଷ ରେ ।।
ତୁମକୁ ଦେଖି 
ଖୁସି ମନରେ
ତଟିନୀ ଗାଉଛି 
ଗୁରୁ ଗମ୍ଭୀର ଗୀତ
ହୃଦ ଆକାଶର
ଭଙ୍ଗା ବାଦଲ ରେ
ମନ ପକ୍ଷୀ ବାନ୍ଧେ ନେତ   
ଏତେ ପରେ ବି କହୁଛ
ଯିବି ଯିବି ମୋତେ ଛାଡ଼ି 
ତୁମେ ଯାଇ ପାରିବ ତ ?
ତୁମେ ଯଦି ଯିବ
ମନା କରୁନାହିଁ
କଥା ଦେଇଯାଇ ଥାଅ
ଆସିବ ପୁଣି ଆଉଥରେ
ନା ନା ଥରେ ନୁହଁ
ଆସିବ ବାରମ୍ବାର 
ମନ ବୁଝେଇ ବାକୁ 
କହିଦେଲି ଥଟାରେ ।।।
ତୁମ ଅପେକ୍ଷାରେ
ବସି ଥିବି ତୁମେ ପୁଣି ଥରେ
ଆସିବା ଯାଏ 
ବିତିଯାଉ ଦିନ ମାସ
ତଥାପି ଚାହିଁ ରହିବି
ସେମିତି ଭୋକ
ଉପାସରେ ।

ଚିତ୍ତ ରଞ୍ଜନ ଦେହୁରୀ

ଅନୁଗୋଳ 

Related posts

ବର୍ଷା ଓ ପବନରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଟଳି ପଡ଼ିଲା : ଘର ଭାଙ୍ଗିଲା

Sunil Chandra Nayak

ଫଟୋ ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ହେଲେ ସୁସ୍ମିତା

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଁଡା ଙ୍କ କବିତା କବି ଆଉର୍‌ ଗୁହୁଡ଼ି ମୁଖିଆ

Sunil Chandra Nayak

Leave a Comment

error: Content is protected !!