ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା

ଚନ୍ଦାହାଣ୍ଡି -(୮/୯ ମନିସ) ଦାରିଦ୍ର୍ୟ ଓ ସାମାଜିକ ଅବିଚାର ସବୁଠାରୁ ବଡ଼ ହିଂସା l ଯେ ପର୍ଯ୍ୟନ୍ତ ଦାରିଦ୍ର୍ୟ ରହିଥିବ ସେ ପର୍ଯ୍ୟନ୍ତ ସ୍ଵାଧୀନତା ର ମୂଲ୍ୟ ଅର୍ଥହିନ l ଦାରିଦ୍ର୍ୟ ଦୂରୀକରଣ ଯେ କୌଣସି ସରକାର ପାଇଁ ସବୁଠାରୁ ବଡ଼ ଆହ୍ଵ୍ଵlନ l ଅହିଂସା ବିନା ଏହା ହାସଲ କରିବା ଅସମ୍ଭବ l ଦେଶ ଓ ରାଜ୍ୟର ପ୍ରଗତି ପାଇଁ ଶାନ୍ତି ଅପରିହାର୍ଯ୍ୟ l ଜାତି, ଧର୍ମ, ବର୍ଣ୍ଣ ଭିତ୍ତିରେ ସମାଜକୁ ବିଭକ୍ତ କରୁଥିବା ଶକ୍ତି ର ପରାଜୟ ହେଲେ ପ୍ରକୃତ ପ୍ରଗତି ହାସଲ କରାଯାଇ ପାରିବ l ଏହି ବାର୍ତ୍ତା ଜନସାଧରଣଙ୍କ ପାଖକୁ ପହଞ୍ଚିବା ଉ ଦ୍ଧେଶ୍ୱରେ ଅହିଂସା ରଥରାଜ୍ୟ ବ୍ୟାପି ପରିକ୍ରମା କରୁଛି l ସ୍ଵାଧୀନତା ର ୭୫ ବର୍ଷ ପୂର୍ତ୍ତି ବା ଅମୃତ ଉତ୍ସବ ପାଳନ ଅବସରରେ ଅହିଂସା ରଥ ମାଧ୍ୟମରେ ଜନସାଧାରଣ ଙ୍କୁ ବାର୍ତ୍ତା ଦେବାକୁ ବୁଧବାର ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ର ବିଭିନ୍ନ ସ୍ଥାନରେ ପହଞ୍ଚିଥିଲା l ପ୍ରଥମେ ଭତାଝର ଛକ ଠାରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଦେବାସହ ସ୍ବାଗତ କରାଯାଇଥିଲା l ବିଭିନ୍ନ ନୃତ୍ୟ ଦଳ ଓ ଆଦିବାସୀ ନୃତ୍ୟ ର ତାଳେ ତାଳେ ଅହିଂସା ରଥ ଦେଓବନ୍ଧ, ମୋହ ରା, ଚନ୍ଦାହାଣ୍ଡି, ଧୋଡିପାଣି ରେ ପହଞ୍ଚିଥିଲା l ବିଡ଼ିଓ ଧର୍ମରାଜ୍ ମାଝୀ ଙ୍କ ପୌରହିତରେ ଅନୁଷ୍ଠିତ କାର୍ଯକ୍ରମରେ ମୁଖ୍ୟଅତିଥି ଭାବେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ, ତହସିଲଦାର ଜି ରସ୍ମିରେଖା, ଅତିରିକ୍ତ ତହସଲଦାର ନୀଳାମ୍ବର ପୂଜାରୀ, ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ, ଶିଶୁବିକାଶ ଅଧିକାରୀ ସୈନେନ୍ଦ୍ରି ମହାନନ୍ଦ, ଜିଲ୍ଲାପରିଷଦ ସଭ୍ୟା ବର୍ଷା ରାଣୀ ପଟେଲ, କେତକୀମଲି ଗୌଡ଼, ସରପଞ୍ଚ ଜଳନ୍ଧର ମାଝୀ, ଗଙ୍ଗେଶ୍ୱରି ପୂଜାରୀ, ମଞ୍ଜୁନାଥ ମାଝୀ,ସମିତି ସଭ୍ୟ ପୌରୁଷ ମାଝୀ, ସନ୍ତୋଷ ପଟନାୟକ, ନଳିନୀ ଦାସ, ଶ୍ୟାସୁନ୍ଦର ମାଝୀ, କୃଷ୍ଣ ପୂଜାରୀ, ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l ମୁଖ୍ୟ ଅତିଥି ବିଧାୟକ ମାଝୀ ନିଜ ଅଭିଭାଷଣରେ ଅହିଂସା ରଥ ର ମୁଖ୍ୟ ଉଦ୍ଦେଶ୍ୟ ଓ ତାର ଗୁରୁତ୍ଵ ଉପରେ ଆଲୋକପାତ କରି ଜନସାଧାରଣଙ୍କୁ ଅହିଂସା ମାଧ୍ୟମରେ ନିଜ ଗ୍ରାମ, ଜିଲ୍ଲା, ରାଜ୍ୟ, ଓ ଦେଶକୁ ବିକାଶ କରିବାରେ ସହାୟ ହେବାକୁ ଅନୁରୋଧ କରିଥିଲେ l ଏହି କାର୍ଯକ୍ରମରେ ବିଭିନ୍ନ ସଙ୍ଗଠନ ସହ ବିଦ୍ୟାଳୟ, କଲେଜ, ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଶିଶୁ ବିକାଶ ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀ,ଆଶାକର୍ମୀ, ପ୍ରମୁଖ ପରିଚାଳନା କରିଥିବା ବେଳେ ଫଟକି, ମୋହରା, ଚନ୍ଦାହାଣ୍ଡି, ଧୋଡ଼ିପାଣି ପଂଚାୟତ ର ପିଇଓ, ଜିଆରଏସ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ସହଯୋଗ କରିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

 

Related posts

ନେହରୁ ଯୁବକେନ୍ଦ୍ର ତରଫରୁ ପଥପ୍ରାନ୍ତ ନାଟକ

ଅବସରପ୍ରାପ୍ତ ଥାନା ସବ୍ ଇନ୍ସପେକ୍ଟର ଙ୍କ ଦେହାନ୍ତ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଶ୍ରାବଣୀ

Sunil Chandra Nayak

Leave a Comment

error: Content is protected !!