ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନାଉରିଆ

ନାଉରିଆ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ରାଗ – ରାମକେରୀ
ନାଉରିଆ ଭାଇ କାତକୁ 
         ସଳଖେ ଧରି ଥିବୁ,
ପବନର ବେଗ ଦେଖିକି
             ନାଆ ଚଳାଇ ଦେବୁ ll
ଏଡାଇବୁ ସବୁ ବିପଦ 
             ତୋତେ ଭରସା କରି,
ବସିଛୁ ନାଆରେ ତୋହର
             କରି ଦେବୁରେ ପାରି ll
ଏହି ଜୀଵନର ରକ୍ଷକ
           ତୁହି ନାଉରୀ ଭାଇ,
ଭକ୍ଷକ ସାଜିଲେ କାହାର
           ହେବୁ କହରେ ତୁହି !
ଏ ଭବସାଗରେ ପରା ତୁ
         ସୁଦକ୍ଷ ନାଉରିଆ,
 ଚକା ଚକା ଆଖି ତୋହର
         ନାମ ତୋର କାଳିଆ ll
ତୋର ଶରଣରେ ପଶିଲୁ 
             ବୁଡ଼ାଇବୁନି ନାଆ,
ବିପଦେ ଆପଦେ ସମ୍ପଦେ 
             ହେଉଥିବୁରେ ସାହା ll

ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 

ଫୁଲବାଣୀ, କନ୍ଧମାଳ

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ପ୍ରେମର ପ୍ରାଣ

Sunil Chandra Nayak

ଏମ.ଡି.ଏମ୍ ପାଚିକା ମାନଙ୍କ ସମସ୍ୟା ନେଇ ଏକ ବୈଠକ

Sunil Chandra Nayak

ଆଜି ମାଆ ଲଙ୍କେଶ୍ଵରୀ ଦେବୀଙ୍କ ଖଣ୍ଡାବସା ଯାତ୍ରା

Sunil Chandra Nayak

Leave a Comment

error: Content is protected !!