ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ବସଷ୍ଟାଣ୍ଡରେ ଖବର ବିତରକଙ୍କ ବ୍ୟାଗ ସହ ଦସ୍ତାବିଜ୍ ଲୁଟ୍

ମୟୂରଭଞ୍ଜ -୦୮/୦୯/୨୨(ମସିହା)  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର ବର୍ଷିୟାନ ଖବର କାଗଜ ଏଜେଣ୍ଟ ଓ ବିତରକ ଭୋଳାନାଥ ଶର୍ମା ପ୍ରତିଦିନ ଭଳି ଗୁରୁବାର ବସଷ୍ଟାଣ୍ଡରେ ଖବର କାଗଜ ସଂଗ୍ରହ ଓ ବିତରଣ କରିବା ପାଇଁ ବସଷ୍ଟାଣ୍ଡ କୋଣରେ ଥିବା ତରାଟ ଫୁଲ ଗଛମୂଳରେ ବସିଥିଲେ । ୮.୧୫ ସମୟରେ ବୋକାରୋ ବସ ପହଞ୍ଚିବା ଯୋଗୁଁ ସେ ତରତର ହୋଇ ବେଗ ଛାଡି ଖବର କାଗଜ ଵଣ୍ଡଲ ବସରେ ପଠାଇବା ପାଇଁ ଯାଇଥିଲେ । ଦଶ ମିନିଟ୍ ପରେ ଆସନ୍ତି ଦେଖନ୍ତି ତ ବେଗ ସହ ଟଙ୍କା ଓ ଆବଶ୍ୟକୀୟ ଦସ୍ତାବିଜ୍ କାନାରା ପାଶବୁକ୍,ଆଧାର କାର୍ଡ,୯୫୦ ଟଙ୍କା,ହିସାବ ଖାତାକୁ କେହି ଦୁବୃର୍ତ୍ତ ନେଇ ପଳାଇ ଯାଇଛି । ଏଥିରେ ବ୍ୟସ୍ତ ହୋଇ ସେ ରାଇରଙ୍ଗପୁର ଟାଉନ ଥାନାରେ ଖବର ଦେଇଥିଲେ । ପୋଲିସ ଆସି ବସଷ୍ଟାଣ୍ଡରେ ଥିବା ବିଦେଶୀ ମଦ ଦୋକାନରେ ଲାଗିଥିବା ସିସି କେମେରାରେ ଦୁବୃର୍ତ୍ତ ଙ୍କ ଅର୍ଥ ହୋଇ ରହିଛି ।ଖୁବ୍ ଶିଘ୍ର ପୋଲିସ ଯନ୍ତାରେ ପଡ଼ିବ !ଖବର ବିତରକଙ୍କୁ ସାମ୍ବାଦିକ ଅକ୍ଷୟ ବିଶ୍ବାଳ, ମନୋରଂଜନ ତିରିଆ, ମେଘନାଦ ହେମ୍ବ୍ରମ ପ୍ରମୁଖ ସହାୟତା କରିଥିଲେ ।ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଆସନ୍ତା ନଭେମ୍ବର ୭ରେ ସିଭିଲଟାଉନସିପ ବୋଇତ ବନ୍ଦାଣ ଉତ୍ସବ

Sunil Chandra Nayak

ଶିକ୍ଷକ ଶିବରାଜ ସାହୁଙ୍କ ପରଲୋକ

Sunil Chandra Nayak

ଦଶଟି ଶ୍ରେଣୀ ର ପିଲା ପଢୁଛନ୍ତି ବାରଣ୍ଡା ସହ ୪ କୋଠରିରେ

Sunil Chandra Nayak

Leave a Comment

error: Content is protected !!