ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋ ଅନୁଷ୍ଠାନ ସଭାପତି ନାରାୟଣ ଚନ୍ଦ୍ର ସେନାପତିଙ୍କୁ ମିଳିଲା ଗୁରୁବ୍ରହ୍ମା ସମ୍ମାନ -୨୦୨୨ 

 ବାଲେଶ୍ଵର,୦୯/୯/୨୨- କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଜମ୍ଭରା ଗ୍ରାମର ଚକ୍ରଧର ସେନାପତି ଓ ସାବିତ୍ରୀ ସେନାପତିଙ୍କ ସୁଯୋଗ୍ୟ ସନ୍ତାନ ତଥା ତେଲକୋଇ ବ୍ଲକ ନିକଟସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡିମିରିଆର ପ୍ରଧାନ ଶିକ୍ଷକ, ସୁନ୍ଦର ମୋ ଭାଷା ସାହିତ୍ୟ(ଅନନ୍ୟା), ଜମ୍ଭରା, କେନ୍ଦୁଝରର ପ୍ରତିଷ୍ଠାତା ଓ ସମ୍ପାଦକ ଏବଂ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵରର ସଭାପତି ମାନନୀୟ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ମିଳିଲା ଗୁରୁବ୍ରହ୍ମା ସମ୍ମାନ-୨୦୨୨ । ଯାହା କେନ୍ଦୁଝର ଜିଲ୍ଲାର ଗର୍ବ ଓ ଗୌରବ ବଢାଇବାରେ ସହାୟକ ହୋଇଛି । ନନ୍ଦିଘୋଷ ଟିଭି ଓ ଦୈନିକ ସକାଳ ସମ୍ବାଦପତ୍ର ଦ୍ୱାରା ରାଜଧାନୀର ଗ୍ରାଣ୍ଡ ଲୁମ୍ବିନୀ କନଭେନ୍ସନ ହଲରେ ଗୁରୁପୂଜନ ଦିବସ ଉପଲକ୍ଷେ ଆୟୋଜିତ ଉତ୍ସବରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି, ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବରେଣ୍ୟ ଅତିଥି, ଭେଙ୍କଟରମଣ ୟୁନିଭରସିଟିର ଅଧ୍ୟକ୍ଷ ସଂଜୀବ କୁମାର ରାଉତ ଓ ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର, ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଆନୁଷ୍ଠାନିକ ଭାବେ ପରିଚାଳିତ ସଭାରେ ଓଡ଼ିଶାର ଶ୍ରେଷ୍ଠ ୧୬ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ କେନ୍ଦୁଝର ଜିଲ୍ଲାର ଗର୍ବ ଓ ଗୌରବ ଅସାଧାରଣ ବହୁମୁଖୀ ପ୍ରତିଭା ସମ୍ପନ୍ନ ତେଲକୋଇ ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ମାନ୍ୟବର ରାଜ୍ୟପାଳ ମାନପତ୍ର, ଉପଢୌକନ, ଟ୍ରଫି ସହ ୨୧ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ଗୁରୁବ୍ରହ୍ମା ସମ୍ମାନ ପାଇଁ ବହୁ ଆଗରୁ ବିଜ୍ଞାପନ ଦିଆଯାଇଥିଲା । ଏଥିରେ ଓଡ଼ିଶାର ୩୦ ଜିଲ୍ଲାରୁ ମୋଟ ୯୬ ଜଣ କୃତି ଶିକ୍ଷକ ନିଜର କୃତିତ୍ୱ ପ୍ରମାଣପତ୍ର ସହ ନିବେଦନ କରିଥିଲେ । ଏଥିରେ ଚୟନକର୍ତ୍ତା ମାନେ ୧୦ ଜଣଙ୍କୁ ଶ୍ରେଷ୍ଠ ବିବେଚିତ କରିଥିଲେ ଓ ୬ ଜଣଙ୍କୁ ସାନ୍ତ୍ବନାମୂଳକ ଭାବେ ସମ୍ବର୍ଦ୍ଧିତ ହେବାପାଇଁ ଚୟନ କରିଥିଲେ । ଏହି ଚୟନରେ ଶ୍ରୀ ସେନାପତିଙ୍କୁ ଶ୍ରେଷ୍ଠ ଦ୍ଵିତୀୟ ସ୍ଥାନ ମିଳିଥିଲା । ଶ୍ରୀ ସେନାପତି ଅଭିନବ କୂଶଳୀ ଶିକ୍ଷାଦାନଙ୍କୁ ନିଜର ଶ୍ରେଷ୍ଠ ବ୍ରତ ମଣୁଥିବାବେଳେ ପିଲାଙ୍କୁ ଖୁସିରେ ରଖିବା, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ଚେଷ୍ଟା କରିବା, ଗରିବ ପିଲାଙ୍କୁ ସାହାଯ୍ୟ କରିବା ଭଲ ଲାଗେ ବୋଲି କହିଛନ୍ତି । ଶିକ୍ଷାଦାନ ବ୍ୟତୀତ ସେ ଜଣେ ଦକ୍ଷ କବି, ଲେଖକ, ଅଭିନେତା, ଉପସ୍ଥାପକ, କଣ୍ଠଶିଳ୍ପୀ ଓ ସମାଜସେବୀ ।ଶ୍ରୀ ସେନାପତି କେତେକ ପୁସ୍ତକ ରଚନା କରିଥିବା ବେଳେ ଦୈନନ୍ଦିନ ଗଣମାଧ୍ୟମ ଓ ସମ୍ବାଦପତ୍ରରେ ତାଙ୍କ ଗୁଣାତ୍ମକ ଲେଖା ସମାଜ ଓ ରାଷ୍ଟ୍ରର ମଙ୍ଗଳ ପାଇଁ ନିହିତ ଅଛି । ଏଯାବତ ସରକାରୀ ଓ ବେସରକାରୀ ସ୍ତରରେ ନିଜର ପାରଦର୍ଶିତା ପାଇଁ ୭୫ରୁ ଉର୍ଦ୍ଧ୍ଵ ସମ୍ମାନ ପାଇଛନ୍ତି । ଏହି ରାଜ୍ୟପାଳ ପୁରସ୍କାର ପାଇଁ ନିଜ ପିତା ମାତା, ଗୁରୁ, ତେଲକୋଇ ଓ ଜମ୍ଭରା ଗ୍ରାମବାସୀଙ୍କ ଶୁଭେଚ୍ଛା ଓ ବିଇଓ ଅଫିସର ଅଧୀକାରୀଙ୍କ ସଦିଚ୍ଛା ଅଛି ଓ ଭବିଷ୍ୟତରେ ସେ ଭଲ ପିଲା ଓ ଭଲ ଶିକ୍ଷକ ଗଢି ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବେ ବୋଲି ମତବ୍ୟକ୍ତ କରିଛନ୍ତି । ତାଙ୍କର ଏ ସଫଳତା ପାଇଁ ଓଡିଶା ଓ ରାଜ୍ୟ ବାହାରୁ ଅନେକ ଶୁଭେଚ୍ଛାର ସୁଅ ଛୁଟିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଚନ୍ଦ୍ରକଳା ଙ୍କ କବିତା ନିଦାଘ

ନର୍ଲାବ୍ଲକ୍ ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ପାଇଁ ପୁଣି ଚର୍ଚ୍ଚାରେ ମହାନ୍ତି ଦମ୍ପତି, ଅଧ୍ୟକ୍ଷ ପଦବୀ ପାଇଁ  ଆସନ୍ତା କାଲି  ହେବ ଭୋଟ୍

Sunil Chandra Nayak

କୋକସରା ତହସିଲ ରେ ଯୋଗଦେଲେ ନୂଆ ତହସିଲଦାର

Sunil Chandra Nayak

Leave a Comment

error: Content is protected !!