ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏଫ ସି ଆଇ ଛକରେ ଚୋରି କରିଥିବା ଦୁଇ ଜଣ ଯୁବକ କୁ ଗିରଫ କଲା ପୋଲିସ

 ଫୁଲବାଣୀ -:  ଗତକାଲି ରାତିରେ ଫୁଲବାଣୀ ଏଫ ସି ଆଇ ଛକ ନିକଟରେ ଥିବା ଏକ ଦୋକାନ ରୁ କବାଟ ଭାଙ୍ଗି ଦୁର୍ବୁତ୍ତ ମାନେ ଚୋରି କରିଥିବା ଫୁଲବାଣୀ ଆଦର୍ଶ ଟାଉନ ଥାନା ରେ ଅଭିଯୋଗ ହୋଇଥିଲା। ପୋଲିସ ଚୋରି ଅଭିଯୋଗ ରେ ଦୁଇଟି ଯୁବକ କୁ ଗିରଫ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଗତକାଲି ରାତି ଭୋର ୪ ଟା ସମୟରେ ଏଫ ସି ଆଇ ଛକରେ ପାନ ସହ ପୁଡ଼ିଆ ସାବୁନ ,ପେଷ୍ଟ ବ୍ରୋସ, ଚକଲେଟ ବିସ୍କୁଟ ଦୋକାନ କରି ପେଟ ପସୁଥିବା ଦିଲ୍ଲୀପ ଜାଲ ନାମକ ବ୍ୟକ୍ତି ସବୁଦିନ ଭଳି କାଲି ମଧ୍ୟ ଭୋର ୪ ଟା ସମୟରେ ଦୋକାନ ଖୋଲିବାକୁ ଗଲାବେଳେ ଦୋକାନ କବାଟ କିଛି ଖୋଲା ହୋଇଛି ଏବଂ ଦୁଇ ଜଣ ଯୁବକ ଦୋକାନ ଭିତରେ ପଶି ଦୋକାନ ରେ ଥିବା ଜିନିଷ ଗୁଡ଼ିକ ଏକ ବସ୍ତାରେ ଭର୍ତ୍ତି କରୁଥିବା ଦେଖି ଦୋକାନୀ ଦିଲ୍ଲୀପ ଜାଲ ପାଟି କରି ନିକଟରେ ଥିବା ଲୋକ ମାନଙ୍କୁ ଡାକିଥିଲେ। ପାଖରେ ଥିବା ଲୋକମାନେ ସେହି ଦୁଇଜଣ ଚୋର କୁ କାବୁ କରିନେଇ ଟାଉନ ଥାନାରେ ଜିମାଦେଇ ଥିଲେ। ଚୋରି ଘଟଣା ସମ୍ପର୍କରେ ଦିଲ୍ଲୀପ ଜାଲ ଫୁଲବାଣୀ ଆଦର୍ଶ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଟାଉନ ଥାନା ପୋଲିସ ଲିଖିତ ଅଭିଯୋଗ କୁ ଭିତ୍ତି କରି ତୁରନ୍ତ ତଦନ୍ତ କରି ଅଭିଯୁକ୍ତ ମାନଙ୍କ ଠାରୁ ଦୋକାନ ରୁ ଚୋରି କରିଥିବା ଜିନିଷ ଗୁଡ଼ିକ ଓ ୩୦୦୦ ଟଙ୍କା ପୋଲିସ ଜବତ କରିଛି । ଟାଉନ ଥାନା ପୋଲିସ ଦୁଇ ଜଣ ଅଭିଯୁକ୍ତ କୁ ଗିରଫ କରି ତଦନ୍ତ ଅଧିକାରୀ ଭାବେ ଏସ ଆଇ ସୋରାଜ କୁମାର ସାହୁ ଦାୟିତ୍ୱ ନେଇ କେସ ନଂ ୧୫୯/୨୦୨୨ ଦଫା ୪୫୭,୩୮୦ ଏକ ମାମଲା ରୁଜୁ କରି ତହିଁ ମଧ୍ୟରୁ ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ପୋଲିସ ସେହି ନାବାଳକ କୁ ବାଳ ସୁଧାର ଗୃହ କୁ ପଠାଇଥିବା ବେଳେ ଅନ୍ୟ ଅଭିଯୁକ୍ତ ଟିକାବାଲି ଥାନା ଅନ୍ତର୍ଗତ ତେଙ୍ଗେଣା ପଥର ଗ୍ରାମର ବୁଲୁ ଦିଗାଲ ୩୭ କୁ ପୋଲିସ କୋର୍ଟ ଚାଲାଣ କରି ଜେଲ ହଜାତ କୁ ପଠାଇଥିବା ଫୁଲବାଣୀ ଟାଉନ ଥାନା ଅଧିକାରୀ ସୁଶାନ୍ତ ସେଠୀ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ମ.ରାମପୁର ବାଙ୍କେଲ ର ଡ୍ରାଗନ୍ ଫଳଚାଷ କୁ ନାବାର୍ଡ ର ମୁଖ୍ୟ ମହାପ୍ରବନ୍ଧକ ଓ ୩୦ ଗୋଟି ଜିଲ୍ଲାର ଡିଡି ଏମ ଙ୍କ କ୍ଷେତ୍ର ପରିଦର୍ଶନ 

Sunil Chandra Nayak

ସାମ୍ବାଦିକ ରୁ ସରପଞ୍ଚ

Sunil Chandra Nayak

ନେହରୁ ଯୁବକେନ୍ଦ୍ର ତରଫରୁ ପଥପ୍ରାନ୍ତ ନାଟକ

Leave a Comment

error: Content is protected !!