ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘୁମରେଶ୍ଵର ଶୈବ ପୀଠ ରୁ ଦୁଇ ଫୁଟ ଖୋଳି ଲିଙ୍ଗ ଚୋରୀ

ତେନ୍ତୁଳିଖୁଣ୍ଟି ମ ନି ସ ୧୩/୦୯/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଂଚାୟତ ରୁ ଅଳ୍ପ ଦୂରତା ରେ ଥିବା ମଙ୍ଗର ଦୋରା ଗ୍ରାମ ରେ 12 ବର୍ଷ ତଳେ ଆବିଷ୍କୃତ ଶିବ ଲିଙ୍ଗ କୁ କିଏ ଦୁବୁତ୍ତ ଚୋରୀ କରି ନେଇଛି। ଏ ନେଇ ମନ୍ଦିର ପୂଜକ ସଦା ଗୌଡ଼ 12 ତାରିଖରେ ତେନ୍ତୁଳିଖୁଣ୍ଟି ଥାନା ରେ ଅଭିଯୋଗ କରିଛନ୍ତି। ଉକ୍ତ ସ୍ଥାନରେ ଦୁଇ ଫୁଟ ଖୋଳା ଯାଇ ଯାଇଛି। ଦୁବୁତ୍ତ ଧାର୍ମିକ ଭାବନା କୁ ଆଘାତ କରିବା ଉଦେଶ୍ୟ ନା ଶିବ ଲିଙ୍ଗ ଚୋରି ରେ କୋଣସି ରାକେଟ କାମ କରିଛି ,ଯେ କି ଏଠାରୁ ନେଇ ଅନ୍ୟତ୍ର ବିକ୍ତି କରିଛି? ନା ଏହି ଶିବ ଲିଙ୍ଗ ଆବିର୍ଭାବ ନେଇ ଯେଉଁ ବ୍ୟକ୍ତି ପ୍ରଥମେ ତାଙ୍କୁ ସ୍ୱପ୍ନାଦେଶ ହୋଇଛି ବୋଲି ଦାବୀ କରିଥିଲେ ଏବଂ ବିଗତ ଦିନରେ ତାଙ୍କୁ ପୂଜା କରିବା ଦାୟିତ୍ୱ ଦିଆଯାଉ ବୋଲି କହୁଥିଲେ ଏବଂ ତାଙ୍କୁ ନ ଦେଲେ ଶିବ ଲିଙ୍ଗ ଅନ୍ତର୍ଦ୍ଧ୍ୟାନ ହୋଇଯିବ ବୋଲି ଦାବୀ କରିଥିଲେ । ତାଙ୍କ କାର୍ଯ୍ୟ ହୋଇଥାଇପରେ ବୋଲି ମଧ୍ୟ ମତ ପ୍ରକାଶ ପାଉଛି। ଆଜି କେଶ ରୁଜୁ ହୋଇଛି, ତଦନ୍ତ ଆରମ୍ଭ ହୋଇଛି ବୋଲି ଆଇ ଆଇ ସି ଦାୟିତ୍ୱ ରେ ଥିବା ସସ୍ମିତା ପୂଜାରୀ କେଶ ନମ୍ବର 163 /22 ରେ କେଶ ରୁଜୁ ହୋଇଛି।ସୂଚନା ଦେଇ ଛନ୍ତି। ଆଜି ଏସ ଡି ପି ଓ ବବିତା ତ୍ରିପାଠୀ ଘଟଣା ସ୍ଥଳ କୁ ଯାଇ ତଦନ୍ତକୁ ଆଗେଇଛନ୍ତି। ସୂଚନା ଅନୁଯାୟୀ ଦୀର୍ଘ 12 ବର୍ଷ ପୂର୍ବେ ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ମଙ୍ଗରଦୋରା ଗ୍ରାମ ନିକଟସ୍ଥ ତଥା ଘଞ୍ଚ ଜଙ୍ଗଲ ମଧ୍ୟରେ ଥୁବା ଏକ ପଥର ଗୁମ୍ଫା ମଧ୍ୟରେ ଶିବ ଲିଙ୍ଗ ଆବିର୍ଭାବ ହୋଇଥିଲେ !ଏହା ଘୁମରେଶ୍ବର ଶୈବ ପୀଠ ନାମରେ ନାମିତ ହୋଇଥିଲା ! ପ୍ରାକୃତିକ ପରିବେଶ ସାଙ୍ଗକୁ ବଣ ପାହାଡ଼ ଘେରା ମଧ୍ୟରେ ଶିବ ଲିଙ୍ଗ ଆବିର୍ଭାବ ପରେ ଏହି ସ୍ଥାନ ପ୍ରସିଦ୍ଧ ଶୈବ ପୀଠ ଭାବରେ ବେଶ ପରିଚିତ ହୋଇଥିଲା !ଏହି ଶୈବ ପୀଠ ର ବିକାଶ ପାଇଁ ସରକାରୀ ସ୍ତରରୁ ଅନେକ କାର୍ଯ୍ୟ ହୋଇଛି ! ନବରଙ୍ଗପୁର ଜିଲ୍ଲାପାଳ ବାରମ୍ବାର ଏହି ପୀଠକୁ ବୁଲି ଆସି ପ୍ରସିଦ୍ଧ ଶୈବ ପୀଠ ର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଛନ୍ତି ! ଏହି ସ୍ଥାନକୁ ପ୍ରତ୍ୟକ ବର୍ଷ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହୋଇଥାଏ ! ତେବେ ଶିବ ଲିଙ୍ଗ ଚୋରୀ ହେବାପରେ ଭକ୍ତ ତଥା ଅଂଚଳବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ! ଲିଙ୍ଗ ଚୋରୀ କରିଥୁବା ଦୁର୍ବୁତ୍ତ ମାନଙ୍କ ସନ୍ଧାନ ସହ ଶିବ ଲିଙ୍ଗର ପୁନଃ ଉଦ୍ଧାର ପାଇଁ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ନିମନ୍ତେ ଜୟ ତେନ୍ତୁଳିଖୁଣ୍ଟି ମାନଵ ସେବା ଗ୍ରୁପର ମୁଖ୍ୟ ଅଖିଳ ଭତରା, ଉପଦେଷ୍ଟା ସୁଶାନ୍ତ କୁମାର ଶତପଥୀ ଙ୍କ ସମେତ ସଭ୍ୟ ଲୁଲୁ ସାହୁ, ଭିକିବାବୁ ପାତ୍ର,ହାନେଶ ପାତ୍ର ବାଘ, ଅଜୟ ହିଆଲ,ରବି ପାଣିଗ୍ରାହୀ ରଘୁ ପୂଜାରୀ, ଭିକି ଭଞ୍ଜ, ଦେବେନ୍ଦ୍ର ସିଂ, ସୂଚେନ୍ଦ୍ର ଉପାସୀ, ଅଜିତ ଟାକ୍ରୀ,ବି ପୋଲା ରାଓ ଦାବୀ କରିଛନ୍ତି ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବୋଡ଼େନ ବ୍ଲକ ରେ ଅନ୍ତିମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପୋଲିଙ୍ଗ ପାର୍ଟିଙ୍କୁ ବୁଥ ପଠାଇବା ବ୍ୟବସ୍ଥା

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଆଖିରୁ ସପନ ଅନେକ ଦୂର

Sunil Chandra Nayak

ଶହୀଦ ବାଜିରାଉତଙ୍କ ଜନ୍ମ ତିଥି ଠାରୁ ପୁଣ୍ୟ ତିଥି ପର୍ଯ୍ୟନ୍ତ ଆପ୍ ର ଜନ ସମ୍ପର୍କ ଯାତ୍ରା

Sunil Chandra Nayak

Leave a Comment

error: Content is protected !!