ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଗାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଵାଲା ଓ ପୋଷଣ ବଗିଚା କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଗଡ:୧୦/୯/୨୨:  ଧର୍ମଗଡ ବ୍ଲକ ର କାଶିବାହାଲ କ୍ଲଷ୍ଟର ଅନ୍ତର୍ଗତ ବଗାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୈବଲ୍ୟ ଶିକ୍ଷା ସଂଗଠନ ସୌଜନ୍ୟରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହଯୋଗୀ ଶିକ୍ଷକ ମାନଙ୍କ ସହଯୋଗରେ ଵାଲା ଓ ପୋଷଣ ବଗିଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଶ୍ୱଜୀତ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ଉପଜିଲାପାଳ ପାୱାର ସଚିନ ପ୍ରକାଶ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଓଡିଶା ରାଜ୍ୟ ଶିକ୍ଷକ ସଂଘ ର ସମ୍ପାଦକ ବିକ୍ରମ ଚନ୍ଦ୍ର ସାଗର ଏବଂ ସମ୍ମାନିତ ଅତିଥି ଭାବରେ ସରପଞ୍ଚ ବିନୋଦିନୀ ଗଉଡ , ସି ଆର ସି ସି . ରାଜେନ୍ଦ୍ର ଦୁରିଆ, ଟିକେଶ୍ୱର ମାଝୀ, ଶିକ୍ଷକ ବଟକୃଷ୍ଣ ବେହେରା , ଏସ ଏମ ସି ଅଧ୍ୟକ୍ଷ ବଳଭଦ୍ର ବାଗ, ମା ଭଣ୍ଡାର ଗ୍ରହଣୀ ୟୁଥ କ୍ଲବ ର ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ଦୁରିଆ , କୈବଲ୍ୟ ଶିକ୍ଷା ସଂଗଠନର ଜିଲା ପ୍ରବନ୍ଧକ ଦିବ୍ୟାନଶୁ ଗୁପ୍ତା ଓ ନର୍ଗିସ ପରବୀନ ଉପସ୍ଥିତ ଥିଲେ । ଧର୍ମଗଡ ବ୍ଲକ ମ୍ୟାନେଜେର ସୋନାଲ ଲାଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବିଭିନ୍ନ ଚିତ୍ର ବିଦ୍ୟାଳୟ କାନ୍ଥରେ ଅଙ୍କନ କରି ଛାତ୍ର ଛାତ୍ରୀ ଙ୍କୁ ପାଠ ପଢା ପାଇଁ ଆକୃଷ୍ଟ କରାଇବା ସହିତ ମାଧ୍ୟାନ୍ନ ଭୋଜନ ରେ ପାଉସତକ ଆହାର ନିମନ୍ତେ ପୋଷଣ ବଗିଚା କାର୍ଯ୍ୟକ୍ରମ ରେ ବିଭିନ୍ନ ପାରିବ ଗଛ ଲଗାଯାଇଥିଲା । ବ୍ଲକ ମ୍ୟାନେଜେର ସୋନାଲ ଲାଲ ବିଦ୍ୟାଳୟରେ ପିଲାଙ୍କ ର ଶିକ୍ଷା ର ବିକାଶ ଲାଗି ଶିକ୍ଷକ ମାନଙ୍କର ଏହି ଉଦ୍ୟମକୁ ପ୍ରସଂଶା କରି କୋଭିଡ ଯୋଗୁ ପିଲା ଙ୍କ ର ପାଠ ପଢ଼ାର ଆଗ୍ରହ କମି ଯାଇଥିବା ଓ ତାକୁ ବୃଦ୍ଧି କରାଇବା ପାଇଁ ଶିକ୍ଷକ ଙ୍କ ସହ ଅଭିଭାବକ ମାନେ ସହଯୋଗ କରିବା ପାଇଁ ଅନୁରୋଧ କରି ଥିଲେ । ହିଥିଲେ ଏହି କାର୍ଯ୍ୟକ୍ରମ ଯୋଗୁ ବିଦ୍ୟାଳୟ ର ସୌନ୍ଦର୍ଯ୍ୟ ବୃଦ୍ଧି ସଂଗେ ସଂଗେ ପିଲା ଙ୍କୁ ବିଦ୍ୟାଳୟ କୁ ଅଧିକ ସଂଖ୍ୟା ରେ ଆସିବାକୁ ଆଗ୍ରହ ବଢ଼ିବାରେ ସହଯୋଗ କରିବ | ପିଲା ଙ୍କ ପାଇଁ ଏହି କାର୍ଯ୍ୟକ୍ରମ ନୂଆ ହୋଇଥିବାରୁ ପିଲା ମାନେ ବହୁତ ଆଗ୍ରହର ସହ ଏହାକୁ ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମ ରେ ବଟକୃଷ୍ଣ ବେହେରା ମଂଚ ପରିଚାଳନା କରିଥିଲା ବେଳେ ଏହି ଅଭିଯାନ କୁ ସଫଳ କରାଇବାରେ କୈବଲ୍ୟ ଶିକ୍ଷା ସଂଗଠନ ର ଅଭିନବ ପାଣ୍ଡେ, ସାରଣୀ ମୈତି, ସୋନି ସିଂ , କୌଶଳ କିଶୋରେ, ସାଇ ଚାନ୍ଦ ପାଣ୍ଡେ , ସୁଧୀର ନାୟକ, ଶାନ୍ତନୁ ମହନ୍ତ, ଅରୁଣେଶ , ଏବଂ ବଦ୍ରି ପ୍ରସାଦ ସାହୁ ଓ ବିଦ୍ୟାଳୟ ର ଅନ୍ୟ ଶିକ୍ଷକ ମାନେ ସହଯୋଗ କରିଥିଲେ |

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମେଧାତାଲିକା ରେ ମଡେଲଡିଗ୍ରୀ କଲେଜର ଛାତ୍ରଛାତ୍ରୀ

Sunil Chandra Nayak

ଚିତ୍ତ ରଂଜନ ନନ୍ଦ ଙ୍କ ପ୍ରବନ୍ଧ ଗୋଦାବରୀଶ ମିଶ୍ର

Sunil Chandra Nayak

ବିଜୁ ପଟ୍ଟନାୟକ ଦକ୍ଷତା ପ୍ରୋତ୍ସାହନ ରାଶି ବୃଦ୍ଧି ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ସ୍ବର୍ଣ୍ଣ ବିଜେତାଙ୍କୁ ମିଳିବ ୧ କୋଟି

Leave a Comment

error: Content is protected !!