ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନିର୍ବାଣ

      ନିର୍ବାଣ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ଏ ମର ଶରୀର ହୋଇବ ଅମର ମିଳିବ ପରମ ତୃପ୍ତି,
ଦୁଃଖ ବିଷାଦର ଅବସାନ ପର ହୋଇବ ନିର୍ବାଣ ପ୍ରାପ୍ତି…..(୦)
ଶୂନ୍ୟ ମହାଶୂନ୍ୟ ଏ ଆମ ଜୀବନ
କିଛି ହିଁ ନାହିଁ ଆମର
ଆସିଅଛେ ଖାଲି ଯିବା ଖାଲି ଚାଲି 
କିଛି ନେବାନି ସାଥିର
ଏକ ପରମାତ୍ମା ଜୀବର ଯେ ଆତ୍ମା
ସଙ୍ଗମ ପରମ ଗତି…….(୧)
ସେନେହ ପୀରତି ଯେତେ ଏହି କ୍ଷିତି
ସୂତା ଖିଅ ସମ୍ପର୍କର 
ସବୁ ଛିଡ଼ିଯିବ ନିଃସ୍ଵ କରିଦେବ
ଶେଷରେ ଯିବା ବେଳର
ରାଗ ଅଭିମାନ ମିଛ ସ୍ୱାଭିମାନ
ଜଳାଉଛି ନିତି ନିତି ….(୨)
କି ଧନ ସମ୍ପତ୍ତି କି ଅବା ବିଭୁତି
କିବା ମାନ ସନମାନ
ଧନୀ ଓ ଫକୀର କରି ଏକାକାର
ଜୁଇରେ କରଇ ଲୀନ
କେବଳ କରମ ଆହୁରି ଧରମ 
ସେହି ଏକା ଥିବ କତି…..(୩)

ଫୁଲବାଣୀ, କନ୍ଧମାଳ

Related posts

ନୂଆପଡା – ବ୍ଲକ ଅଧ୍ୟକ୍ଷାଙ୍କ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଜନଜାତି ଛାତ୍ରଛାତ୍ରୀଙ୍କ ସହ ଦୀପାବଳି ପାଳିଲେ ଜିଲ୍ଲା ପରିଷଦ ସଭ୍ୟ

Sunil Chandra Nayak

Leave a Comment

error: Content is protected !!