ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡକାୟତ ଦଳ ର ମୁଖ୍ୟ ସୂତ୍ରଧର କୁ ବାନ୍ଧିଲା ପୋଲିସ

କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ ଅଞ୍ଚଳରେ ବିଗତ ଦିନରେ ହୋଇଥିବା ବିଭିନ୍ନ ଡ଼କାୟତି ମାମଲାରେ କଳାହାଣ୍ଡି ପୋଲିସ ୧୦ ଜଣ ଙ୍କୁ ଗିରଫ କରି ସାରିଥିବା ବେଳେ ଆଜି ଡ଼କାୟତି ର ଜଣେ ସୁତ୍ରଧରକୁ ପୋଲିସ ଗିରଫ କରିଛି। ଏନେଇ ଆଜି ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୁଚନା ଦେଉଛନ୍ତି। ପୋଲିସ ପାଖରୁ ପ୍ରାପ୍ତ ସୁଚନା ଅନୁଯାୟୀ, ଆମପାଣି ଥାନା ଅନ୍ତର୍ଗତ ବଡ କେନ୍ଦୁଗୁଡା ଗ୍ରାମର ମୋହନ ପୁଝାରୀ (୫୦) ଜିଲ୍ଲା ବାହାରୁ ଡକାୟତ ମାନଙ୍କୁ ଡକାଇ ଡକାୟତି କରାଇ ବାରେ ମୂଖ୍ୟ ସୁତ୍ରଧର ସାଜିଥିଲା। ବେହେରା ଗ୍ରାମର ଅଳଙ୍କାର ଦୋକାନ ରେ ଡ଼କାୟତି, ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ପଞ୍ଜଆ ଗ୍ରାମରେ ଡ଼କାୟତି, କୋକସରା ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମରେ ଡ଼କାୟତି ସହ ଗୃହ କର୍ତାଙ୍କୁ ଆକ୍ରମଣ ଘଟଣାରେ ସେ ଜଡ଼ିତ ଥିଲା ବୋଲି ପୋଲିସ କହିଛି। ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ଗୋଟିଏ ଖଣ୍ଡା ଏଵଂ ମୋବାଇଲ୍ ଫୋନ, ଡକାୟତ ମାନେ ବ୍ୟବହାର କରିଥିବା ବାସନ କୁସନ ପୋଲିସ ଜବତ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଗୋଲାମୁଣ୍ଡା ଥାନା ଅଧିକାରୀ ଯୁଗଳ କିଶୋର ଶବର ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ମଟର ଭେହିକିଲ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଦୁହିତା

Sunil Chandra Nayak

Leave a Comment

error: Content is protected !!