ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜବାହର ଉଚ୍ଚ ବିଦ୍ୟାପୀଠରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ

କୋକସରା,୧୪/୯- ( ମ ନି ସ)  ଭାରତକୁ ଏକ ନିଶାମୁକ୍ତ ଦେଶ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଭର୍ଚୁଆଲ ମାଧ୍ୟମରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କ୍ରମରେ କାଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୋକସରା ବ୍ଲକ ସଦର ମହକୁମା ସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠରେ ସୋମବାର ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ସ୍କୁଲ ଓ କଲେଜ ଏନସିସି ର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ତଥା ନିଶାମୁକ୍ତ ଭାରତ ଗଠନ ଦାୟିତ୍ବ ଉପରେ ଆଲୋଚନା ହୋଇଥିଲା। ଜବାହର ଉଚ୍ଚ ବିଦ୍ୟାପୀଠ ନେଭାଲ ଏନସିସି କ୍ୟାଡେଟ ଓ କୋକସରା ଡିଗ୍ରୀ କଲେଜର ଏନସିସି ଏଏନଓ ଅଶ୍ଵିନୀ କୁମାର ପଟ୍ଟନାୟକ, ଏଏନଓ ଅମିତ ମହାନ୍ତି ସମେତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।

Related posts

କୋମନା ପାଇକପଡାରୁ କଫ୍ ସିରଫ୍ ଜବତ ଜଣେ ଗିରଫ

Sunil Chandra Nayak

କୁନା ସେଠୀ ଙ୍କ କବିତା ଈର୍ଷାର ଦାଉ

Sunil Chandra Nayak

ଆହୁରି ସଶକ୍ତ ହେବ ମିଶନ ଶକ୍ତି

Leave a Comment

error: Content is protected !!