ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ମୂଲ୍ୟାଙ୍କନ ଜୀବନର

ମୂଲ୍ୟାଙ୍କନ ଜୀବନର

                  

    ଶ୍ରୀମତୀ କଲ୍ୟାଣୀ ନନ୍ଦ

                   କେହି କି କେବେ ବୁଝିଛି,
          ପରସ୍ତ ପରସ୍ତ ହୋଇ ଉନ୍ମୋଚିତ,
 ରହସ୍ୟମୟ ଜୀବନର ପ୍ରତିଟି ଅଧ୍ୟାୟ କେବେ କି ଜୀବନ ପାତ୍ର ପୂର୍ଣ୍ଣତା ଲଭିଛି ?
          ବୋଧହୁଏ ନୁହେଁ…….।
       ଦୁଃଖ ବିନା ସୁଖ, ଲୁହ ବିନା ହସ,
         ଶୂନ୍ୟତା ବିନା ପୂର୍ଣ୍ଣତା ର କି ଅସ୍ତିତ୍ବ ଥାଏ ?
  କିଛି ରିକ୍ତତା ହିଁ ପୂର୍ଣ୍ଣତା ର ମୂଲ୍ୟାଙ୍କନ କରିଥାଏ,
   ଦୁଃଖ ର ସ୍ପର୍ଶ ହିଁ ସୁଖକୁ ସୁନ୍ଦର କରିଥାଏ,
        ଲୁହ ଭିଜା ହସ ରେ ହିଁ ଜୀବନର ଅର୍ଥ ଲୁଚିଥାଏ,
   ବୋଧହୁଏ…. ଜୀବନର ଚଲାପଥରେ ଚାଲୁଚାଲୁ,
     ଏମିତି କିଛି ରିକ୍ତ ସ୍ଥାନ ଭରିହୁଏନା,                
         ସେଇ କିଛି ରିକ୍ତତା ହିଁ ,   
      ପ୍ରତିଟି ମୂହୁର୍ତ୍ତ କୁ ବ୍ୟଥିତ କରୁଥାଏ,
      ଯନ୍ତ୍ରଣାଦାୟକ ସ୍ମୃତି ଟିଏ ହୋଇ,
      ହୃଦୟର କେଉଁ ଏକ ନିଭୃତ ଇଲାକାରେ,
        ରହିଥାଏ ସବୁଦିନ ପାଇଁ।।।

     

        ସମ୍ବଲପୁର

Related posts

ବାଲିଆପାଳ ଠାରେ ନିର୍ମିତ ତାଲିମ କେନ୍ଦ୍ରକୁ ଉଦଘାଟନ କଲେ ଜିଲ୍ଲାପାଳ

Sunil Chandra Nayak

୨- ଗତବର୍ଷ ଅପେକ୍ଷା ଚଳିତ ବର୍ଷରେ ପଡୁଚାଷ ପାଇଁ ଅଧିକ ଜଙ୍ଗଲ ଜମି ସଫା ହବାର ଦେଖା ଯାଇଛି , ୨-କୁମ୍ଭାରି ପୁଟ ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାନୀ 

Sunil Chandra Nayak

ବୌଦ୍ଧରେ ମେଗା ସ୍ୱଚ୍ଛ ଭାରତ 2.0 ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!