ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ମାଟିର ମହକ 

  ମାଟିର ମହକ 

    ବେଣୁଧର ସୂତାର

ବନ ଉପବନ କେଦାର କାନନ
କେତେ ନଦ ନଦୀ ଭରା
ଶ୍ୟାମ ଶସ୍ୟକ୍ଷେତ
                    ଚାରୁ ସୁଶୋଭିତ
ଶଇଳ ମାଳିନୀ ଘେରା ।।
ନବୀନ ଉଷାର ଅନୁପମ ଶୋଭା
ଉଦିତ ଅରୁଣ ଆଭା
ଧୀର ସମୀରଣ ନବ ଅଭିସାରେ
ଫୁଲେ ଫୁଲେ ରଙ୍ଗ ସଭା ।।
ଝରା ଶିଶିରର ଭରା ମାଧୁରିମା
ତରୁଣ ତପନ କରେ
ହୀରା ମୋତି ଝରା ମାଣିକ ଝଲକ
ଶ୍ୟାମ ଦୂର୍ବାଦଳ ପରେ ।।
ଲତା ବିତାନରେ ପ୍ରକୃତିସୁତାର
ଗଜ ମୁକୁତାର ହସ
ପ୍ରକୃତି ମଧୁର ରୂପ ମନୋହର
ମଖମଲି ମଧୁ ବେଶ ।।
ନବୀନ ପ୍ରଭାତେ ନବ ସ୍ଵାଗତିକା
ବିହଙ୍ଗ ମଧୁର ଗୀତି
ନୈସର୍ଗୀକ ଶୋଭା  
                    ନୀଳିମା ପରଶେ
ହସେ ଏଇ ବସୁମତୀ ।।
ପ୍ରକୃତି ରଚଇ ନବ ନବ ଛଇ
ମାଟିର ମହକ ନେଇ
ପ୍ରୀତି ଅନୁରାଗେ ଗୋଧୂଳିପରାଗେ
ସନ୍ଧ୍ୟା ଆସେ ଧରା ଭୂଇଁ ।।
ଚାନ୍ଦ ଜୋଛନାର ରେଶମୀ ପରଶ
ଚାରୁ ଚନ୍ଦ୍ରାମୟ ହସେ
ନିଖିଳ ନୟନେ ଜାଗିଉଠେ ସ୍ଵପ୍ନ
ଅମୃତର ଅଭିଳାଷେ ।।
ପୁଣ୍ୟ ଧରଣୀର ପବିତ୍ର ପଣତେ
ସୁଧା ସଞ୍ଜୀବନୀ ଭରା
ଶ୍ରାବଣୀଧାରାର ପ୍ରାଣ ପ୍ରାଚୁର୍ଯ୍ୟରେ
ହସି ଉଠେ ବସୁନ୍ଧରା ।।
ଅନନ୍ତ ଜନନୀ ଦିବ୍ୟସତ୍ତା ଘେନି
ଏ ସୃଷ୍ଟିର ଅନ୍ନପୂର୍ଣ୍ଣା
ବିଶ୍ବପ୍ରାଣେ ଭରେ ଅମୃତ ଆଶିଷେ
ଅସୀମର ସମ୍ଭାବନା ।।
ଲଭିତା ଆଶିଷ ଏଜୀବ ଜଗତ
ହୋଇଥାଏ ଗତିଶୀଳ
ଜୀବନର ଲୀଳା 
               ଖେଳା ପରେ ଲଭେ
ତା ଶୀତଳ ଅଙ୍କ ସ୍ଥଳ ।।
ଜୀବନ ପଥର ସେପୁଣ୍ୟ ପାଥେୟ
ପ୍ରାଣମୟୀ ତତ୍ଵମସୀ
ସିଏ ଦିବ୍ୟ ରୁପା ଜନନୀ ସ୍ଵରୂପା
ସ୍ଵର୍ଗାଦପି ଗରୀୟସି ।।

କେଶଦୁରାପାଳ କେନ୍ଦୁଝର

Related posts

ନୂଆପଡା ଜିଲା ର ଗର୍ବ ଓ ଗୌରବ, ଜିଲ୍ଲାର ପ୍ରଥମ କମ ବୟସ୍କ ଛାତ୍ରୀ ଅର୍ଚ୍ଚନା ତିୱାରୀ ଗଣିତ ବିଭାଗରେ ପିଏଚଡି ଲାଭ

Sunil Chandra Nayak

ଗ୍ରାମାଞ୍ଚଳ କ୍ରିକେଟ ଟୁର୍ନାମେଣ୍ଟ – ଗୋରଖପୁର ଟିମ ଚମ୍ପିୟାନ

Sunil Chandra Nayak

ଦୁଇ ଶକ୍ତିପୀଠର ଶୁଭ ପୂଜନ ହେବ ଆସନ୍ତାକାଲି

Sunil Chandra Nayak

Leave a Comment

error: Content is protected !!