ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ କବିତା କୃଷ୍ଣଙ୍କ ଗୁରୁ ଭକ୍ତି

      କୃଷ୍ଣଙ୍କ ଗୁରୁ ଭକ୍ତି

      ଉମାକାନ୍ତ ଦାସ

ବହୁ ଗୁଣି ଜ୍ଞାନୀ ଗୁରୁ ସାନ୍ଦିପନୀ
      ବିଦ୍ଯାର ସେ ଗନ୍ତାଘର,
ଯଶୋଦା କୁମର ପ୍ରଭୁ ଗିରିଧର
     କଲେ ତାଙ୍କୁ ଗୁରୁବର ।।
ପ୍ରଭୁ ମାୟାଧର ବିଦ୍ଯାର ସାଗର
      ସିଏ ହେଲେ ତାଙ୍କ ଛାତ୍ର,
ମାନବୀୟ ଗୁଣ କରିଲେ ବଣ୍ଟନ
     ସମାଜ କଲ୍ଯାଣେ ମାତ୍ର ।।
ଗୁରୁଙ୍କ ବଚନ କଲେ ଅନୁଧ୍ୟାନ
      ନିଜେ ଯିଏ ତିନି ପୁର
ସର୍ବ ଘଟେ ଯାର ହୋଇ ଥାଏ ବାସ
      ରହି ଥାନ୍ତି ନିରନ୍ତର ।।
ଗୁରୁଙ୍କ ସନ୍ତୋଷେ ଦକ୍ଷିଣା ନିମନ୍ତେ
     ଦେଇ ଦେଲେ ନିଜ ପୁତ୍ର
ଜ୍ଞାନ ନିକିତିରେ ଧନ ଦାରା ସୁତ
     ମଣିଲେନି କିଛି ମାତ୍ର ।।        
ସ୍ବୟଂ ଭଗବାନ କଲେ ସଚେତନ
          ଗୁରୁ ଭକ୍ତିରେ ତାଙ୍କର,
ଦେଖ ଶିଖ ନର ପଥ ମୁକତିର
        ଅଟେ ଗୁରୁଙ୍କ ପୟର ।।
ଏ ସମୟେ ଆଜି ହେଉଛି ଓଲଟା

          ଗୁରୁଙ୍କର ଛାତ୍ରେ ଡ଼ର

ରହି ନାହିଁ ଏବେ ସେ ଭକ୍ତି ଭାବନା
          ଗୁରୁଙ୍କୁ ମଣନ୍ତି ଛାର ।।
ଲାଲବାଗ , ଖାନନଗର ମଙ୍ଗଳ ପୁର, ଯାଜପୁର 

Related posts

ରଥଯାତ୍ରା ରେ ଅଘଟଣ ,ରଥ ଚକତଳେ ଚାପି ହୋଇ ଜଣକ ଙ୍କ ହାତ କଟିଲା

ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ପାଳନ

Sunil Chandra Nayak

ଆଲୋକ ର ପର୍ବ ପାଇଁ ଦୀପ ପ୍ରସ୍ତୁତ , ଆଶା ଭଲ ବିକ୍ରି ର 

Sunil Chandra Nayak

Leave a Comment

error: Content is protected !!