ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ କବିତା କୃଷ୍ଣଙ୍କ ଗୁରୁ ଭକ୍ତି

      କୃଷ୍ଣଙ୍କ ଗୁରୁ ଭକ୍ତି

      ଉମାକାନ୍ତ ଦାସ

ବହୁ ଗୁଣି ଜ୍ଞାନୀ ଗୁରୁ ସାନ୍ଦିପନୀ
      ବିଦ୍ଯାର ସେ ଗନ୍ତାଘର,
ଯଶୋଦା କୁମର ପ୍ରଭୁ ଗିରିଧର
     କଲେ ତାଙ୍କୁ ଗୁରୁବର ।।
ପ୍ରଭୁ ମାୟାଧର ବିଦ୍ଯାର ସାଗର
      ସିଏ ହେଲେ ତାଙ୍କ ଛାତ୍ର,
ମାନବୀୟ ଗୁଣ କରିଲେ ବଣ୍ଟନ
     ସମାଜ କଲ୍ଯାଣେ ମାତ୍ର ।।
ଗୁରୁଙ୍କ ବଚନ କଲେ ଅନୁଧ୍ୟାନ
      ନିଜେ ଯିଏ ତିନି ପୁର
ସର୍ବ ଘଟେ ଯାର ହୋଇ ଥାଏ ବାସ
      ରହି ଥାନ୍ତି ନିରନ୍ତର ।।
ଗୁରୁଙ୍କ ସନ୍ତୋଷେ ଦକ୍ଷିଣା ନିମନ୍ତେ
     ଦେଇ ଦେଲେ ନିଜ ପୁତ୍ର
ଜ୍ଞାନ ନିକିତିରେ ଧନ ଦାରା ସୁତ
     ମଣିଲେନି କିଛି ମାତ୍ର ।।        
ସ୍ବୟଂ ଭଗବାନ କଲେ ସଚେତନ
          ଗୁରୁ ଭକ୍ତିରେ ତାଙ୍କର,
ଦେଖ ଶିଖ ନର ପଥ ମୁକତିର
        ଅଟେ ଗୁରୁଙ୍କ ପୟର ।।
ଏ ସମୟେ ଆଜି ହେଉଛି ଓଲଟା

          ଗୁରୁଙ୍କର ଛାତ୍ରେ ଡ଼ର

ରହି ନାହିଁ ଏବେ ସେ ଭକ୍ତି ଭାବନା
          ଗୁରୁଙ୍କୁ ମଣନ୍ତି ଛାର ।।
ଲାଲବାଗ , ଖାନନଗର ମଙ୍ଗଳ ପୁର, ଯାଜପୁର 

Related posts

ମ.ରାମପୁର ସିରିଜ୍ ଡ଼କାୟତି ଘଟଣା: ପୁଲିସ ଗ୍ୟାଙ୍ଗ ର ଜଣକୁ ମାତ୍ର କରି ପାରିଛି ଗିରଫ : ବାକି ଡକାୟତ ଧରା ପଡ଼ିବେ କେବେ ?

Sunil Chandra Nayak

ମହା ଆଡ଼ମ୍ବରରେ ପାଳିତ ହେଲା ପ୍ରଭୁ ବାଆଦୀ ଠାକୁରଙ୍କ ବାର୍ଷିକ ଦଶହରା ପର୍ବ

Sunil Chandra Nayak

କେନ୍ଦୁଡୋଙ୍ଗରି ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!