ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢାଉ, ବିପୁଳ ପରିମାଣରେ ମଦ ଓ ପଚ ଜବତ

ପାପଡାହାଣ୍ଡି,16/09, ମନିସ —-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଅବକାରୀ ବିଭାଗ ଓ ମଇଦଳପୁର ଫାଣ୍ଡି ପକ୍ଷରୁ ଶୁକ୍ରବାର ମିଳିତ ଚଢାଉ କରି ବିପୁଳ ପରିମାଣର ମଦ ଓ ପଚ ଜବତ କରିବା ସହ 2 ଜଣକୁ ଗିରଫ କରାଯାଇଛି | ଜିଲ୍ଲା ଅବକାରି ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତଙ୍କ ନିର୍ଦେଶକ୍ରମେ ନବରଙ୍ଗପୁର ଅବକାରୀ ଇନ୍ସପେକ୍ଟର ସୁଧୀର କୁମାର ସାହୁ ଙ୍କ ନେତୃତ୍ୱରେ ପାପଡାହାଣ୍ଡି ଅବକାରୀ ଓଆଇସି ଅମିୟ ଖଞ୍ଜ,ନବରଙ୍ଗପୁର ଏଏସଆଇ ସୁଜିତ କୁମାର ନାଗ ପ୍ରମୁଖ ଚଚରାଗୁଡା, ଖୁଡିଗୁଡା ଅଞ୍ଚଳ ରେ ଚଢାଉ କରିଥିଲେ | ଏହି ଚଢାଉ ସମୟରେ ପାପଡାହାଣ୍ଡି ବ୍ଲକ ଗାଦବାକତ୍ରା ପଞ୍ଚାୟତ ଖୁଡିଗୁଡା ଗ୍ରାମର ଲାଇବନ ମୁଦୁଲିଙ୍କ ଠାରୁ 18 ଲିଟର ଦେଶୀ ମଦ ଓ ଦୁଇ ହଜାର ଲିଟର ପଚ ଜବତ କରାଯିବା ସହ ଚଚରାଗୁଡା ଗ୍ରାମର ଧନିଆ ହରିଜନଙ୍କ ଠାରୁ 17 ଲିଟର ଦେଶୀ ମଦ ଜବତ କରାଯିବା ସହ ଉଭୟ ଙ୍କୁ ଗିରଫ କରାଯାଇଥିଲା | ଏନେଇ ଅବକାରୀ ବିଭାଗ ମାମଲା ରୁଜୁ କରି ଦୁହିଁଙ୍କୁ ନୋଟିସ କରି ଛାଡି ଦିଆଯାଇଛି | ମଇଦଲପୁର ଫାଣ୍ଡି ପୋଲିସ ଭାସ୍କର ରାଓ, ଗୃହରକ୍ଷୀ ବଲବ ବିଷୋୟୀ, ଚତୁର ନାୟକ ଓ ଅବକାରୀ ବିଭାଗ କର୍ମଚାରୀ ଏଏସଆଇ ରାଜେନ୍ଦ୍ର ପଟ୍ଟନାୟକ, ରଞ୍ଜୀତ ସିଂଘ, ରୀନା ବଡ଼ ନାୟକ, ଗୋତୁଲ ନାୟକ ପ୍ରମୁଖ ସାମିଲ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

କଳାହାଣ୍ଡିର ଯୁବ ଚିତ୍ରଶିଳ୍ପୀ କ୍ଷୀରସିନ୍ଧୁ ଭୋଇଙ୍କୁ ମିଳିଲା “ଇଣ୍ଟରନ୍ୟାସନାଲ ସୋସିଆଲ୍ ଅନରେବୁଲ୍ ଆୱାର୍ଡ୍” 

Sunil Chandra Nayak

ପଞ୍ଚାୟତକୁ ଯିବାକୁ ରାସ୍ତା ସାଜୁଛି ସାଜୁଛି ବାଧକ

Sunil Chandra Nayak

ମୁଖ୍ୟମନ୍ତ୍ରୀ ଉଦ୍ଧେଶ୍ୟ ରେ ଦାବି ପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!