ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକସ୍ତରୀୟ ବିଜ୍ଞାନଭିତ୍ତିକ ଆଲୋଚନାଚକ୍ର ଅନୁଷ୍ଠିତ

ଲାଞ୍ଜିଗଡ଼,୧୬/୦୯ (ମନିସ)-  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁରସ୍ଥିତ ଗୋପବନ୍ଧୁ ହାଇସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି ! ବ୍ଲକସ୍ତରୀୟ ଏଇ କାର୍ଯ୍ୟକ୍ରମରେ ସଂପୋଷଣୀୟ ବିକାଶ ପାଇଁ ବିଜ୍ଞାନ, ଏହାର ଆହ୍ବାନ ଓ ସମ୍ଭାବନା ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ! ମୁଖ୍ୟଅତିଥି ଭାବେ ଗୋପବନ୍ଧୁ ହାଇସ୍କୁଲର ପ୍ରଧାନଶିକ୍ଷକ ନରସିଂହ ପାତ୍ର ଯୋଗ ଦେଇଥିବାବେଳେ ବିଚାରକ ଭାବେ ପାଣିମୁଣ୍ଡା ହାଇସ୍କୁଲର ବିଜ୍ଞାନଶିକ୍ଷକ ନୀଳାମ୍ବର ସରାଫ ଓ ଗୋପବନ୍ଧୁ ହାଇସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ସୁଜାତା ମଲ୍ଲିକ ଦାୟିତ୍ବ ତୁଲାଇଥିଲେ ! ଏଥିରେ ବ୍ଲକ ଅଞ୍ଚଳର ୧୪ ଗୋଟି ହାଇସ୍କୁଲର ଛାତ୍ରଛାତ୍ରୀ ଭାଗ ନେଇଥିବାବେଳେ ପାଣିମୁଣ୍ଡା ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଯଶୋଦା ବାଗ ପ୍ରଥମ, ଲାଞ୍ଜିଗଡ଼ରୋଡ଼ ହାଇସ୍କୁଲର ଛାତ୍ର ଦ୍ବିତୀୟ ଏବଂ ପାହାଡ଼ପଦର ହାଇସ୍କୁଲର ଛାତ୍ର ରୋହିତ କୁମାର ଦୁର୍ଗା ତ୍ରୁତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କଠାରୁ ପୁରସ୍କ୍ରୁତ ହୋଇଥିଲେ ! ଏଇ ଅବସରରେ ବେନଗାଁ ହାଇସ୍କୁଲର ବିଜ୍ଞାନଶିକ୍ଷକ ପ୍ରଶାନ୍ତ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ବିବାଦୀୟ ଟିପ୍ପଣୀ ପାଇଁ ହିନ୍ଦୀ ସିନେ ଚିତ୍ର ନିର୍ମାତା ରାମ ଗୋପାଲ ବର୍ମାଙ୍କ ନାମରେ ବିଜେପି ତରଫରୁ ଟାଉନ ଥାନାରେ ଏତଲା

Sunil Chandra Nayak

ଧର୍ମଗଡ ଏନଏସି ଉପାଧକ୍ଷା ହେଲେ ବିଜେଡି ର ଶ୍ରୀମତୀ ମନୀଷା ମିଶ୍ର

Sunil Chandra Nayak

କନକ ପ୍ରେସ ନାମରେ ସରପଞ୍ଚ ଙ୍କୁ କୋଡ଼ିଏ ହଜାର ଟଙ୍କା ଚାନ୍ଦା ମାଗିବା ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!