ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମା ତାରିଣୀ ମନ୍ଦିରରେ ଗାଡି ପୂଜା

ବାଲେଶ୍ଵର,୧୭/୯/୨୨- ଆଜି ହେଉଛି ପବିତ୍ର ବାବା ବିଶ୍ବକର୍ମାଙ୍କ ପୂଜା । ଏହି ଉପଲକ୍ଷେ ଗାଡି ପୂଜା ନିମନ୍ତେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସରରେ ଥିବା ମା ତାରିଣୀଙ୍କ ମନ୍ଦିର ସମ୍ମୁଖରେ ଭିଡ ଲାଗିଥିବାର ଦେଖାଯାଇଥିଲା । ଭୋର ୫ ଘଟିକା ସମୟରୁ ପୂଜା କାର୍ଯ୍ୟ ଆରମ୍ଭ ହୋଇଛି । ଯେ ପର୍ଯ୍ୟନ୍ତ ଗାଡି ଗୁଡିକର ଭିଡ ଜମି ରହିଥିବ ସେପର୍ଯ୍ୟନ୍ତ ପୂଜା କାର୍ଯ୍ୟ ଚାଲୁ ରହିଥିବ ବୋଲି ମନ୍ଦିରର ପୂଜକ ମାନେ ପ୍ରକାଶ କରିଛନ୍ତି । ଏଥିରେ ପୂଜକ ରମେଶ କୁମାର ପଣ୍ଡା(ଲିଙ୍କୁଆ) ଓ ସରଗମ୍ ସତ୍ଯବ୍ରତ ପଣ୍ଡା ପୂଜା କାର୍ଯ୍ୟରେ ଲିପ୍ତ ରହିଥିବା ବେଳେ ତାଙ୍କୁ ସହଯୋଗ କରୁଛନ୍ତି ମନୋଜ କୁମାର ଦାସ । ସମ୍ପୃକ୍ତ ଅଞ୍ଚଳରୁ ଶହ ଶହ ଗାଡି ମାଲିକ ମାନେ ମନ୍ଦିରକୁ ଆସି ଶାନ୍ତି ଶୃଙ୍ଖଳାର ସହିତ ଗାଡି ପୂଜା କରି ମନ୍ଦିର ତଥା ପୂଜକ ଦ୍ବୟଙ୍କୁ ମୁକ୍ତ ହସ୍ତରେ କିଛି ଦାନ ଦେଇ ଆଶୀର୍ବାଦ ନେଇ ଖୁସି ମନରେ ଘରକୁ ଫେରିଥିଲେ । ପୂଜାରେ କୌଣସି ପ୍ରକାର ବ୍ଯାଘାତ କିମ୍ବା କେହି ଅସନ୍ତୁଷ୍ଟ ହୋଇନଥିବା ସଂଗୃହିତ ଖବରରୁ ଜଣାପଡିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭାରତର୧୫ ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଦଶପୁର ମଣ୍ଡଳବିଜୟ ଉତ୍ସବ ପାଳନ

Sunil Chandra Nayak

ମାଓବାଦୀଙ୍କୁ ଯୋଗାଯୋଗ ଉପକରଣ ଯୋଗାଣ ଅଭିଯୋଗ 

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!