ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟେମରି ଓ ଚିଚିଆ ରେ ବିଶ୍ୱକର୍ମା ପୂଜା ଆୟୋଜିତ 

ଟେମରି ( ମ ନି ସ ): ପ୍ରାଚୀନ ଆର୍ଯ୍ୟ ସଭ୍ୟତା ଅନୁଯାଇ ପ୍ରଭୁ ବିଶ୍ୱକର୍ମା କାହିଁ କେତେ କାଳରୁ ଯୁଗ ଯୁଗ ଧରି ପୂଜା କରି ଆସୁଛନ୍ତି l ବିଶ୍ୱକର୍ମା ଅର୍ଥ ବିଶ୍ୱ + କର୍ମା l ବିଶ୍ୱ ଅର୍ଥ ପୃଥିବୀ,କର୍ମା ଯିଏ କାର୍ଯ୍ୟ ତୁଲାଏ l ଅନ୍ୟ ଅର୍ଥରେ କହିବାକୁ ଗଲେ,ଯିଏ ବିଶ୍ୱ ବା ପୃଥିବୀକୁ ସୁନ୍ଦର ଭାବରେ ଗଢି ତୁଳିବାକୁ କାରିଗରୀ କାର୍ଯ୍ୟ ତୁଲାଇ ଥିଲେ, ତାଙ୍କୁ ବିଶ୍ୱକର୍ମା କୁହାଯାଏ l ପ୍ରଭୁ ବିଶ୍ୱକର୍ମାଙ୍କୁ ବିଭିନ୍ନ ଶିଳ୍ପୀ, କାରିଗରୀ, ଶ୍ରମିକ ତଥା କୃଷକମାନେ କନ୍ୟା ସଂକ୍ରାନ୍ତି ଦିନେ ସହର, ଗାଁଗଣ୍ଡା ମାନଙ୍କରେ ଲୋକ ମାନେ ନିଜର ମନସ୍କାମନା ପୂରଣ ପାଇଁ ପୂଜା ଅର୍ଚନା କରିଥାନ୍ତି l କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ସ୍ଥାନ ସ୍ଥାନରେ ବିଶ୍ୱ କର୍ମା ପୂଜା କରୁଥିବା ବେଳେ ଟେମରି ଓ ଚିଚିଆ ଗ୍ରାମରେ ମଧ୍ୟ ଏହି ପୂଜା କରାଯାଉଛି l ଟେମରି ଗ୍ରାମର ଜଗନ୍ନାଥ କ୍ଲବ ଗୃହରେ ଉକ୍ତ ପୂଜାର କର୍ତ୍ତା ଭାବରେ ସନାତନ ବାଗ, ଧର୍ମପତ୍ନୀ ଯାଜ୍ଞସେନୀ ବାଗ, ପୂଜକ ସଂଜିପ ଖମାରି ପୂଜାକାର୍ଯ୍ୟ ତୁଲାଇଛନ୍ତି l ବିଜେଡି ପ୍ରତିନିଧି ବେଭାରୀ ସାହୁ, ସମାଜ ସେବୀ ସୁଧୀର କୁମାର ଭୋଇ, ପୂଜା କମିଟିର ସଭାପତି ଡଉଲ ଚନ୍ଦ୍ର ନାଏକ, ସମ୍ପାଦକ କିଶୋର ପଟେଲ, ଧାରମାନନ୍ଦ ବାଗ, କୁମୁଦ ସା, ୱାର୍ଡ ମେମ୍ବର ଆନନ୍ଦ ସୁନାନୀ, କ୍ଷମା ସାଗର ପଟେଲ, ଗୋବିନ୍ଦ ପଟେଲ ତଥା ଗ୍ରାମବାସୀ ଭକ୍ତ ବୃନ୍ଦ ଦର୍ଶନ କରିଥିଲେ l ଏଠାରେ ଚିଚିଆ ଗ୍ରାମରେ ଘୁମୁରା ପ୍ରତିଯୋଗିତା, ଟେମରି ଗ୍ରାମରେ ନାଟକ ମଞ୍ଚସ୍ଥ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଭାରତ ସରକାରଙ୍କ ସୂଚନା ପ୍ରଯୁକ୍ତ ବିଜ୍ଞାନ ନିଲେଟ୍ ତରଫରୁ ଢେଙ୍କାନାଳ ଆସେଟ୍ କମ୍ପୁଟର ସେଣ୍ଟର କୁ ‘ଓ’ ଲେବୁଲ କୋର୍ସର ମାନ୍ୟତା

Sunil Chandra Nayak

ଜାତୀୟ ‘ହୋ’ ଯୁବକ ସମ୍ମିଳନୀ ୨୦୨୨ ନଭେମ୍ବର ୫ ଏବଂ ୬ ରେ ହେବା ନେଇ କେନ୍ଦ୍ରୀୟ କମିଟି ର ପ୍ରସ୍ତୁତି ବୈଠକ

Sunil Chandra Nayak

ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ, ୧୯୪୭ ଅଗଷ୍ଟ ୧୫ରେ ଜନ୍ମ ଗ୍ରହଣ କରିଥିଲେ l

masiha

Leave a Comment

error: Content is protected !!