ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁନ୍ଦେଲମାଲ ପଞ୍ଚାୟତକୁ ବସୁଧା ଜଳ ଯୋଗାଣ କେବେ ?

  ଚିଲିଗୁଡା ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦୁନ୍ଦେଲ ମାଲ ପଞ୍ଚାୟତ ଏକ ଅନଗ୍ରସର ପଛୁଆ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଅଟେ ।ଶିକ୍ଷା ,ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ ର ସମସ୍ୟା ଏବେ ମଧ୍ୟ ଏହି ଅଞ୍ଚଳରେ ଲାଗି ରହିଛି ।ଅଣ ଜଳସେଚିତ ଏହି ପଞ୍ଚାୟତର ଅନେକ ଗାଁ କୁ ବିଶୁଦ୍ଧ ପାନୀୟ ଜଳ ସାତ ସପନ ହୋଇଛି ।ମୁକୁନ୍ଦପୁର ,ଉପର ଦୁଣ୍ଡା ଆଦି ଗାଁର ଅବସ୍ଥା ନ କହିବା ଭଲ ।ଚୀର ମରୁଡି ପ୍ରପୀଡ଼ିତ ଏହି ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ପାଇଁ ଅନେକ ସମୟରେ ଦାବି ହୋଇ ଆସୁଛି ।ହେଲେ କୌଣସି ସୁଫଳ ମିଳି ପାରି ନାହିଁ ଯାହା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି । ଦୁନ୍ଦେଲ ମାଲ ଡ଼ମେନ ଖପ୍ରା ନାଳରେ ପାନୀୟଜଳ ଯୋଗାଣ ପାଇଁ ଏକ ଇନ ଟେକ କୂପ ଖନନ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡିରହିଛି ।ଯାହାକି ଫାଟିବା ଆରମ୍ଭ କଲାଣି ।ବସୁଧା ଜଳ ଯୋଗାଣ ଯୋଜନାରେ ଏହି ପଞ୍ଚାୟତ କୁ ସାମିଲ କରାଯାଇ ଜଳ ଯୋଗାଣ କରା ଯିବାକୁ ଅଞ୍ଚଳ ବାସି ଦାବି କରୁଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଆଜି ମନ ଖୋଲି କହିବି

Sunil Chandra Nayak

ଜୁନାଗଡ଼ ଠାରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!