ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧଅଁରାଭଟାରେ କଂଗ୍ରେସ ତରଫରୁ କର୍ମୀ ସମ୍ମିଳନୀ

ଲାଞ୍ଜିଗଡ଼,୧୮/୦୯(ମନିସ)   କଂଗ୍ରେସ ଦଳ ତରଫରୁ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଟଣା ସଦର ବ୍ଲକର ଆଠଗୋଟି ପଞ୍ଚାୟତର ସଭାପତି, ସଂପାଦକ ଓ କର୍ମୀମାନଙ୍କୁ ନେଇ ଚାଞ୍ଚେର ଗ୍ରାମପଞ୍ଚାୟତର ଧଅଁରାଭଟାଠାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟଅତିଥି ଭାବେ କଂଗ୍ରେସ ଦଳର ଉଦୀୟମାନ ଯୁବନେତା ଚାଞ୍ଚେର ମାଝୀ ଯୋଗଦେଇ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତରେ ପଞ୍ଚାୟତ କମିଟି ଏବଂ ଓ୍ଵାର୍ଡ କମିଟି ଗଠନ କରିବା ସହିତ ତୃଣମୂଳ ସ୍ତରରେ ଦଳକୁ ସଶକ୍ତ କରାଯିବା ଉପରେ ଗୁରୁତ୍ବାରୋପ କରିଥିଲେ ! ସେହିପରି ଦଳରେ ନୂତନ କର୍ମୀଙ୍କୁ ସାମିଲ କରିବା ସହିତ ଆଗାମୀ ନିର୍ବାଚନରେ ଦଳକୁ ସଫଳତା ଆଣିଦେବା ପାଇଁ ସେ ସମବେତ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ ! ଭବାନୀପାଟଣା ସଦର ବ୍ଲକ କଂଗ୍ରେସ ସଭାପତି ସୁବାସ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ସଭାପତି ହରିହର କୁମାର, କଂଗ୍ରେସ କର୍ମକର୍ତ୍ତା ରାଜେନ୍ଦ୍ର ମାଳି, ଗୋପାଳଦାସ ମହାନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଶଗଡା ପଞ୍ଚାୟତର ପୂର୍ବତନ ସରପଞ୍ଚ କ୍ଷିତିଶ ନାଏକ, କଂଗ୍ରେସ ନେତା ଶଙ୍କର ନାଏକ, କେଶରୀ ଜାନୀ, କବି ମାଝୀ, ଅଜିତ ମାଝୀ, ବଳଭଦ୍ର ନାଏକ, କ୍ରିଷ୍ଣା ନାଏକଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ

Related posts

ସର୍ପାଘାତରେ ୮ମ ଶ୍ରେଣୀ ଛାତ୍ରର ମୃତ୍ୟୁ

Sunil Chandra Nayak

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ କଳାହାଣ୍ଡିର ସଫଳତା

Sunil Chandra Nayak

ସରିଲା ସମବାୟ ସମିତିର ସଭାପତି ଓ ଉପ-ସଭାପତି ନିର୍ବାଚନ 

Sunil Chandra Nayak

Leave a Comment

error: Content is protected !!