ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି ଙ୍କ କବିତା ଆଉ ଫେରିବୁନି

    ଆଉ ଫେରିବୁନି

ଚାଲିଗଲୁ କେଉଁ ଅଫେରା ରାଇଜେ
        ଆଉ ଫେରିବୁନି ଜାଣେ
ଝୁରୁଛି ଝୁରିବି ବଞ୍ଚି ଥିବାଯାଏ
       ଲୁହ ଭରି ଆଖି କୋଣେ
ଅନ୍ଧର ଲଉଡି ଥିଲୁ ଆଶାବାଡି
        ଚାଲିଗଲୁ ପରକରି
ଅଭୀମାନ ରଖି ହିନୀମାନ କଲୁ
       ମାଆକୁ ବୁଝି ନପାରି
ଜାଣିଛି ବୁଝିଛି ଆଉ ଫେରିବୁନି
       ଅଫେରା ପଥରେ ଗଲୁ
ସାରାଜୀବନ ମୋତେ ତୁ କନ୍ଦେଇ
       ଦୋଷିଟେ ସଜେଇଦେଲୁ
ତୋର ସେହି ମୁହଁ ମା’ତେ ମା’ତେ ଡାକ
       ଆଜିବି ଯାଉଛି ଶୁବି
କେମିତି ଭୁଲିବି ଜନ୍ମ ଦେଇଥିଲି
       ତୁ ଥିଲୁ ମୋ ଦେହଛବି
ଭାବିଦେଲେ ଥରେ ଲୁହଧାର ଝରେ
       ଫେରିଆ ରେ ଶୁକ ମୋର
ଚାହିଁଚି ତୋ ମାଆ ଥରେ ଶୁଣିବାକୁ
       ମାଆ ଡାକ ଯେ ତୋହର
ଆଖିମୋ ଦେଖୁଛି ନିତୀକେତେ ପୁଅ
     ତୋପରି କେହି ଦିଶେନି
ତୋ ବିନା ସଂସାର ଲାଗୁଛି ଅସାର
        ଦୁଃଖ ମୋର ଧନ ସରୁନି
ଯେଣେଗଲୁ ତୁ ‘ରେ ନେଇଯା ସାଥୀରେ
     ଦୁଃଖୀନି ମାଆକୁ ତୋର
ଦୁଇବର୍ଷ ପୁରି ଗଲା ତୋହବିନା
           ଆଜିଏ ଘାଣ୍ଟ ଦିନର
ସକାଳ ଦଶଟା କାଳଘେନିଘଲା
       କୋଳମୋର ଶୁନ୍ୟ କରି
ଏକାକରି ମୋତେ ହଜିଗଲୁଧନ
      ଆଉ ଆସିଲୁନି ଫେରି!!
              ଆଉ ଆସିଲୁନି ଫେରି
                       

                ନିରୁପମା ପାଣି 

                          ଚାନ୍ଦବାଲି

Related posts

ବସ୍ତାରେ ଦୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳିତ 

Sunil Chandra Nayak

ସଫଳା ଦାସ ଙ୍କ କବିତା କେତେ ଖୁସି ମୁଁ ସେଦିନ ଥିଲି

Sunil Chandra Nayak

ପ୍ରବନ୍ଧ

Sunil Chandra Nayak

Leave a Comment

error: Content is protected !!