ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି ଙ୍କ କବିତା ଆଉ ଫେରିବୁନି

    ଆଉ ଫେରିବୁନି

ଚାଲିଗଲୁ କେଉଁ ଅଫେରା ରାଇଜେ
        ଆଉ ଫେରିବୁନି ଜାଣେ
ଝୁରୁଛି ଝୁରିବି ବଞ୍ଚି ଥିବାଯାଏ
       ଲୁହ ଭରି ଆଖି କୋଣେ
ଅନ୍ଧର ଲଉଡି ଥିଲୁ ଆଶାବାଡି
        ଚାଲିଗଲୁ ପରକରି
ଅଭୀମାନ ରଖି ହିନୀମାନ କଲୁ
       ମାଆକୁ ବୁଝି ନପାରି
ଜାଣିଛି ବୁଝିଛି ଆଉ ଫେରିବୁନି
       ଅଫେରା ପଥରେ ଗଲୁ
ସାରାଜୀବନ ମୋତେ ତୁ କନ୍ଦେଇ
       ଦୋଷିଟେ ସଜେଇଦେଲୁ
ତୋର ସେହି ମୁହଁ ମା’ତେ ମା’ତେ ଡାକ
       ଆଜିବି ଯାଉଛି ଶୁବି
କେମିତି ଭୁଲିବି ଜନ୍ମ ଦେଇଥିଲି
       ତୁ ଥିଲୁ ମୋ ଦେହଛବି
ଭାବିଦେଲେ ଥରେ ଲୁହଧାର ଝରେ
       ଫେରିଆ ରେ ଶୁକ ମୋର
ଚାହିଁଚି ତୋ ମାଆ ଥରେ ଶୁଣିବାକୁ
       ମାଆ ଡାକ ଯେ ତୋହର
ଆଖିମୋ ଦେଖୁଛି ନିତୀକେତେ ପୁଅ
     ତୋପରି କେହି ଦିଶେନି
ତୋ ବିନା ସଂସାର ଲାଗୁଛି ଅସାର
        ଦୁଃଖ ମୋର ଧନ ସରୁନି
ଯେଣେଗଲୁ ତୁ ‘ରେ ନେଇଯା ସାଥୀରେ
     ଦୁଃଖୀନି ମାଆକୁ ତୋର
ଦୁଇବର୍ଷ ପୁରି ଗଲା ତୋହବିନା
           ଆଜିଏ ଘାଣ୍ଟ ଦିନର
ସକାଳ ଦଶଟା କାଳଘେନିଘଲା
       କୋଳମୋର ଶୁନ୍ୟ କରି
ଏକାକରି ମୋତେ ହଜିଗଲୁଧନ
      ଆଉ ଆସିଲୁନି ଫେରି!!
              ଆଉ ଆସିଲୁନି ଫେରି
                       

                ନିରୁପମା ପାଣି 

                          ଚାନ୍ଦବାଲି

Related posts

ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର

Sunil Chandra Nayak

ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ଓ ଚଣ୍ଡୀ ସମଲାଇଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଓ ଡ୍ରାମା ଏବଂ ୧୭ ବର୍ଷରୁ କମ ଫୁଟବଲ ଦଳ ଚୟନ

Sunil Chandra Nayak

Leave a Comment

error: Content is protected !!