ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମପାଣି ବୁଢାରଜା ମହାପ୍ରଭୁଙ୍କ ପ୍ରସିଦ୍ଧ ଦଶ୍‌ରା ପାଇଁ ପ୍ରସ୍ତୁତି ବୈଠକ

କୋକସରା,୧୯/୯-  ( ମ ନି ସ)  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଘାଟି ମୁଣ୍ଡରେ ପୁଜା ପାଉଥିବା ଆରାଧ୍ୟ ଦେବତା ପ୍ରଭୂ ବୁଢାରଜ ଦେବଙ୍କ ପ୍ରସିଦ୍ଧ ବାର୍ଷିକ ଦଶ୍‌ରା ନିମନ୍ତେ ମନ୍ଦିର ପ୍ରଙ୍ଗଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଫକିର ମୋହନ ପୁଝାରୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ହୋଇଥିଲା । ଆସନ୍ତା ଅକ୍ଟୋବର ମାସ ୧୫ ତାରିଖ ଶନିବାର ଦିନ ପ୍ରଭୂ ବୁଢାରଜା ଦେବଙ୍କ ବାର୍ଷିକ ଦଶ୍‌ରା ଅନୁଷ୍ଠିତ ହେବାକୁ ଥିବାବେଳେ ଦଶ୍‌ରା ପୂଜା କିପରି ଭାବରେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା ହେବ ସେନେଇ ଆଲୋଚନା ହୋଇଥିଲା । ଏଥି ସହ ପରିଚାଳନା ପାଇଁ ୧୫ ଜଣିଆ ନୂତନ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ କୁମୁଦ ଚନ୍ଦ୍ର ପୁଝାରୀ, ସମ୍ପାଦକ ନକୁଲ ବାଣୁଆ, ଉପସଭାପତି ତିଲୋତ୍ତମା ନାଏକ, ସହ ସମ୍ପାଦକ ସନ୍ତୋଷ ମାଝୀ ଓ କୋଷାଧ୍ୟକ୍ଷ ଭାବରେ ଯୀତେନ୍ଦ୍ର ପଣ୍ଡା, ସଭ୍ୟ ମନୋରଞ୍ଜନ ବାଣୁଆ, ନିତ୍ୟା ମାଝୀ, ଟିକିଚନ୍ଦ୍ର ଧଙ୍ଗଡାମାଝୀ, କେଶବ ବେଣୁପାଣି, ଭାସ୍କର ରାଓ, ମହେଶ୍ୱର ପୁଝାରୀ, ତ୍ରିନାଥ ପ୍ରସନ୍ନ ରାୟ, ବିଘ୍ନେଶ୍ୱର ନାଏକ, ଫକିର ମାଝୀ, ଦୟାନିଧି ନାଏକ ପ୍ରମୁଖ ରହିଛନ୍ତି ।

Related posts

ଓଜେୟୁର ଜିଲ୍ଲା କାର୍ଯ୍ୟକାରୀଣି ବୈଠକ ,୧୦ ଦଫା ଦାବି ନେଇ ସରକାରଙ୍କୁ ଦାବିପତ୍ର ପ୍ରଦାନ ନିଷ୍ପତ୍ତି

Sunil Chandra Nayak

ମିଶ୍ରିଲାଲ ମାଇନ୍ସ କମ୍ପାନୀ ସମ୍ମୁଖରେ ୭ଦଫା ଦାବି ନେଇ ବିଜେପି ର ଶାନ୍ତିପୂର୍ଣ ଧାରଣା , ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ହଟିଲା ଗଣଧାରଣା

Sunil Chandra Nayak

ଦାବି ପୂରଣ ନ ହେବାରୁ ବନ୍ଦାଗାଁ ଗ୍ରାମବାସୀ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ର ଦ୍ୱାରସ୍ତ ,ହେଲେ ଅପମାନିତ

Sunil Chandra Nayak

Leave a Comment

error: Content is protected !!