ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ମୋ’ବିହୁନେ

ମୋ’ବିହୁନେ

ରାଗ —-ରାମକେରୀ
ଇନ୍ଦ୍ରଧନୁ ରୂପ ବିଭବେ
        ଖେଳି କାମ ଚପଳା
ମାର୍ଗଚ୍ୟୁତ କରେ ମୁନିଙ୍କି
        ଚିପି କୋମଳ ଗଳା |13|
ଚନ୍ଦନ ଶଇଳେ ଚନ୍ଦନ
        ପେଡି ଫିଟାଇ ଧୀରେ
ମହକାଇ ଦେଲେ ବାଳାଏ
        ଦଶଦିଗ ସମୀରେ |14|
କଜ୍ଜଳ ପର୍ବତୁ କଜ୍ଜଳ
        ପେଡି ଖୋଲି ଆଦରେ
ଭ୍ରୂଲତା ସଜାଉଁ ଦିଶିଲେ
       ମନୋରମ ନଗରେ |15|
ଶ୍ୟାମ କେଶୀ ମତ୍ତ କାଶିନୀ
       ଚାରୁ ରୂପ ସମ୍ଭାରେ
ମୁଗ୍ଧ ହୋଇ ମେଘ ଧାଇଁଲେ
        ଟାଣ ପଦ ପ୍ରହାରେ |16|
ଘଟିଲା ଏକାଳେ ସେସ୍ଥଳେ
      ଯେଉଁ ଅଦ୍ଭୁତ କଥା
ଲକ୍ଷ୍ୟ କଲେ ସବୁ ଅମରେ
       ଆଶୁ ଟୁଙ୍ଗାରି ମଥା |17|
ବେନି କୁମାରୀଙ୍କ ପଛରେ
        ହରି ଧାଆନ୍ତି ଖରେ
ତାଙ୍କୁ ଦେଖି ପ୍ରାଣ ବିକଳେ
        ଦୁହେଁ ପଳାନ୍ତି ଡରେ |18|
ମେଘରାଜ ପଦ ପ୍ରହାରେ
       ମେଘନାଦ କଟକ
ଫାଟିପଡୁଥିଲା ସହସା
        କରିନୁହେଁ ଅଟକ |19|
କୁଶଳୀ ଧାଇଁଲା ପୂରୁବେ
        ଲମ୍ବ ଲମ୍ଫ ବଢା଼ଇ
ମୁଷଳୀ ଧାଇଁଲା ଉତ୍ତରେ
        କାମାନ୍ଧକୁ ଅନାଇ |20|
ମାଂସ ଲୋଭୀ ବ୍ୟାଘ୍ରଯେସନ
       ଧାଏଁ ମୃଗ ପଶ୍ଚାତେ
ବାଳାପ୍ରେମ ଲୋଭୀ ଧାଇଁଲେ
        ତଥା ବରଷା ହାତେ |21|
ଅଞ୍ଜଳୀରେ ଭରି ସହସ୍ର
       ମଞ୍ଜୁ ରତନ ହାର
ଡାକିଲେ ବାଳାଙ୍କୁ ବିନୟେ
       ପ୍ରେମେ କରି ଜୁହାର |22|
“ଆଣିଛି ଆଣିଛି ସଜନୀ
        ତୁମ ଲାଗି ଗହଣା
କୃପାକରି ଘେନ ଏଥର
       ଆଗୋ ପୀକ ବଚନା |23|
ମୁଁ ନୁହେଁ ଶାର୍ଦୁଳ କିଅବା
       ମାଂସ ଲୋଭୀ କେଶରୀ
ମେଘରାଜ ବିଶ୍ୱକଲ୍ୟାଣ –
      କାରୀ ନୁହେଁ କେ’ସରି |24|
ମୋ’କରୁଣା ଲାଭେ ଜଗତ
       ଧନ୍ୟା ହୋଇ ସତତ
ଦାରିଦ୍ରତା ରୂପୀ ରାକ୍ଷସ
        ଆଶୁ ହୁଏ ନିହତ |25|
ତରୁବଲ୍ଲୀ ଶସ୍ୟ ସକଳ
        ଲଭି ନବ ଜୀବନ
ସୁନାର ସଂସାର ଗଢ଼ନ୍ତି
       ଭୂଲି ଦୁଃଖ କଷଣ |26|
ମୋହ ଆଗମନେ ଧରଣୀ
        ଧରି ଶସ୍ୟ ରତନ
ବିଶ୍ୱର ସକଳ ସଜୀବେ
       କରିଥାନ୍ତି ପାଳନ |27|
ମୁଁନୁହେଁ ହରିଙ୍କ ସମାନ
        ଭୟଙ୍କର ଯୁବକ
ମୁଁ ଅଟେ ଶ୍ରୀ ହରି ସମାନ
        ବିଶ୍ୱ ଜୀବ ପାଳକ |28|
ଶୁଷ୍କ ମହୀ ବକ୍ଷେ ଫୁଟାଏ
        ସଦା ସହସ୍ର ଫୁଲ
ମୋହ ଦର୍ପେ ବର୍ଷେ ମହୀରେ
       ଶତ ଅନଳ ଝୁଲ |29|
ଫଳ ପୁଷ୍ପେ ଲକ୍ଷ୍ମୀ ଭଣ୍ଡାର
         ପରି ପୂର୍ଣ୍ଣ କରଇ
ମୋ’ବିହୁନେ ଜୀବ, ଆତୁରେ
         କ୍ଷୁଧା କଷ୍ଟ ଭୋଗଇ |30

ଶ୍ରୀ ବିଦ୍ୟାଧର ମହାନ୍ତ

ତମ୍ବାହରା , ହରି ଚନ୍ଦନ ପୁର, କେନ୍ଦୁଝର

Related posts

ଜଙ୍ଗଲୀ ବାରିଆ ଛୁଆ ଧରି ବନ ବିଭାଗ କୁ ହସ୍ତାନ୍ତର କଲେ ଗ୍ରାମ ବାସୀ

Sunil Chandra Nayak

ରାଉରକେଲାରେ ଜାତୀୟ ପ୍ରେସ୍‌ ଦିବସ ପାଳିତ

Sunil Chandra Nayak

ଅଭିଯୋଗ ପରେ ଆରମ୍ଭ କଲା ଭିଜିଲାନ୍ସ ତଦନ୍ତ

Sunil Chandra Nayak

Leave a Comment

error: Content is protected !!