ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ନିଯୁକ୍ତି ଦାବିରେ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ଧାରଣା

ରାଇଘର -:  ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗଞ୍ଜାପାରା ଠାରେ ଥିବା ଆଦର୍ଶ ବିଦ୍ୟାଳୟ ରେ ଦୀର୍ଘ ଦିନ ହେବ ରାସାୟନିକ ବିଜ୍ଞାନ ଶିକ୍ଷକ ଅଭାବ ରହୁଥିବା ରୁ ମଙ୍ଗଳବାର ଧାରଣା ରେ ବସିଲେ ଛାତ୍ରୀ ଛାତ୍ର । ବିଦ୍ୟାଳୟ ରେ ପିଲାଙ୍କୁ ମାଗଣାରେ ଗୁଣାତ୍ମକ ଶିକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ଆଦର୍ଶ ବିଦ୍ୟାଳୟର ପରିକଳ୍ପନା କରିଥିଲେ। ହେଲେ ଏହି ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଶିକ୍ଷକ ଅଭାବ ପରିଲକ୍ଷିତ ହୋଇ ଅଛି । ଏହାର ଉଦାହରଣ ଦେଖିବାକୁ ମିଳିଛି ରାଇଘର ଗଞ୍ଜାପାରା ସ୍ଥିତ ଆଦର୍ଶ ବିଦ୍ୟାଳୟରେ । ଏଠାରେ ଅନେକ ଦିନ ହେବ ରସାୟନ ବିଜ୍ଞାନ ବିଷୟର ଅଧ୍ୟାପକ ନଥିବା ବେଳେ ଅନ୍ୟ ବିଷୟ ଯେପରି ହିନ୍ଦୀ, ସଂସ୍କୃତ, କଳା ଏବଂ ସଙ୍ଗୀତ ଶିକ୍ଷକ ମଧ୍ୟ ନାହାନ୍ତି। ଫଳରେ ଏଠାରେ ଗୁଣାତ୍ମକ ଶିକ୍ଷା ବାଧା ପ୍ରାପ୍ତ ହେଉଥିବା ବେଳେ ଏନେଇ ଅନେକ ଥର ବିଦ୍ୟାଳୟର ଛାତ୍ରଛାତ୍ରୀ ଅଭିଯୋଗ କରି ଆସୁଛନ୍ତି। ତେବେ ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ନଦେବାରୁ ମଙ୍ଗଳବାର ବାଧ୍ୟ ହୋଇ ବିଦ୍ୟାଳୟର ଛାତ୍ରୀ ଛାତ୍ର ଗଞ୍ଜାପାରା ଠାରୁ ରାଇଘର ବ୍ଲକ ପର୍ଯ୍ୟନ୍ତ ବର୍ଷା ରେ ଭିଜି ଭିଜି ପ୍ରାୟ ୪ କିଲୋମିଟର ଚାଲି ଚାଲି ଆସି ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେଇଛନ୍ତି। ଛାତ୍ରୀ ଛାତ୍ରଙ୍କ କହିବା ଅନୁସାରେ ମାତ୍ର କେଇଟା ମାସ ପରେ ପରୀକ୍ଷା ହେବାକୁ ଥିବାବେଳେ ଆମ ଆଦର୍ଶ ବିଦ୍ୟାଳୟରେ ବର୍ତ୍ତମାନ ପର୍ଯ୍ୟନ୍ତ ରାସାୟନିକ ବିଜ୍ଞାନ ବିଷୟର ଶିକ୍ଷକ ନାହାନ୍ତି। ସେହିପରି ହିନ୍ଦୀ, ସଂସ୍କୃତ, କଳା ଏବଂ ସଙ୍ଗୀତ ଶିକ୍ଷକ ମଧ୍ୟ ଆମ ବିଦ୍ୟାଳୟରେ ନାହାନ୍ତି। ଫଳରେ ଏସବୁ ବିଷୟରେ ଆମକୁ ପାଠ ପଢିବାରେ ଅସୁବିଧା ହେଉଛି। ତେଣୁ ତୁରନ୍ତ ଆମକୁ ରାସାୟନିକ ବିଜ୍ଞାନ ବିଷୟ ସହ ଅନ୍ୟ ବିଷୟର ଶିକ୍ଷକ ଦରକାର ବୋଲି ଛାତ୍ରୀ ଛାତ୍ର ଦାବି କରିଛନ୍ତି। ତେବେ ବ୍ଲକ୍ ଶିକ୍ଷାଧିକାରୀ ଇଶ୍ୱର ଚନ୍ଦ୍ର ମାଝୀ ଅନୁପସ୍ଥିତ ଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ସୁସେନ ଢାଲି ଏଵଂ ଅତିରିକ୍ତ ବ୍ଲକ ଶିକ୍ଷ୍ୟା ଅଧିକାରୀ ଛାତ୍ରୀ ଛାତ୍ରଙ୍କ ନିକଟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାଇବା ସହ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଫୋନ୍ ଯୋଗେ କଥା କରାଇଥିଲେ। ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ୧୦ ଦିନ ମଧ୍ୟରେ ବିଦ୍ୟାଳୟର ଶିକ୍ଷକ ସମସ୍ୟା ଦୂର କରିବା ପାଇଁ ପ୍ରତିଶୃତି ଦେବା ପରେ ଛାତ୍ରଛାତ୍ରୀ ଧାରଣାରୁ ହଟିଥିବା ଦେଖିବାକୁ ମିଳିଛି।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ପ୍ରଣତି ମହାପାତ୍ର ଙ୍କ କବିତା ଜୟ ବିନାୟକ

Sunil Chandra Nayak

ଆମପାଣି ଘାଟି ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,ଅଜଣା ଗାଡି ଧକ୍କା ରେ ବାଇକ ଚାଳକ ମୃତ, ଜଣେ ଗୁରୁତର

Sunil Chandra Nayak

ଆନ୍ତର୍ଜାତୀୟ ପ୍ରଦାନ କଳା ଦିବସ ପାଳିତ 

Leave a Comment

error: Content is protected !!