ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକସ୍ତରୀୟ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ , ବାଲ୍ୟବିବାହ ରୋକିବା ପାଇଁ ସଚେତନତା

ମୟୂରଭଞ୍ଜ ୨୦/୦୯।୨୨(ମସିହା):  ଆଦିବାସୀ ଇଲାକାରେ ଶିଶୁ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରି ତାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଧେଶ୍ୟରେ ବିଶୋଇ ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନା ପକ୍ଷରୁ ବିଶୋଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ସିଡିପିଓ ଶ୍ରୀମତୀ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ତୁଳସୀ ସିକ୍ରି ହାଁସଦା,ଉପାଧ୍ୟକ୍ଷ ଚନ୍ଦ୍ରମୋହନ ଗିରି,ଏବିଡ଼ିଓ ହେମନ୍ତ କୁମାର ଗୁରୁ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କୁମାର ଦେଵବ୍ରତ ପାତ୍ର,ଏବିଇଓ ଉମାକାନ୍ତ ନାଏକ ପ୍ରମୁଖ ଯୋଗଦେଇ ଶିଶୁ ସୁରକ୍ଷାର  ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ। ଆଦିବାସୀ ବହୁଳିତ ବିଶୋଇ ବ୍ଲକକୁ ବାଲ୍ୟବିବାହ ମୁକ୍ତ ବ୍ଲକ ଗଠନ କରିବାରେ ଜନପ୍ରତିନିଧି ମାନଙ୍କ ମୁଖ୍ୟ ଭୂମିକା ନେବାକୁ ପଡିବ ବୋଲି ସିଡିପିଓ ଶ୍ରୀମତୀ ସାମଲ ନିଜ ବ୍ୟକ୍ତବରେ ପ୍ରକାଶ କରିଥିଲେ।ସେହିପରି ଶିଶୁଙ୍କ ସୁରକ୍ଷା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହୋଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ମଣଦା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ବିପିଏମ ଶିବ ନରାୟଣ ଦତ୍ତ ଆଲୋକପାତ କରିଥିଲେ।ମିଶନ ଶକ୍ତିର ସଂଯୋଯିକା ମାନସି ମହାନ୍ତି ଶିଶୁମାନଙ୍କ ବିଭିନ୍ନ ଅଧିକାର ଯଥା ବଞ୍ଚିବାର ଅଧିକାର,ବିକାଶର ଅଧିକାର,ସୁରକ୍ଷାର ଅଧିକାର ଓ ସହଭାଗିତା ଅଧିକାର ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଶୋଇ ବ୍ଲକ ବିଏଲଏଫ ଚନ୍ଦ୍ରିକା ମାହାନ୍ତି, ବିଶୋଇ ସରପଞ୍ଚ କରୁଣା ସାଗର ମାର୍ଣ୍ଡି,ଖଡ଼ମବେଡା ସରପଞ୍ଚ ସୋମବାରି ସିଂ,ଯୋଡ଼ିଆ ସରପଞ୍ଚ ସାବିତ୍ରୀ ସୋରେନ,ଏନ. ବି ପୋଖରିଆ ସରପଞ୍ଚ ଡ଼ମାନ ମୁର୍ମୁ,ଭାତଛତ୍ର ସରପଞ୍ଚ ଭାଦୁରାମ ହାଁସଦା ସମେତ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ଶିକ୍ଷୟତ୍ରୀଙ୍କୁ ଲୁହ ଭରା ଆଖିରେ ଅବସର କାଳୀନ ବିଦାୟ ଦେଲେ ଛାତ୍ରୀ ଛାତ୍ର ସହ ଅଭିଭାବକ

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ଓଁ ନମଃ ଗଣେଶାୟଃ

Sunil Chandra Nayak

ଦଳ ଛାଡ଼ିଲେ, କହିଦେଇଗଲେ ମରମ କଥା

Sunil Chandra Nayak

Leave a Comment

error: Content is protected !!