ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନେଗିଗୁଡା ପଦରପଡା ଗ୍ରାମ କୁ ମିଳିଲା ରାଜସ୍ୱ ଗ୍ରାମ ର ମାନ୍ୟତା 

କୋକସରା,୨୧/୯- (ମ ନି ସ) କୋକସରା ବ୍ଲକ ସାନ ପୋଡ଼ାଗୁଡା ପଞ୍ଚାୟତର ନେଗିଗୁଡା ପଦରପଡା ଗ୍ରାମକୁ ଦୀର୍ଘ ବର୍ଷ ପରେ ରାଜସ୍ବ ଗ୍ରାମର ମାନ୍ୟତା ମିଲିଛି।ଗ୍ରାମବାସୀ ଦୀର୍ଘ ବର୍ଷରୁ ରାଜସ୍ୱ ଗ୍ରାମର ମାନ୍ୟତ ଦେବା ପାଇଁ ଦାବି ଜଣାଇ ଆସୁଥିଲେ । ତେବେ ରାଜ୍ୟ ସରକାର ନେଗିଗୁଡା ଗ୍ରାମକୁ ନୂତନ ରାଜସ୍ୱ ଗ୍ରାମ ନିମନ୍ତେ ବିବେଚିତ କରିଛନ୍ତି । ଏହି ଖବର ଜାଣିବା ପରେ ଗ୍ରାମବାସୀ ସରକାର ଓ ପ୍ରଶାସନ କୁ କୃତଜ୍ଞତା ଜଣାଇଛନ୍ତି । ବୁଧବାର କୋକସରା ତହସିଲଦାର ରାକେଶ ପରୁଆ ଓ ଗୋତୋମୁଣ୍ଡା ରାଜସ୍ୱ ନିରୀକ୍ଷକ ଯତୀନ୍ଦ୍ର ନାଏକ ଗ୍ରାମ ପରିଦର୍ଶନ କରିବା ସହ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପୋଡ଼ାଗୁଡା ପଞ୍ଚାୟତ ସରପଞ୍ଚ ଜୟରାମ ନାଗ, ସମିତି ସଭ୍ୟ ରାଜୀବ ଖମାରୀ, ରମଣୀ ବାଗ, ବାଲେକ ଖମାରୀ, ଗୋପଲାଲ ଗୋପାଳ, ତୁଳସୀରାମ ଗୋପାଳ, ଦେବେନ୍ଦ୍ର ଦାସ, କ୍ଷମା ସାଗର ବାଗ, ଅମୃତ ପୁଝାରୀ, ଇନ୍ଦ୍ରଜିତ ଗୋପାଳ,ତ୍ରିଲୋଚନ ଗହିର, ଗୌରଚନ୍ଦ୍ର ଖର୍ସେଲ, ମୋତିଲାଲ ମେହେର, ଛବିଲାଲ ନାଗ ସମେତ ଗ୍ରାମବାସୀ ଉପସ୍ଥିତ ରହି ରାଜ୍ୟ ସରକାରଙ୍କୁ କୃତଜ୍ଞତା ଦେବାସହ ରାଜସ୍ବ ଗ୍ରାମର ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇଦେବାକୁ ତହସିଲଦାରଙ୍କୁ ଦାବି ରଖିଥିଲେ।

Related posts

ନାବାଳିକା ଉଦ୍ଧାର

Sunil Chandra Nayak

ଖଣ୍ଡିଡଙ୍ଗରିଗୁଡାରେ ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ

Sunil Chandra Nayak

ବୋଟୋପାଲି ଠାରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!