ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସୁନୀଳ ଶରତ ତୋଷୁଛି ଚିତ୍ତ

 ସୁନୀଳ ଶରତ ତୋଷୁଛି ଚିତ୍ତ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ସୁନୀଳ ଶରତ ଆଜି ତୋଷୁଅଛି ଚିତ୍ତ
ହସୁଛି ଧରଣୀ ରାଣୀ ଲାଜେଇ ବହୁତ
ସବୁଠାରେ ପ୍ରେମ ରଙ୍ଗ,
କୁମାର ପୂର୍ଣ୍ଣିମା ହେବ ମେଳ ହେବା ସାଙ୍ଗ ll ୧ll
ଗଗନ ପବନ ପୁଣି ବନ ଉପବନ
ଅତି ମନୋହର ଲାଗେ ଏହି ଯେ ଭୁବନ 
ଶରତ ଯେ ରଂଗ ଭରି,
ସ୍ଥିର ସୌଦାମିନୀ ଟାଣି ଦେଲା ବସୁନ୍ଧରୀ ll୨ ll
ଶୁଭ୍ର କାଶତଣ୍ଡି ଶୋଭା କି ଦେବି ଉପମା
ଶୋଭାମୟ ଦିଶେ ଧରା ନାହିଁ ତା’ର ସୀମା 
ପ୍ରକୃତି ରାଣୀ ଝଲସେ,
ଶୁଭ୍ର ଓଢଣୀ ଘୋଡେଇ ଧରଣୀ ଯେ ହସେ ll୩ll
ଶରଦଶଶୀ ନିର୍ମଳ ଜୋଛନାକୁ ଢାଳି
କୁମୁଦିନୀ ମନ କିଣଇ ଭଳିକି ଭଳି
ପ୍ରେମ ପରଶକୁ ଦେଇ,
ଶେଫାଳୀ ରଜନୀ ଗନ୍ଧା ବାସ ଚହଟଇ ll୪ ll
ନାନା ଜାତି ଫୁଲ ଫଳ କଦମ୍ବ ସହିତ
ଚତୁର୍ମାସ୍ୟା ସୁଧାରସ ଢାଳି ଉପସ୍ଥିତ
ପୁଣି ପାର୍ବଣ ଉତ୍ସବ,
ଧରା ଅବତରି ମାତା ଢାଳିବେ ବିଭବ ll୫ll
କାୟ ମନ ପ୍ରାଣ ଆତ୍ମା ହୁଏ ପୁଲକିତ
ପ୍ରେମ ରଙ୍ଗେ ଏ ଧରଣୀ ହୋଇ ରଙ୍ଗାୟିତ
ଶତ ଧନ୍ୟବାଦ ଦେଇ,
ଶରତକୁ ଧିରେ ଚାହେଁ ହୃଦେ ଲାଜ ବହି ll୬ll

ଫୁଲବାଣୀ, କନ୍ଧମାଳ

Related posts

ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ନୂଆପଡା ଜିଲ୍ଲାରେ ବିଶ୍ଵ ନିଶା ସେବନ ନିରୋଧ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!