ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

    ହଜିଲା ଦରବ

             ଭାଗ:–୧୧

   ଦିଲ୍ଲୀପ କୁମାର ନନ୍ଦୀ

ଗୋବର ଛୁଞ୍ଚ ତ ଦୁଆରେ ଦିଶୁନି
ଝାଡ଼ୁ ଶଵଦ ଶୁଭୁନି
ଫୁଲ ନୈବେଦ୍ୟକୁ ପଚାରୁଛି କିଏ
ଦୀପ ତ ଘରେ ଜଳୁନି।୧।
କଂସା ଥାଳି ଖୁରି ଗଲାଣି ବଦଳି
ଷ୍ଟିଲ ପ୍ଲାଷ୍ଟିକ ଖଲି
ହଜି ତ ଗଲାଣି କଦଳୀ ପତର
କାଗଜରେ ଭରା ବାଲି।୨।
କଠଉ ତ ବନ୍ଧୁ ସମାଧି ନେଲାଣି
ଛତା ବୁଡ଼ି ଆସିଲାଣି
ତାମ୍ବୁଳ ବଟୁଆ ଅଦୃଶ୍ୟ ହେଲାଣି
ଗୁଣ୍ଡିନଳି ହଜିଲାଣି।୩।
କଟିର କରାଟ ଶୁନ୍ୟ ଶୁନ୍ୟ ବନ୍ଧୁ
ଚିତାକୁଟା ଉଠିଲାଣି
ଗୁଆ ଘିଅକୁ ତ ପଚାରୁଛି କିଏ
ପାଉଚ୍ ରେ ରିଫାଇନ।୪।

କାଏମା, ଧର୍ମଶାଳା, ଯାଜପୁର

Related posts

କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

ନର୍ଲା : ନିର୍ବାଚନ ସେକ୍ଟର ଅଧିକାରୀ ଓ ଭୋଟ ଗଣତି କର୍ମଚାରୀଙ୍କୁ ତାଲିମ

Sunil Chandra Nayak

ନର୍ଲାରୋଡ଼ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର କର ନାଗପୁର ଠାରେ ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!