ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

    ହଜିଲା ଦରବ

             ଭାଗ:–୧୧

   ଦିଲ୍ଲୀପ କୁମାର ନନ୍ଦୀ

ଗୋବର ଛୁଞ୍ଚ ତ ଦୁଆରେ ଦିଶୁନି
ଝାଡ଼ୁ ଶଵଦ ଶୁଭୁନି
ଫୁଲ ନୈବେଦ୍ୟକୁ ପଚାରୁଛି କିଏ
ଦୀପ ତ ଘରେ ଜଳୁନି।୧।
କଂସା ଥାଳି ଖୁରି ଗଲାଣି ବଦଳି
ଷ୍ଟିଲ ପ୍ଲାଷ୍ଟିକ ଖଲି
ହଜି ତ ଗଲାଣି କଦଳୀ ପତର
କାଗଜରେ ଭରା ବାଲି।୨।
କଠଉ ତ ବନ୍ଧୁ ସମାଧି ନେଲାଣି
ଛତା ବୁଡ଼ି ଆସିଲାଣି
ତାମ୍ବୁଳ ବଟୁଆ ଅଦୃଶ୍ୟ ହେଲାଣି
ଗୁଣ୍ଡିନଳି ହଜିଲାଣି।୩।
କଟିର କରାଟ ଶୁନ୍ୟ ଶୁନ୍ୟ ବନ୍ଧୁ
ଚିତାକୁଟା ଉଠିଲାଣି
ଗୁଆ ଘିଅକୁ ତ ପଚାରୁଛି କିଏ
ପାଉଚ୍ ରେ ରିଫାଇନ।୪।

କାଏମା, ଧର୍ମଶାଳା, ଯାଜପୁର

Related posts

ମଧୁସୂଦନ ମହାପାତ୍ର ଙ୍କ କବିତା ନିର୍ବାଣ ନୁହେଁ, ମୁଁ ଜୀବନ କାମନା କରେ

Sunil Chandra Nayak

ଫୁଲବାଣୀ ଚା ଦୋକାନୀ ର ପୁଅ ହେବ ଡାକ୍ତର , ଲୋକଙ୍କ ର ସେବା ହେବ ତାଙ୍କର ବ୍ରତ

Sunil Chandra Nayak

ଯୁବକଙ୍କ ଆତ୍ମ ହତ୍ୟା

Sunil Chandra Nayak

Leave a Comment

error: Content is protected !!