ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ପ୍ରାତଃ ପ୍ରାର୍ଥନା

   ପ୍ରାତଃ ପ୍ରାର୍ଥନା

  ହେ କାଳିଆ,
ତୋ ଖୋଲା ଚକା ଚକା ଆଖିରେ
ମୋତେ ସଦା ସର୍ବଦା ଦେଖୁ ଥାଆ
ମୁଁ ମୋ ଛୋଟ ଛୋଟ ଆଖି ଦୁଇରେ
ତୋ ପତିତପାବନକୁ ଦେଖୁଛି।
ତୁ ତୋ ରତ୍ନ ସିଂହାସନରେ ବସି
ମୋ ଉପରେ ତୋ କୃପା ଢାଳୁଥାଆ
ମୁଁ ମୋର ଭଙ୍ଗା କୁଡ଼ିଆରେ ବସି 
ତୋ ଅଙ୍ଗେ ଫୁଲ ଚନ୍ଦନ ଅର୍ପୁଛି ।।
ତୁ ତୋର ବଡ଼ ଦେଉଳରେ ବସି
ଷାଠିଏ ପାଉଟି ଭୋଗ ଖାଉଥା
ମୁଁ ମୋ ଘରେ ପେଜ ପଖାଳ ଖାଇ
ତୋ ନାମ ଦିନ ରାତି ଭଜୁ ଥାଏ ।।
ତୁ ସଭିଙ୍କ ଦୁଃଖର ବନ୍ଧୁ ହୋଇ 
ସଂସାର ଦୁଃଖ ସବୁ ବୁଝୁ ଥାଆ
ମୁଁ ମୋ ନିଜ ସବୁ ଦୁଃଖକୁ ନେଇ
ତୋ ଦୁଆରେ ସେମିତି ବସିଥାଏ ।।

      ଜୟ ଜଗନ୍ନାଥ

     ସସ୍ମିତେଶ ସାହୁ

       ଶଙ୍ଖଚିଲା,ଯାଜପୁର

Related posts

ଭାଲୁ କାମୁଡାରେ ଜଣେ ଗୁରୁତର

Sunil Chandra Nayak

ବସରେ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର, ରାସ୍ତାରୋକିଲେ ମହିଳା

Sunil Chandra Nayak

ଲୋକାର୍ପିତ ହେଲା ଦେଶର ପ୍ରଥମ ଆଦିବାସୀ ସଂଗୀତ ଭିତ୍ତିକ ଷ୍ଟ୍ରୀମିଙ୍ଗ ଆପ୍

Sunil Chandra Nayak

Leave a Comment

error: Content is protected !!