ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିନି ବିଜ୍ଞାନମେଳାରେ ମୁଖ୍ୟ ଅତିଥି ହେଲେ ନାରାୟଣ ଚନ୍ଦ୍ର ସେନାପତି

 ବାଲେଶ୍ଵର,୨୪/୯/୨୩– କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ନିକଟସ୍ଥ ସରକାରୀ ଉପ୍ରା ବିଦ୍ୟାଳୟ ଜଟ ଠାରେ ବିଦ୍ୟାଳୟର ମିନି ବିଜ୍ଞାନ ମେଳା ଉଦଯାପିତ ହୋଇଯାଇଛି । ପୂର୍ବାହ୍ଣ ୭ଘଟିକା ସମୟରେ ମୁଖ୍ୟ ଅତିଥି ଡିମିରିଆ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କୃତି ବିଜ୍ଞାନ ଶିକ୍ଷକ ତଥା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵରର ସଭାପତି ନାରାୟଣ ଚନ୍ଦ୍ର ସେନାପତିଙ୍କ ଦ୍ୱାରା ଏହା ଉଦଘାଟିତ ହୋଇଥିଲା । ଏଥିରେ ୨୭ ଜଣ କୁନି ବୈଜ୍ଞାନିକ ଅଭିନବ ପ୍ରକଳ୍ପ ସହ ଅଂଶଗ୍ରହଣ କରିଥିଲେ । ଶ୍ରୀ ସେନାପତି ଅଂଶଗ୍ରହଣ କାରୀଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ସଭିଙ୍କ ଭିତରେ ଥିବା ବୈଜ୍ଞାନିକ ମନୋଭାବ ଜାଗ୍ରତ ହେଲେ ଜଣେ ଜଣେ ବୈଜ୍ଞାନିକ ହୋଇପାରିବେ ବୋଲି କହିଥିଲେ । ଉକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଇନ୍ଦୁମତୀ ସାହୁ, ପ୍ରିୟଦର୍ଶିନୀ ସାହୁ ଓ ସୁମତି ସାହୁ ବିଚାରକ ମଣ୍ଡଳୀ ଦ୍ୱାରା ସମସ୍ତ ପ୍ରକଳ୍ପ ଗୁଡିକ ମୂଲ୍ୟାୟନ କରାଯାଇଥିଲା । ଏଥିରେ କନିଷ୍ଠ ବର୍ଗରେ ବିଶ୍ୱନାଥ ମହାରଣା, ରୋହନ କୁମାର ନାୟକ ଓ କର୍ମପ୍ରଜ୍ଞୀ ସାହୁ ଯଥାକ୍ରମେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବାବେଳେ ବରିଷ୍ଠ ବର୍ଗରେ ରଘୁନାଥ ହୋନାଗା, ହୁସେନ କୁମାର ସାହୁ ୧ମ ଓ ୨ୟ ସ୍ଥାନ ଅଧିକାର କରିଥିଲେ । ଲଭଲି ସାହୁ, ଭକ୍ତିମତୀ ସାହୁ ଓ ଲକ୍ଷ୍ମୀପ୍ରିୟା ସାହୁ ଯୁଗ୍ମ ଭାବେ ୩ୟ ସ୍ଥାନ ଅଧିକାର କରିଥିଲେ । ଡିମିରିଆ ସିଆରସିସିର ସମସ୍ତ ପ୍ରଧାନ ଶିକ୍ଷକ ତଥା ଜଟ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମାନେ ଉକ୍ତ ମେଳା ପ୍ରିଦର୍ଶନ କରି ଶିଶୁଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ଖୁସି ହୋଇ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାଳୟ ତରଫରୁ କୃତି କୁନି ବୈଜ୍ଞାନିକ ମାନଙ୍କୁ ପୁରସ୍କୃତ କରିଥିଲେ । ଉକ୍ତ କାର୍ଯ୍ୟକୁ ପ୍ରଧାନ ଶିକ୍ଷକ ନବଘନ ପାତ୍ର ପରିଚାଳନା କରିଥିବା ବେଳେ ପ୍ରକଳ୍ପ ବ୍ୟବସ୍ଥା ପରିଚାଳନା କରିଥିଲେ ରଙ୍ଗାଧର ନାୟକ । ଶେଷରେ ଶିକ୍ଷୟିତ୍ରୀ ଆରତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଧୁଳିଗୁଡା ଗ୍ରାମରେ ମାଁ ଦୁର୍ଗାଙ୍କ କଣ୍ଟା ଦୋଳି ବସା ଉତ୍ସବ ଅନୁଷ୍ଠିତ

Sunil Chandra Nayak

କେସିଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

Sunil Chandra Nayak

ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ର ମଧୁଚନ୍ଦ୍ରିକା ରେ ନିର୍ମିତ ସଡ଼କ ଯୋଜନାରେ ମହା ଦୂର୍ନିତି ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!