ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂତନ ମେଡିକାଲର ଭିତ୍ତିପ୍ରସ୍ତର ସ୍ଥାପନ 

ପାପଡାହାଣ୍ଡି ,24/9, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଠାରେ ଶନିବାର ନୂତନ ମେଡିକାଲ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା | ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଯୋଜନା ବୋର୍ଡ ଅଧକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲାପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଅଧକ୍ଷା ହେମଲତା ମାଝୀ ଏବଂ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ | ତୁମ୍ବର୍ଲା ଗ୍ରାମ ଛକ ଠାରୁ ଏକ ବାଇକ ରାଲି କରି ସମ୍ବର୍ଦ୍ଧନା କରିବା ସହ ମୈଦଲପୁର ଦଶହରା ପଡିଆ ଠାରେ ପହଂଚି ଥିଲେ | ସେଠାରେ ଉପସ୍ଥିତ ଥିବା ଶତାଧିକ ବିଜେଡି କର୍ମୀ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା କରିବା ସହ ବାଜା ବାଇଦ ସହ ସ୍ଲୋଗାନ ଦେଇ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରିବା ସହ ମୈଦାଲପୁର ଥାନା ପ୍ରାଙ୍ଗଣରେ ଏକ ସଭାକାର୍ଯ୍ୟ ଆୟୋଜନ କରାଯାଇଥିଲା | ଉକ୍ତ ସଭାରେ ବ୍ଲକ ଉପାଧ୍ୟାକ୍ଷ ସୁଶାନ୍ତ ବେହେରା ସଭାପତିତ୍ୱ କରିବା ସହ ମୈଦାଲପୁର ପରି ଏକ ଉପାନ୍ତ ଅଂଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ତପ୍ତରତା ଦେଖାଇବା ସହ ଏହି ଅଂଚଳର ମୁଖ୍ୟ ସମସ୍ୟା ଥାନା ଏବଂ ସ୍ୱାସ୍ଥ୍ୟ ସେବାକୁ ଦୃଷ୍ଟି ରେ ରଖି ଏଠାରେ ଫାଣ୍ଡି ବଦଳରେ ଆଦର୍ଶ ଥାନା କାର୍ଯ୍ୟକରି କରିଥିବା ସହ ନୂତନ ମେଡିକାଲ ଗୃହ ପାଇଁ 97 ଲକ୍ଷ ଟଙ୍କା ପ୍ରଦାନ କରି ଅଂଚଳ ବାସି ଙ୍କ ମୁହଁରେ ହସ ଫୁଠାଇ ପାରିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ,ସାଂସଦ ରମେଶ ମାଝୀ ଏବଂ ବିଧାୟକ ମନୋହର ରନ୍ଧାରୀ ଙ୍କୁ ବ୍ଲକ ବାସି ତରଫରୁ କୃତଜ୍ଞତା ଜଣାଇଥିଲେ | ରନ୍ଧାରୀ ତାଙ୍କ ବକ୍ତବ୍ୟରେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ବିକାଶ ପାଇଁ ଅନେକ କାର୍ଯ୍ୟ କରିଥିବା ବେଳେ ମୈଦାଲପୁର ଗ୍ରାମରେ ଥାନା, ସ୍ୱାସ୍ଥ୍ୟ ସହ ଶିକ୍ଷାର ବିକାଶ ପାଇଁ ବି ପଦକ୍ଷେପ ନିଆଯାଇଥିବା କହିବା ସହ ମୈଦାଲପୁର କଲେଜ ପାଇଁ ବିଧାୟକ ପାଣ୍ଠିରୁ 50 ଲକ୍ଷ ପ୍ରଦାନ ଏବଂ ହାଇସ୍କୁଲ କୁ 5ଟି ରେ ରୂପାନ୍ତୀକରଣ ସହ ସ୍ୱାସ୍ଥ୍ୟ ସେବା କୁ ସୁଧାରିବା ପାଇଁ ନୂତନ ମେଡିକାଲ ଗୃହ ନିର୍ମାଣ ପାଇଁ 97ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା କହିଥିଲେ | ଏଠାରେ ବହୁ ବର୍ଷ ଧରି ଜଗନ୍ନାଥ ମନ୍ଦିର କାର୍ଯ୍ୟ ଅସମ୍ପୂର୍ଣ ରହିଥିବା ବେଳେ ଏହି ମନ୍ଦିର କାର୍ଯ୍ୟ କୁ ସମ୍ପୂର୍ଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ | ସେହିପରି ସାଂସଦ ମାଝୀ କହିଥିଲେ ସ୍ଥାନୀୟ ଲୋକଙ୍କ ସହଯୋଗ ବିନା ଏହି ଅଂଚଳର ବିକାଶ ହୋଇପାରିବ ନାହିଁ, ଆପଣଙ୍କ ଏମିତି ସହଯୋଗ ଆଗାମୀ ଦିନରେ ରହୁ ଏବଂ ଏହି ଅଂଚଳର ବିକାଶ ଦ୍ରୁତ ଗତିରେ ହେବ ସେ ଦିଗରେ ଚେଷ୍ଟା କରାଯିବ ବୋଲି କହିଥିଲେ | ଏହି ଅବସରରେ ସ୍ଥାନୀୟ ମେଡିକାଲ ପରିସରରେ ନୂତନ ମେଡିକାଲ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲା ବିଜେଡି ଉପ ସଭାପତି ସ୍ୱାଧୀନ ପଟନାୟକ, ଯୁବ ବିଜେଡି ସଭାପତି ଶିବାନନ୍ଦ ବିଶୋଇ, ବ୍ଲକ ବିଜେଡି ସଭାପତି ବିଦ୍ୟାଧର ମଲିକ, ଡାବୁଗାଁ ବ୍ଲକ ସାଂସଦ ପ୍ରତିନିଧି ଆପି ରାଓ ,ପାପଡାହାଣ୍ଡି ବ୍ଲକ ବିଧାୟକ ପ୍ରତିନିଧି ପ୍ରହଲ୍ଲାଦ ଅଗ୍ରୱାଲ,ନବରଙ୍ଗପୁର ଜିଲ୍ଲା ବିଜେଡି ସୋସିଆଲ ମିଡ଼ିଆ ପରେଶ ଜେନା, ସ୍ଥାନୀୟ ସରପଞ୍ଚ, ତୁମ୍ବର୍ଲା, ସେମଲା,ମକିଆ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଶ୍ରାବଣୀ

Sunil Chandra Nayak

ଦର ବୃଦ୍ଧି ରୋକିବାକୁ ଗହମ ରପ୍ତାନି ଉପରେ ନିଷେଧାଦେଶ ଜାରି କଲା ଭାରତ

ଘଷିପୁରା ଆଦର୍ଶ ବାଣିଜ୍ୟ ମେଳାରେ ପ୍ରବଳ ଭିଡ଼

Sunil Chandra Nayak

Leave a Comment

error: Content is protected !!