ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରୀୟ କଳା ମଞ୍ଚ ର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ  

ଜୁନାଗଡ ୨୪/୦୯ (ମ ନି ସ) ଜୁନାଗଡ ସହର ସ୍ଥିତ ସଂସ୍କୃତି ଭବନ ଠାରେ ରାଷ୍ଟ୍ରୀୟ କଲା ମଞ୍ଚ ଆନୁକୂଲ୍ୟରେ ଓ ପ୍ରଫେସର ଭୁବନେଶ୍ୱର ବେହେରା ୟୁଥ ଅର୍ଗାନାଇଜେସନ ର ସହଯୋଗରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନଗରପାଳ ମୁକେଶ କୁମାର ଅଗ୍ରୱାଲ, ବ୍ଲକ ଅଧ୍ୟକ୍ଷା ସବିତା ମେହେର,ପୌର ଉପଧକ୍ଷ୍ୟା ହିମାଦ୍ରି ନାଏକ,ସମ୍ମାନିତ ଅତିଥି ଭାବେ ଏ ବି ଭି ପି ରାଜ୍ୟ ସଂପାଦକ ସୌଭାଗ୍ୟ ମହାନ୍ତି, ରଶ୍ମି ଲତା ପାଢ଼ୀ, ଚିନ୍ମୟ ବେହେରା, ପ୍ରଭାତ ଦାସ, ଅଶୋକ ସିଂହ,ସତ୍ୟ ନାରାୟଣ ମୁଣ୍ଡଛିନା,ଉଦ୍ଧବ ସାହୁ ପ୍ରମୁଖ ଯୋଗ ଦେଇଥିଲେ।ନୂଆଖାଇ ର ମହତ୍ଵ ଏବଂ ଏ ଅଞ୍ଚଳର କଳା ସଂସ୍କୃତି ଉପରେ ଉପସ୍ଥିତ ଅତିଥିମାନେ ଗରୁତ୍ୱାରୋପ କରି ସମାଜରେ କୃଷିଭିତିକ ଭାଇଚାରାର ପର୍ବ ନୁଆଖାଇ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଅବିନାଶ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ |ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ରୁ ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିବା ସହ ମେଧାବୀ ଏବଂ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା ।ଏଥିସହ ସମାଜ ର ବିଭିନ୍ନ ବର୍ଗ ର ବିଶିଷ୍ଟ ବ୍ୟକ୍ତି ଙ୍କୁ ସମ୍ବର୍ଧନା ଦିଆଯାଇଥିଲା |

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

କୋମନା ବ୍ଲକ ସରପଞ୍ଚ ସଂଘ ଗଠିତ -ମୢତ୍ୟୁଞୟ ହେଲେ ସଭାପତି

Sunil Chandra Nayak

ଲେଡି ଲାୟନ ଅନୁଷ୍ଠାନ ତରଫରୁ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

ମୋଦୀଙ୍କ ଦୀପାବଳୀ ଭେଟି…ଅକ୍ଟୋବର ୨୨ରେ ଦେଶର ୭୫ ହଜାର ଯୁବକ ଯୁବତୀଙ୍କୁ ପ୍ରଦାନ କରିବେ ନିଯୁକ୍ତିପତ୍ର

Sunil Chandra Nayak

Leave a Comment

error: Content is protected !!