ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ଞାନ ପ୍ରକାଶ ପରିବାର ତରଫରୁ ଅନୁଷ୍ଠିତ ବନ୍ଧୁମିଳନ ଓ କବିତା ପାଠ କାର୍ଯ୍ୟକ୍ରମରେ ମୋ ଅନୁଷ୍ଠାନ ସଭାପତି ଓ ସମୀକ୍ଷିକା 

ବାଲେଶ୍ଵର,୨୬/୯/୨୨- ବୌଦ୍ଧରୁ ପ୍ରକାଶିତ ମାସିକ ଶିକ୍ଷାଧର୍ମୀ ପତ୍ରିକା ” ଜ୍ଞାନ ପ୍ରକାଶ ” ତରଫରୁ ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ଜେମସ ସ୍କୁଲ ପରିସରରେ ତା ୨୫/୯/୨୨ ରିଖ ରବିବାର ବନ୍ଧୁମିଳନ ଓ ଦେଶାତ୍ମବୋଧକ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ଯାଜପୁର ଜିଲ୍ଲା ଜ୍ଞାନ ପ୍ରକାଶ ଜୋନ ଦ୍ବାରା ଆୟୋଜିତ ହୋଇଥିଲା । ଯାହାର ନେତୃତ୍ୱ ନେଇଥିଲେ ଯାଜପୁର ଜୋନ ସଭ୍ୟ ନବଘନ ସ୍ବାଇଁ । ଏହି ବନ୍ଧୁମିଳନ ଓ ଦେଶାତ୍ମବୋଧକ କବିତା ପାଠ କାର୍ଯ୍ୟକ୍ରମରେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵରର ସଭାପତି ନାରାୟଣ ଚନ୍ଦ୍ର ସେନାପତି ଓ ସମୀକ୍ଷିକା ତାନଶ୍ରୀ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଞ୍ଚାସୀନ ହୋଇଥିଲେ । ବିଭିନ୍ନ କବି କବୟିତ୍ରୀ ମାନେ କବିତା ପାଠକରି ପ୍ରଶଂସା ପତ୍ର ପାଇବାରେ ସକ୍ଷମ ହୋଇଥିଲେ । ଏଥିରେ ରାଜ୍ୟ ଜ୍ଞାନ ପ୍ରକାଶର ଉପଦେଷ୍ଟା ଜ୍ଞାନଚାନ୍ଦ ଶତପଥୀ, ରାଜ୍ୟ ଜ୍ଞାନ ପ୍ରକାଶର ମୂଖ୍ୟ ଅମ୍ବିକା ସ୍ୱାଇଁ, ଜେମସ ସ୍କୁଲର ପରିଚାଳନା ନିର୍ଦ୍ଦେଶିକା ଅସ୍ମିତା ପତି, ଅଧ୍ୟକ୍ଷ କଳ୍ପତରୁ ସାହୁ, ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପଦ୍ମନାଭ ମଲ୍ଲ । ସମସ୍ତଙ୍କୁ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

       ଦ୍ୱିତୀୟ ଅଧିବେଶନରେ କବିତାପାଠ ଆସରରେ ସଭାପତିତ୍ବ କରିଥିଲେ ମନୋରମା ମହାପାତ୍ର, ବଉଳଫୁଲର ସଂପାଦିକା ବ୍ରଜେଶ୍ବରୀ ସିଂହ, ସ୍ମିତା ଦାସ, ସ୍ମୃତିଲିପିର ସଂପାଦକ ଭୁବନ ମୋହନ ମହାନ୍ତି କବିତା ଗୁଡିକୁ ସଂଯୋଜନା କରିଥିଲା ବେଳେ ମଞ୍ଚ ନିମନ୍ତ୍ରଣ କରିଥିଲେ ଡ଼ଃ ପ୍ରଜ୍ଞା ପବର୍ତ୍ତିକା ଦାସ । ଏହି ଅସାରରେ ସନ୍ଧ୍ୟାରାଣୀ ଘଡେଇ, ମଞ୍ଜୁଲତା ନାୟକ, ନାରଣ ଚନ୍ଦ୍ର ଶତପଥି, ମଧୁସ୍ମିତା ନାୟକ, ଅଶୋକ ପତି, ପୁଷ୍ପା ମଞ୍ଜରୀ ସାହୁ , ମଧୁସୂଦନ ମହାପାତ୍ର, ମିର୍ଜା ସାନୁଆର ବେଗ, ଅନୁସୟା ସାହୁ, ସୁପ୍ରିୟା ମିଶ୍ର ପ୍ରମୁଖ ୫୦ରୁ ଉର୍ଦ୍ଧ କବି ଯୋଗ ଦେଇଥିଲେ । ଶେଷରେ ମନ୍ଥନର ସାମ୍ବାଦିକ ତଥା ସୁ ସାହିତ୍ୟିକ ଦୟାନିଧି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଜଗନ୍ନାଥ ଜଣାଣ

Sunil Chandra Nayak

ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ବିଭୂତି

Leave a Comment

error: Content is protected !!