ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ନାଟ୍ଯ ସଂଘର ୩୫ତମ ସ୍ବନକ୍ଷତ୍ର ଦିବସ ପାଳିତ

ରାଉରକେଲା/ ଓଡିଶା ନାଟ୍ଯ ସଂଘର ୩୫ତମ ସ୍ବନକ୍ଷତ୍ର ଦିବସ ଭଞ୍ଜଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସୁନ୍ଦରଗଡ ଜିଲ୍ଲା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଟ୍ଯ ନିର୍ଦ୍ଦେଶକ ତଥା ଅଭିନେତା ଭାସ୍କର ଚନ୍ଦ୍ର ମହାପାତ୍ର ସଭାପତିତ୍ବ ତଥା କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ ।ସଂଘର ରାଜ୍ୟ ସଂଯୋଜକ ପ୍ରଶାନ୍ତ ଷଡଙ୍ଗୀ ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତି ନାଟ୍ଯକାର ଅଧ୍ୟାପକ ନଳିନୀନିହାର ନାୟକ ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମ ସଂପର୍କରେ ବକ୍ତବ୍ଯ ରଖିଥିଲେ । ବରିଷ୍ଠ ଅଭିନେତା ବିଜୟ ପାତ୍ର ସଂଘର ସ୍ବନକ୍ଷତ୍ର ଦିବସ ପାଳନ ଅବସରରେ ନାଟ୍ଯକାର, ଅଭିନେତା ଙ୍କ ସମ୍ମୁଖରେ ଥିବା ଆହ୍ବାନ ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ତଥା ଅଭିନେତା ଶରତ ଦାସ, ଉମାକାନ୍ତ ବିଶୋଇ, ଆଲୋକ ବୋଷ,କ୍ଷଣପ୍ରଭା ବିଶୋଇ,କୁଞ୍ଜବିହାରୀ ରାଉତ, ସତ୍ୟାନନ୍ଦ ବେହେରା, ଚିତ୍ତରଞ୍ଜନ ବ୍ରହ୍ମା,ଅଶୋକ ବଳ,ପ୍ରଳୟ ଶତପଥୀ, ରାନୁ ମହାପାତ୍ର, ପ୍ରବିର ଜେନା,କନକଲତା ଦାସ,ରମେଶ ମହାନ୍ତି, ସ୍ବପ୍ନା ଦାସ,ପୂଜା ସେନାପତି, ବିଜୟ ଭୋଳ,ପ୍ରଜ୍ଞାନନ୍ଦ ମହାନ୍ତି, ଭାଗିରଥୀ ଧଳ, ସିତୋଷ ମହାନ୍ତି ପ୍ରମୁଖ ନାଟ୍ଯ ସଂପର୍କୀତ ଚର୍ଚ୍ଚାରେ ଅଂଶ ଗ୍ରହଣ କରିଥିଲେ । ବକ୍ତା ମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ଉନ୍ନତ ମାନର ନାଟକ ପ୍ରସ୍ତୁତି ସହ ଠିକ୍ ପରିମାଣରେ ରିହରସାଲ ହେବା ଦରକାର । ସେହିପରି ଶୃଙ୍ଖଳିତ ଓ ପରସ୍ପର କୁ ସମ୍ମାନ ବୋଧ ତଥା ନିଜ ନାଟକ ଭଳି ଅନ୍ୟମାନଙ୍କ ନାଟକକୁ ଦର୍ଶକ ହୋଇ ଦେଖିବା ଦରକାର । ସଭାପତି ଶ୍ରୀ ମହାପାତ୍ର ରିହରସାଲ କୁ ଗୁରୁତ୍ବ ଦେବାସହ ନାଟକର ମାନ ପ୍ରତି ଦୃଷ୍ଟି ଦେବାପାଇଁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ସଂଘ ତରଫରୁ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରୁ ଭଞ୍ଜଭବନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରାଯାଇଥିଲା । ଏଥିରେ ସହରର ସମସ୍ତ ନାଟ୍ଯାନୁଷ୍ଠାନର ଅଭିନେତା ଅଭିନେତ୍ରୀ ନିର୍ଦ୍ଦେଶକ ତଥା ନାଟକ ସହିତ ସଂପୃକ୍ତ ଥିବା ବ୍ୟକ୍ତି ଯୋଗଦେଇ ଥିଲେ । ଶେଷରେ ରାଜ୍ୟ ସଂଯୋଜକ ଶ୍ରୀ ଷଡଙ୍ଗୀ ସମସ୍ତଙ୍କସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଷ୍ଟ୍ରପତିଙ୍କ ପ୍ରତି କଂଗ୍ରେସ ସାଂସଦ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ: ଜୁନାଗଡ଼ ବିଜେପିର ବିକ୍ଷୋଭ ଓ କୁଶ ପୁତ୍ତଳିକା ଦାହ

Sunil Chandra Nayak

ଧନମତି ଙ୍କ ପାଇଁ ଆବାସ ଯୋଜନା ସାତ ସପନ !

Sunil Chandra Nayak

ସମାଜସେବୀ ମହାସଂଘ ଓଡିଶା ର ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!