ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋଟେର ପଞ୍ଚାୟତରେ ଜନଶୁଣାଣି ଶିବିର ଅନୁଷ୍ଠିତ

କୋକସରା,୨୬/୯- (ମ ନି ସ) କୋକସରା ବ୍ଲକ ମୋଟେର ପଞ୍ଚାୟତରେ ସୋମବାର ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ପ୍ରତି ପଞ୍ଚାୟତରେ ଲୋକଙ୍କୁ ଦୁଆର ମୁହଁରେ ସେବା ଓ ସମସ୍ୟାର ସମାଧାନ ପାଇଁ ଏହି ଶିବିର ଆୟୋଜନ କରାଯାଉଛି। ଆଜିର ଏହି କାର୍ଯ୍ୟକ୍ରମରେ କୋକସରା ତହସିଲଦାର ରାକେଶ ପାରୁଆ, କୋକସରା ଜିପିଇଓ ନାରାୟଣ ଭୋଇ, ମୋଟେର ସରପଞ୍ଚ ବାସନ୍ତି ନାଏକ, ବିଏସଏସଓ ଦୀପକ ବେହେରା, ସମାଜ ମଙ୍ଗଳ ଅଧିକାରୀ ଦାମୋଦର ବିଶ୍ୱାଳ, ପ୍ରାଣୀଧନ ଚିକିତ୍ସା ଅଧିକାରୀ ପ୍ରସନ୍ନ କୁମାର ପରିଡା, ମତ୍ସ୍ୟ ବିଭାଗ ଅଧିକାରୀ ଲଳିତ ମହାନନ୍ଦ, ଡ଼. ଗୋପାଳ ଚନ୍ଦ୍ର ସାହୁ, କୃଷି ଅଧିକାରୀ ହିମାଞ୍ଚଲ ମାଝୀ, ଉଦ୍ୟାନ କୃଷି ଏଏଚଓ ପି. ବାସନ୍ତି ,କନିଷ୍ଠ ଯନ୍ତ୍ରୀ ସୁକାନ୍ତ ବେହେରା, କୁସୁମଖୁଣ୍ଟି ଆର.ଆଇ ଅଗ୍ନି କୁମାର ନାଏକ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ମୋଟେର ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆବାସ ଘର, ପିଡ଼ିଏସ, ଭତ୍ତା ଓ ମଦ କୋଠି ବନ୍ଦ କରିବାକୁ ଗୋଷ୍ଠି ମହିଳା ମାନେ ଅଭିଯୋଗ ଓ ସମସ୍ୟା ନେଇ ଆସିଥିବା ହିତାଧିକାରୀଙ୍କ ଅଭିଯୋଗ ଶୁଣିବା ସହ ସମାଧାନ କରିବା ଦିଗରେ ପ୍ରୟାସ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିରଞ୍ଚି ଖର୍ସେଲ ଓ ସରପଞ୍ଚ ପ୍ରତିନିଧି ମୋହନ ନାଏକ ଓ ପଞ୍ଚାୟତ କର୍ମଚାରୀ ସହଯୋଗ କରିଥିଲେ।

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଶ୍ରୀ ସିଦ୍ଧ ବଳଦେବଜୀଉ

Sunil Chandra Nayak

କୋକସରାଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥ ଗଡ଼ିଲା

Sunil Chandra Nayak

Leave a Comment

error: Content is protected !!