ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନନ୍ଦିନୀ ରାଉତ ଙ୍କ କବିତା କାଶତଣ୍ଡି

     କାଶତଣ୍ଡି

ସବୁଜ ଶାଢୀରେ ଧରଣୀରାଣୀ
    ଦିଶେ ସୁନ୍ଦର
ଶରତର ଆଗମନରେ
    ଖୁସି ହୁଏ ଅପାର।1।
କାଶତଣ୍ଡି ଫୁଟି ଶୁଭ୍ରତା
    ତନୁ ତା ମନୋହର
ମାତାଙ୍କ ସ୍ୱାଗତ ପାଇଁଯେ
   ଏହା ବେଶ ତାହାର।2।
ବିଲ ମାଳେ ହସି ଉଠିଣ
   ଦିଏ ସଭିଙ୍କୁ ବାର୍ତ୍ତା
ଧରଣୀ କୁ ମାତା ଆସିବେ
   ଶୁଣସର୍ବେ ମୋ କଥା।3।
ହିଂସା ଦ୍ଵେଷ ରାଗ କ୍ରୋଦ୍ଧକୁ
   ସର୍ବେ ଦୁରେଇ ଦିଅ
ମାତାଙ୍କ ସ୍ୱାଗତ ପାଇଁରେ
   ସର୍ବେ ପ୍ରସ୍ତୁତ ହୁଅ।4।
କାଶତଣ୍ଡି ପରି ସ୍ୱଚ୍ଛତା 
    ଆଣ ହୃଦ ମଧ୍ୟରେ
ପରକୁ ଆପଣା କରରେ
   ସଦା ମିଠା କଥାରେ।5।
କାଶତଣ୍ଡି ପରି ଜୀବନ
   ଆମ ଦୁଇ ଦିନର
କିଏସେ ଏଠାରେ ନିଜର
   ପୁଣି କିଏ ବା ପର।6।
ହସି ହସାଇଣ ସଭିଙ୍କୁ
   ପାଅ ସଭିଙ୍କ ସ୍ନେହ
ଆଶୀର୍ବାଦ ମାତା କରିବେ
   ସର୍ବେ ପ୍ରଫ୍ଫୁଲ ହୁଅ।7।

ନନ୍ଦିନୀ ରାଉତ 

Related posts

ଓଡ଼ିଶା କୁଡୁମି ସେନା ସ୍ବାଭିମାନ ଦିବସରେ ରାଜ୍ୟସଭା ସାଂସଦ ମମତା ମହାନ୍ତ,ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ଯୋଗଦାନ

Sunil Chandra Nayak

ଜନ ବସତି ମୁହାଁ ହରିଣ, ଖୋଜୁଛି ବନ ବିଭାଗ

Sunil Chandra Nayak

ଭାରତୀୟ ଜନତା ପାର୍ଟି ର ନଗର କାର୍ଯ୍ଯକାରିଣୀ ବୈଠକ

Sunil Chandra Nayak

Leave a Comment

error: Content is protected !!