ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନନ୍ଦିନୀ ରାଉତ ଙ୍କ କବିତା କାଶତଣ୍ଡି

     କାଶତଣ୍ଡି

ସବୁଜ ଶାଢୀରେ ଧରଣୀରାଣୀ
    ଦିଶେ ସୁନ୍ଦର
ଶରତର ଆଗମନରେ
    ଖୁସି ହୁଏ ଅପାର।1।
କାଶତଣ୍ଡି ଫୁଟି ଶୁଭ୍ରତା
    ତନୁ ତା ମନୋହର
ମାତାଙ୍କ ସ୍ୱାଗତ ପାଇଁଯେ
   ଏହା ବେଶ ତାହାର।2।
ବିଲ ମାଳେ ହସି ଉଠିଣ
   ଦିଏ ସଭିଙ୍କୁ ବାର୍ତ୍ତା
ଧରଣୀ କୁ ମାତା ଆସିବେ
   ଶୁଣସର୍ବେ ମୋ କଥା।3।
ହିଂସା ଦ୍ଵେଷ ରାଗ କ୍ରୋଦ୍ଧକୁ
   ସର୍ବେ ଦୁରେଇ ଦିଅ
ମାତାଙ୍କ ସ୍ୱାଗତ ପାଇଁରେ
   ସର୍ବେ ପ୍ରସ୍ତୁତ ହୁଅ।4।
କାଶତଣ୍ଡି ପରି ସ୍ୱଚ୍ଛତା 
    ଆଣ ହୃଦ ମଧ୍ୟରେ
ପରକୁ ଆପଣା କରରେ
   ସଦା ମିଠା କଥାରେ।5।
କାଶତଣ୍ଡି ପରି ଜୀବନ
   ଆମ ଦୁଇ ଦିନର
କିଏସେ ଏଠାରେ ନିଜର
   ପୁଣି କିଏ ବା ପର।6।
ହସି ହସାଇଣ ସଭିଙ୍କୁ
   ପାଅ ସଭିଙ୍କ ସ୍ନେହ
ଆଶୀର୍ବାଦ ମାତା କରିବେ
   ସର୍ବେ ପ୍ରଫ୍ଫୁଲ ହୁଅ।7।

ନନ୍ଦିନୀ ରାଉତ 

Related posts

ପୁଣି ଗାଁ ମୁହା ଜଙ୍ଗଲୀ ହାତୀ, ଟାଙ୍ଗିରି ପାହାଡରେ ତିନୋଟି ହାତୀ, ସନ୍ଧ୍ୟା ହେବାରୁ ହାତୀ ଘଉଡାଇବା ଆରମ୍ଭ 

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ନିଲୋତ୍ପଳ।

କୋକସରା ବ୍ଲକରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଚେତନତା ଓ ମକଡ୍ରିଲ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!