ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାମାକ୍ଷାନଗର ନିର୍ବାଚନମଣ୍ଡଳୀ ରେ ଆପ୍ ର କାର୍ଯ୍ୟକର୍ତ୍ତା ସମ୍ମିଳନୀ 

ଢେ଼ଙ୍କାନାଳ:  ଆମ୍ ଆଦମୀ ପାର୍ଟିର କାମାକ୍ଷାନଗର ବିଧାନ ସଭା ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ସକ୍ରିୟ କାର୍ଯ୍ୟକର୍ତ୍ତା ମାନଙ୍କର ଏକ ସମ୍ମୀଳନୀ ଭୁବନ ବୁଦ୍ଧେଶ୍ବରଙ୍କ ପୀଠରେ କ୍ଷେତ୍ର ପର୍ଯ୍ୟବେକ୍ଷକ ଜିତେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆବାହକ ଶ୍ରୀ ପଙ୍କଜ ନାୟକ ଯୋଗ ଦେଇଥିଲା ବେଳେ ଅନ୍ୟ ସମ୍ମାନିତ ଅତିଥି ରୂପେ ଜିଲ୍ଲା ଉପସଭାପତି ଶ୍ରୀ ପର୍ଶୁରାମ ମହାଭୋଇ ଓ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଶ୍ରୀ ଜିତେନ୍ଦ୍ର ବେହେରା ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜାତୀୟ ସଙ୍ଗିତ ଗାନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଅବସରରେ ଆମ୍ ଆଦମୀ ପାର୍ର ଦିଲ୍ଲୀ ମଡେଲ ତଥା ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ ଶାସନ ବ୍ୟବସ୍ଥାରେ ଅନୁପ୍ରାଣିତ ହୋଇ ଅନେକ ନୂତନ ସଦସ୍ୟ ଦଳରେ ସାମିଲ ହୋଇଥିଲେ। ପର୍ଯ୍ୟବେକ୍ଷକ ଶ୍ରୀ ବେହେରା ପାର୍ଟିର ଗଠନ ଓ ନିତି ଆଦର୍ଶ ଉପରେ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇଥିଲା ବେଳେ ଆବାହକ ଶ୍ରୀ ନାୟକ ପାର୍ଟିର ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳତା ଉପରେ କର୍ମୀମାନଙ୍କୁ ବାର୍ତ୍ତା ଦେଇଥିଲେ। ଦଳର ସାଙ୍ଗଠନିକ କାର୍ଯ୍ୟ କିପରି ସୁଦୃଢ କରାଯାଇ ପାରିବ ସେ ବିଷୟରେ ଉପସଭାପତି ଶ୍ରୀ ପର୍ଶୁରାମ ମହାଭୋଇ କର୍ମୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ସମ୍ମିଳନୀରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ରଞ୍ଜନ ସାହୁ, କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ସକ୍ରିୟ ସଦସ୍ୟ ଶ୍ରୀ କୃଷ୍ଣ ଚନ୍ଦ୍ର ମିଶ୍ର, ଲୁଲୁ ସାହୁ, ମଧୁସୂଦନ ମଲ୍ଲିକ, ପରେଶ କୁମାର ସାହୁ ଓ ସଞ୍ଜୟ ମହାରଣା ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ପଦ୍ମପୁର ବିଧାନସଭା ଆସନରେ ବିଜେଡି ଦଳର ବିପୁଳ ବିଜୟ ନେଇ ଡାବୁଗାଁ ବ୍ଲକ ସଦର ମହକୁମାରେ ବିଜୟ ଉଚ୍ଛବ ପାଳିତ

Sunil Chandra Nayak

ମୂଳାଷ୍ଟମୀ ତିଥିରେ ଜୁନାଗଡ଼ ଓ ମେଦିନୀପୁରଠାରେ ଖଣ୍ଡାବସା ପାଳିତ 

Sunil Chandra Nayak

ଯୁବକ ର ସନ୍ଦେହ ଜନକ ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

Sunil Chandra Nayak

Leave a Comment

error: Content is protected !!