ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକାଶ ପରିଡ଼ା ହେଲେ ଜିଲ୍ଲା ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ କିରାଣୀ ସଂଘର ସଭାପତି

କୋଷାଗୁମୁଡ଼ା ୨୮|୦୯ (ମ ନି ସ ) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜଟାବାଲ ଠାରେ ଜିଲ୍ଲା ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ କିରାଣୀ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମ ରେ ସମସ୍ତ କିରାଣୀ ମାନଙ୍କ ର ସମସ୍ୟା ଆଲୋଚନା କରାଯାଇଥିଲା I ଆଗାମୀ ଦିନରେ ବିଭିନ୍ନ ସମସ୍ୟା ନେଇ ସରକାର ଙ୍କ ନିକଟରେ ଉପସ୍ଥାପନ କରିବା ନେଇ ସମସ୍ତେ ସହମତି ପ୍ରକାଶ କରିଥିଲେ I ବିଭିନ୍ନ ସମୟରେ କିରାଣୀ ମାନଙ୍କର ସମସ୍ଯା ସବୁ ହେଇଛି I ଏଣୁ ସମସ୍ତେ ମିଶି ସମସ୍ୟ ର ସମାଧାନ କରିବା ପାଇଁ ଆଲୋଚନା କରାଯାଇଥିଲା I କାର୍ଯ୍ୟକ୍ରମ କୁ ଡିଓଇ କାର୍ଯ୍ୟାଳୟ ର ଜଗି ମହାନ୍ତି ପରିଚାଳନା କରିଥିଲେ I ସମସ୍ତ କିରାଣୀ ମାନଙ୍କ ନିଷ୍ପତ୍ତି କ୍ରମେ ନିର୍ବାଚନ ପ୍ରକ୍ରିୟା କରିଥିଲେ I ନିର୍ଦ୍ଵନ୍ଦରେ ପ୍ରକାଶ ପରିଡ଼ା ଙ୍କୁ ଜିଲ୍ଲା ସଭାପତି ଭାବେ, ସମ୍ପାଦକ ରଞ୍ଜନ ମହାପାତ୍ର, କୋଷାଧ୍ୟକ୍ଷ ଅମ୍ରିତ ଦାସ ,ଯୁଗ୍ମସଂପାଦକ ପ୍ରତାପ ଦାସ, ଉପସଭାପତି ମମତା ମାଝୀ ଓ ପ୍ରକାଶ କୁମାର ମହାପାତ୍ର ଙ୍କୁ ନିର୍ବାଚିତ ହୋଇଛନ୍ତି I ଉପଦେଷ୍ଟା ଭାବେ ଭାଗୀ ମହାନ୍ତି ଙ୍କୁ ମନୋନୀତ କରାଯାଇଛି l ଏହି କିରାଣୀ ସଂଘ ରାଜ୍ୟର ପ୍ରଥମ ଥର ପାଇଁ ଗଠନ କରାଯାଇଛି l

କୋଷାଗୁମୁଡ଼ା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା ଚପଳା

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ସ୍ୱାର୍ଥପର

Sunil Chandra Nayak

ରାକ୍ସି ପଂଚାୟତର ମୈ।ଳିକ ସୁବିଧା ଯୋଗାଇ ଦେବା ମୋର ଲକ୍ଷ:ରାକ୍ସି ସରପଂଚ

Sunil Chandra Nayak

Leave a Comment

error: Content is protected !!