ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁହୁରା ପଞ୍ଚାୟତର ସମିତି ସଭ୍ୟାଙ୍କ ଅକାଳ ବିୟୋଗ 

ଗୋଳାମୁଣ୍ଡା ତା ୨୮/୯ /ମସିହା ନିଉଜ୍ / କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କୁହୁରା ପଞ୍ଚାୟତର କାର୍ଯ୍ୟରତ ସମିତି ସଭ୍ୟା ମାଧୁରୀ ସୁନାନୀଙ୍କ ଅକାଳ ବିୟୋଗ ଘଟି ଯାଇଛି । ସୂଚନାରୁ ପ୍ରକାଶ ଯେ ପୂର୍ବରୁ ସେ କିଡ୍ନୀ ରୋଗରେ ଆଂଶିକ ମାତ୍ରାରେ ଆକ୍ରାନ୍ତ ଥିଲେ ବୋଲି ଲୋକ ଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିବା ବେଳେ ତାଙ୍କୁ ହଠାତ ଜ୍ଵର ହେବାରୁ ଗତକାଲି  ବରଗଡ଼ ବିକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୭ଘଟିକାରେ ସେହି ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତକ ମାଧୁରୀ ସୁନାନିଙ୍କ ବୟସ ୫୦ ବୋଲି ଜଣାପଡିଛି । ନୂତନ ଭାବେ ଗଠିତ  କୁହୁରା ପଞ୍ଚାୟତ ଏସି  ସିଟ ପାଇଁ ସଂରକ୍ଷିତ ହୋଇଥିବା ବେଳେ ଉଭୟ ସରପଞ୍ଚ ଓ ସମିତି ପକ୍ଷରୁ ମଧ୍ୟ ମହିଳା ସରପଞ୍ଚ ଓ ସମିତି ସଭ୍ୟା ପଦବୀ ପୂରଣ ହୋଇଥିଲା କିନ୍ତୁ ଦଇବ ଛଡାଇ ନେଲା। ମାଧୁରୀ ସୁନାନି ଙ୍କ ଏମିତି ଅସମୟରେ ମୃତ୍ୟୁବରଣ କରିବା ଗୋଳାମୁଣ୍ଡା ବ୍ଲକ ଡମ୍ବ ସମାଜ ବିକାଶ ପରିଷଦ ପାଇଁ ଅପୂରଣୀୟ  କ୍ଷତି ଘଟିଛି,ଏବଂ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଭଗବାନ ଙ୍କ ଠାରେ ପ୍ରାଥନା ଜଣାଇବା ସହିତ ଶୋକାକୁଳ ପରିବାର ଙ୍କୁ ସମବେଦନା ଜଣାଇଛନ୍ତି  ସଭାପତି ରାମ କୁମାର ସେନାପତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା

Related posts

ବର୍ଷ ବର୍ଷ ପରେ ମଧ୍ୟ ସରକାରୀ ଘର ନ ମିଳିବାରୁ ଲଗାଣ ବର୍ଷାରେ ଉଜୁଡି  ଗଲା ଘର

Sunil Chandra Nayak

ପାଳିତ ହେଲା ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ

Sunil Chandra Nayak

ଧାରଣା ସ୍ଥଳରେ ମାଣବସା ଗୁରୁବାର ପାଳନ କରି ପ୍ରତିବାଦ କଲେ ଅଙ୍ଗନବାଡ଼ି କର୍ମୀ

Sunil Chandra Nayak

Leave a Comment

error: Content is protected !!