ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବ ନିଯୁକ୍ତ ଯୁବ ବିଜେଡି ସଭାପତି ଓ ସମ୍ପାଦକ ଙ୍କୁ ତେନ୍ତୁଳିଖୁଣ୍ଟି ବ୍ଲକ ବି ଜେ ଡି ର ସମ୍ବର୍ଦ୍ଧନା

 ତେନ୍ତୁଳିଖୁଣ୍ଟି – -୨୮/୦୯/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ବିଜୁ ଜନତା ଦଳ ସଭାପତି ପ୍ରଫୁଲ୍ଲ ନାଗ ଙ୍କ ସଭାପତିତ୍ୱ ରେ ନବନିଯୁକ୍ତ ବ୍ଲକ ଯୁବ ବିଜେଡି ର କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନବ ନିଯୁକ୍ତ ବ୍ଲକ ଯୁବ ବିଜେଡି ସଭାପତି ପୂର୍ବତନ ସମିତି ସଭ୍ୟ ସୁରେଶ ନାୟକ ଓ ସମ୍ପାଦକ ଯୁବନେତା ବାବୁନ ନାୟକ ଙ୍କୁ ପୁଷ୍ପମାଲ୍ୟ ଦେଇ ବ୍ଲକ ବିଜୁ ଜନତା ଦଳ କର୍ମକର୍ତ୍ତା ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେଡି ସମ୍ପାଦକ ତଥା ସମିତି ସଭ୍ୟ ସୁଧୀର ଖୁରା,ବାବୁଲା ନାୟକ,ଲ୍ୟାମ୍ପ ସଭାପତି ଅଖିଳ ଭତ୍ରା, ଲ୍ୟାମ୍ପ ନିର୍ଦେଶକ ବାରିଜ ପଟ୍ଟନାୟକ, ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ। ମୂଖ୍ୟ ମନ୍ତ୍ରୀ ତଥା ଦଳ ସଭାପତି ଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ କୁ ଜନତା ଙ୍କ ନିକଟରେ ପହଞ୍ଚାଇବା ରେ ଗୁଣ୍ଡୁଚି ମୂଷା ର କାର୍ଯ୍ୟ କରିବା ସୁଯୋଗ ମିଳିଥିବାରୁ ଆଭାର ବ୍ୟକ୍ତ କରିଥିଲେ ନବ ନିଯୁକ୍ତ କର୍ମକର୍ତ୍ତା।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଯେଉଁଠି ଦେବାଦେବୀ ଙ୍କ ପାଇଁ ଘର କିମ୍ବା ମନ୍ଦିର ନାହିଁ, ସେଠାରେ ଥିବା ଗରିବ ଲୋକଙ୍କ ଘର ଅଛି କି ନାହିଁ ସେକଥା ପଚାରେ କିଏ

Sunil Chandra Nayak

ଜୁଆ ଆଡାସ୍ଥଳୀ ଉପରେ ପୋଲିସ ଚଢ଼ାଉ : ୮ଟି ବାଇକ ମୋବାଇଲ ସହ ୯୫ ହଜାର ଟଙ୍କା ଜବତ ଏବଂ ୬ ଜଣଙ୍କୁ କୋର୍ଟ ଚାଲାଣ

ଲୁକାପଡ଼ା ଛକ ଠାରେ ବାଇକ ଦୁର୍ଘଟଣା ଗ୍ରସ୍ତ ଜଣେ ମୃତ

Sunil Chandra Nayak

Leave a Comment

error: Content is protected !!