ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଲସର ଏନ୧୬୦ ର ମାର୍କେଟରେ ପ୍ରବେଶ

ରାଉରକେଲା/ ଉଦିତନଗର ସ୍ଥିତ ଆରଏମ ମୋଟର୍ସ ତରଫରୁ ବାଜାଜ କମ୍ପାନୀର ପଲସର ଏନ ୧୬୦ ର ଉଦଘାଟନ ହୋଇଯାଇଛି । ଏହି ବାଇକର ବିଶେଷତ୍ବ ହେଲା ଏହା ଭାରତର ପ୍ରଥମ ୧୬୦ସିସି ବାଇକ।ଯେଉଁ ଥିରେ ଦ୍ବେତ ଚାନେଲ,ଆଣ୍ଟି ବ୍ରେକିଂ ସିଷ୍ଟମ ଉପଲବ୍ଧ ।ଏହାର ପିକଅପ ଭଲଥିବା ବେଳେ ମୂଲ୍ୟ ୧ଲକ୍ଷ ୨୭ ହଜାର ୬୯୨ଟଙ୍କା ରହିଛି । ଏହି ବାଇକକୁ ଏଚଡିଏଫସି ବ୍ୟାଙ୍କ ପଶ୍ଚିମ ଓଡିଶାର ଉପସଭାପତି ତଥା ଆଞ୍ଚଳିକ ଅଧିକାରୀ ଅଂଶୁମାନ ଭୂଜବଳ ଓ ବିତ୍ତ ବିଭାଗର ଅଧିକାରୀ ଅନିଲ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ଏହି ଅବସରରେ ଅତିଥି ଶ୍ରୀ ଭୂଜବଳ ଏହି ଗାଡିର ଚାହିଦା ମାର୍କେଟରେ ବୃଦ୍ଧି ହେବାସହ ଏହା ଗ୍ରାହକଙ୍କ ଅଧିକ ବିଶ୍ବାସଭାଜନ ହୋଇପାରିବ ବୋଲି ଆଶା ପ୍ରକଟ କରିଥିଲେ । ଆରଏମ ମୋଟର୍ସ ର ପ୍ରବନ୍ଧକ ମାନସ ମହାନ୍ତି ବାଇକ ସଂପର୍କରେ ଭିଡିଓ ମାଧ୍ୟମରେ ଗ୍ରାହକଙ୍କୁ ବୁଝାଇବା ସହ ବାଇକ କିଣିଥିବା ଗ୍ରାହକଙ୍କୁ ଚାବି ହସ୍ତାନ୍ତର କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସୁଶ୍ରୀ ଶିବାନୀ ଦଳେଇ,ଅବିନାଶ ଯାଦବ,ବାପି ସାହୁ,ଚେଲେମ ମୁଣ୍ଡା,ମେଲାନୀ ମୁଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମମତା ସାହୁ ଙ୍କ କବିତା ଆସିଛି ବରଷା ରାଣୀ

Sunil Chandra Nayak

ଏଡିସନାଲ ଡାଇରେକ୍ଟରଙ୍କ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ

Sunil Chandra Nayak

ଚନାବେଡା ସରପଞ୍ଚ ଭୋଟ ଗଣତି ରେ ଅନିମିୟତା ହୋଇଥିବା ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!