ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ପଞ୍ଚମ ସ୍ବରୂପ  ମାତା ସ୍କନ୍ଦମାତା

ଜଗନ୍ମାତାଙ୍କ ପଞ୍ଚମ ସ୍ବରୂପ

       ମାତା ସ୍କନ୍ଦମାତା

 

ସିଂହାସନଗତା ନିତ୍ୟଂ
          ପଦ୍ମାଶ୍ରିତକରଦ୍ବୟା।
ଶୁଭଦାସ୍ତୁ ସଦାଦେବୀ
          ସ୍କନ୍ଦମାତା ଯଶସ୍ବିନୀ।

 

ଚେତନାର ପଞ୍ଚମ ଆୟାମରେ ସାଧକର ମନ ବିଶୁଦ୍ଧ ଚକ୍ରରେ ଅବସ୍ଥିତ ଥାଏ।ଏହି ଆୟାମର ଅଧିକାରିଣୀ ହେଉଛନ୍ତି ଦେବୀ ସ୍କନ୍ଦମାତା।ସେ ଭଗବାନ ସ୍କନ୍ଧ ଅର୍ଥାତ କୁମାର କାର୍ତ୍ତିକେୟଙ୍କର ମାତା ଭାବରେ ସ୍ନେହ ଓ ମମତାର ମୂର୍ତ୍ତିମନ୍ତ ସ୍ବରୂପ।କୁମାର କାର୍ତ୍ତିକେୟ ପ୍ରସିଦ୍ଧ ଦେବାସୁର ସଂଗ୍ରାମରେ ଦେବ ସେନାପତି ହୋଇଥିଲେ।ସେ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ଅଂଶରୁ ଜନ୍ମ ହୋଇଥିବାରୁ ଏବଂ ଦେବୀ ଏହି ସ୍କନ୍ଧ ଭଗବାନଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ।ମାତାଙ୍କର ଚାରିଭୁଜ ,ଦୁଇ ଭୁଜ ଉର୍ଦ୍ଧମୁଖୀ ହୋଇ କମଳପୁଷ୍ପ ଧାରଣ କରନ୍ତି,କାରଣ କମଳପୁଷ୍ପ ପବିତ୍ରତା, ସୌମ୍ୟତା,ସୁଗନ୍ଧ ଯୁକ୍ତ,ଦୈବୀଗୁଣଯୁକ୍ତ ହୋଇଥିବାରୁ ତାହାକୁ ଉର୍ଦ୍ଧ୍ବମୁଖୀ ମୁଦ୍ରାରେ ଦେବୀ ଧାରଣ କରିଛନ୍ତି।ବାମ ନିମ୍ନହସ୍ତ ବରଦମୁଦ୍ରାରେ ଏବଂ ଦକ୍ଷିଣ ନିମ୍ନହସ୍ତ କାର୍ତ୍ତିକେୟଙ୍କୁ କୋଳରେ ଧରିଥିବା ଅବସ୍ଥାରେ ଅତ୍ୟନ୍ତ ଶୋଭାୟମାନ ଦିଶନ୍ତି।ଏହା ମାତାଙ୍କର ମମତାମୟୀ ରୂପ।ଏହି ସ୍ବରୂପର ତତ୍ତ୍ବାର୍ଥ ହେଲା ସନ୍ତାନର କୌଣସି ବି କଷ୍ଟ ହେଲେ ସେ ଉଗ୍ରରୂପ ଧାରଣକରି ଦୁଷ୍ଟର ଅନ୍ତ କରନ୍ତି।ଏତଦ୍ ବ୍ୟତୀତ ଏ ଜୀବନ ଭଲ ଓ ମନ୍ଦର ଦେବାସୁର ସଂଗ୍ରାମ, ଆମେ ସ୍ବୟଂ ନିଜର ସେନାପତି,ଆମକୁ ସୈନ୍ୟ ହଞ୍ଚାଳନର ଶକ୍ତି ମିଳୂଥାଉ।ତେଣୁ ମାତାଙ୍କର ଆରାଧନା କରାଯାଏ।

     ସ୍କନ୍ଦମାତା କଲ୍ୟାଣକାରୀ ଶକ୍ତିର ଅଧିଷ୍ଠାତ୍ରୀ ଦେବୀ।ବିଶୁଦ୍ଧ ଚକ୍ରରେ ମନ ସ୍ଥିର ହେବାଦ୍ବାରା ସାଧକର ମନ ସମସ୍ତ ଲୌକିକ,ସାଂସାରୀକ,ମାୟିକ ବନ୍ଧନରୁ ବିମୁକ୍ତ ହୋଇ ମାତାଙ୍କର ସ୍ବରୂପରେ ସମ୍ପୂର୍ଣ୍ଣ ଲୀନ ହୋଇଯାଏ।ଏହି ସ୍ତରରେ ସାଧକଙ୍କୁ ପୂର୍ଣ୍ଣ ସାବଧାନତାର ସହ ଉପାସନା ଦିଗରେ ଅଗ୍ରସର ହେବା ଉଚିତ,ସମସ୍ତ ଧ୍ୟାନବୃତ୍ତିଗୁଡିକୁ ଏକାଗ୍ର କରିଵାକୁ ପଡେ।ମାତାଙ୍କର ଉପାସନା ଦ୍ବାରା ସମସ୍ତ ଭୌତିକ ଦୁଃଖଦୂର ହୋଇ ପରମ ଶାନ୍ତି ପ୍ରାପ୍ତ ହୁଏ ଏବଂ ମୋକ୍ଷର ଦ୍ବାର ସୁଲଭ ହୋଇଯାଏ,ସୂର୍ଯ୍ୟମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ତାଙ୍କ ଉପାସକମାନଙ୍କଳ ଅଲୌକିକ ତେଜ ଏବଂ କାନ୍ତିରେ ପରିପୂର୍ଣ୍ଣ ହୋଇଯାଏ।ଏହି ପ୍ରଭାମଣ୍ଡଳ ପ୍ରତିକ୍ଷଣ ଭକ୍ତର ଯୋଗକ୍ଷେମର ନିର୍ବାହ କରେ।ଭକ୍ତିର ସମସ୍ତ ଇଚ୍ଛାପୂର୍ଣ୍ଣ ହୋଇ ଭବପାର ହୋଇଯାଏ।ସ୍କନ୍ଦମାତାଙ୍କ ଉପାସନାକରି ବୁଧଗ୍ରହଙ୍କୁ ନିୟନ୍ତ୍ରଣ ହୋଇ ଭକ୍ତର ଆଭା ଅନୁପମ ହୋଇଯାଏ ଏବଂ ସୁଖ, ସୌଭାଗ୍ୟ,ପ୍ରସନ୍ନତା ଓ ଶାନ୍ତିପ୍ରାପ୍ତ ହୁଏ।

           ରାଧେକୃଷ୍ଣ ….

                                ସତ୍ୟ ନାରାୟଣ ମହାପାତ୍ର

                                             ଭବାନୀପାଟଣା 

Related posts

ଉର୍ଲାଦାନୀରେ ବୀର ରେଣ୍ଡୋ ମାଝୀ ଙ୍କ ୧୬୭ତମ ସହିଦ ଦିବସ ପାଳିତ

Sunil Chandra Nayak

ଭାବର ଶ୍ରୀକ୍ଷେତ୍ର -ଚିନ୍ତାପୋଖରୀ ଠାରେ କଳସ ଯାତ୍ରା ଓ ରତ୍ନମୁଦ ମହୋତ୍ସବ

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!