ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କିଷାନ ସଂଘ ପକ୍ଷରୁ ଗୋଳାମୁଣ୍ଡା ବ୍ଲକ ଘେରାଓ ଓ ଗଣ ଧାରଣା

ଗୋଳାମୁଣ୍ଡା/୩୦/୯/ମସିହା/ ଜୟ ଯବାନ ଜୟ କିଷାନ ନାରାରେ ଆଜି ଉଠିଥାଏ ପଡୁ ଥାଏ ଗୋଳାମୁଣ୍ଡା ବ୍ଲକ। ଅନେକ ଗୁଡିଏ ସମସ୍ୟା ସମ୍ପର୍କରେ କିଷାନ ସଂଘର ସଭାପତି ଶ୍ରୀ ସାହୁଲ ମଙ୍ଗରାଜ ଙ୍କ ନେତୃତ୍ୱରେ ଶତାଧିକ ସଂଖ୍ୟାରେ ମହିଳା ଓ ପୁରୁଷ ଏବଂ ଯୁବକ ମାନେ ସମସ୍ତେ ସକାଳ ୧୦ ଟାରୁ ଗୋଳାମୁଣ୍ଡା ବ୍ଲକ ସାମନାରେ ନାରବାଜି ଦେଇ ସ୍ୱର ଉତ୍ତୋଳନ କରିଥିଲେ, ମୁଖ୍ୟ ତ ଚାଷୀ ମାନଙ୍କ ଫସଲ ହାନି ହୋଇ ଥିବା ଫସଲ ବୀମା ଏ ପର୍ଯ୍ୟନ୍ତ ଅଧିକାଂଶ ଚାଷୀ ନ ପାଇବା ଏବଂ ଗୋଳାମୁଣ୍ଡା ବ୍ଲକର ଗୋଳାମୁଣ୍ଡା, ବୃନ୍ଦାବାହଲ, ମାନଝରି, ଚିଲ ଗାଁ ଓ ଧାମନପୁର ଗ୍ରାମର ଏ ପର୍ଯ୍ୟନ୍ତ ସେଟଲମେଣ୍ଟ ନ ହେବା ,ଗୋଳାମୁଣ୍ଡା ବ୍ଲକ ପ୍ରଶାସନ RWSS ରେ ଥିବା ପୁରୁଣା ଲୁହାକୁ କୌଣସି ପ୍ରକାର ବିଜ୍ଞାପନ ନ ଦେଇ ନିଜ ଇଚ୍ଛା ମୁତାବକ ସ୍ୱଳ୍ପ ମୂଲ୍ୟରେ ବିକ୍ରି କରି ଥିଲେ, ଯାହାର ଓଜନ ୬୦ରୁ ଉର୍ଦ୍ଧଟନ ଥିଲା ବେଳେ ତାକୁ୪୦ଟନ ଦେଖାଇବା ଏବଂ କେଜି ପିଛା ସରକାରୀ ଦର ୪୫ଟଙ୍କା ଥିବା ବେଳେ ୨୧,୧୦,ଟଙ୍କାରେ ବିକ୍ରୟ କରିଛନ୍ତି, ଏହାର ତଦନ୍ତ କରିବା ସହ ଗୋଳାମୁଣ୍ଡା ବ୍ଲକକୁ ଦୁର୍ନୀତି ମୁକ୍ତ କରିବା ପାଇଁ ଘୋଷଣା କରିଥିଲେ ହେଲେ ସରକାରୀ କର୍ମଚାରୀ ଓ ଅଣସରକାରୀ ଙ୍କ ମଧୁ ଚନ୍ଦ୍ରିକରେ ଦୁର୍ନୀତି ରେ ଲିପ୍ତ ରହୁଥିବା ଯୋଗୁଁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ପାଇଁ ଶ୍ରୀ ମଙ୍ଗରାଜ ଦାବୀ କରିବା ସହ ତାଙ୍କ ପ୍ରତି ମିଥ୍ୟା ପ୍ରଚାର କରୁଛନ୍ତି ବୋଲି ଆକ୍ଷେପ କରିଥିଲେ ।ଏହାର ଦାବି ପୂରଣ ନ ହୁଏ ତେବେ ଆଗାମି ଦିନରେ ଭୟାନକ ଭାବେ ଆନ୍ଦୋଳନ ଆରମ୍ଭ ହେବ ବୋଲି ଚେତାବନୀ ଦେଇଛନ୍ତି, ଗୋଳାମୁଣ୍ଡା ବ୍ଲକରେ ଘଟୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମହାମହିମା ରାଜପାଳ ଉଦ୍ଦେଶ୍ୟରେ ବିଡିଓ ଶ୍ରୀଧର ପଣ୍ଡା ଙ୍କ ଜରିଆରେ ସାତଟି ଦାବି ନେଇ ଏକ ଦାବିପତ୍ର ପ୍ରଦାନକରା ଯାଇଥିଲା, ଏହି ସମୟରେ ଗୋଳାମୁଣ୍ଡା ଗନ୍ତିଆ ସୁବାଷ ରାଉତ, ଜୁନାଗଡ଼ ନିର୍ବାଚନ ମଣ୍ଡଳୀ କଂଗ୍ରେସ ସଭାପତି ଅନୀଲ ମଳିକ,ବ୍ଲକ ଯୁବ କଂଗ୍ରେସ ସଭାପତିଲମ୍ବୁଧର ଯାଲ, ମହିଳା ନେତ୍ରୀ ମାଧୁରୀ ମାଝୀ,ଚାଷୀ ନେତା ଘେନୁ ମାଝୀ, ଦେବରାଜ ଭାଟି ପ୍ରମୁଖ ଉପସ୍ଥିତ ଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନା ରିପୋର୍ଟ,ପ୍ରଗତିଶୀଳ ମସିହା

 

Related posts

କର୍ଲାମୁଣ୍ଡା: ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ଧାରଣା

Sunil Chandra Nayak

ବାଇକ ଧକ୍କାରେ ପଥଚାରୀର ମୃତ୍ୟୁ 

Sunil Chandra Nayak

ଖଡ଼ିଆଳ ସାହିତ୍ୟ ସମିତିର ସମ୍ପାଦକ ଗୌରାଙ୍ଗ ସାହୁ

Leave a Comment

error: Content is protected !!