ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଖରୀ ରୁ ଗାଧୋଇବାକୁ ଯାଇ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଅନ୍ତେବାସୀ ଙ୍କ ମୃତ୍ୟୁ

 ତେନ୍ତୁଳିଖୁଣ୍ଟି 30/09/22 -ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତିଗୁଡ଼ା ଠାରେ ଥିବା ଅରବିନ୍ଦ ଶିକ୍ଷା କେନ୍ଦ୍ର ର ଛାତ୍ର ରୁଦ୍ର ମାଝୀ (15) ଦଶମ ଶ୍ରେଣୀରେ ପଢୁ ଥିବା ଛାତ୍ର ଆଜି ସକାଳ ପ୍ରାୟ 8 ଘଣ୍ଟିକା ସମୟରୁ ହଷ୍ଟେଲ ରୁ ବାହାରି ତା ସହ ୧୦ ଜଣ ଅନ୍ତେବାସୀ ଙ୍କ ସହ ଫଟାଗୁଡା ଠାରେ ଥିବା ଏକ ପୋଖରୀ ଠାରେ ଗାଧୁଆ ଥିବା ସମୟରେ ଗଭୀର ଜଳରେ ବୁଢ଼ି ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟମାନେ ସେଠାରୁ ଚାଲିଯାଇଥିଲେ । ଗ୍ରାମ ବାସୀ ଦେଖି ସ୍ଥାନୀୟ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ଖାତିଗୁଡ଼ା ଥାନା ଆଇଆଇସି ଦୀପକ ଲେଙ୍କା ନିଜ ଥାନା ଷ୍ଟାଫ ସହ ପହଞ୍ଚି ତେନ୍ତୁଳିଖୁଣ୍ଟି ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ ଅଗ୍ନିଶମ ଟିମ ପହଞ୍ଚି ଛାତ୍ର କୁ ଉଦ୍ଧାର କରିଥିଲେ।ଏହାପରେ ତେନ୍ତୁଳିଖୁଣ୍ଟି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର କୁ ତୁରନ୍ତ ନେବାପରେ ଡକ୍ଟର ବ୍ରହ୍ମା ନନ୍ଦ ଦାସ ମୃତ ଘୋଷଣା କରିଥିଲେ ।ମୃତ ଛାତ୍ର ଙ୍କ ବାପା ପଦ୍ମନ ମାଝୀ ଶିକ୍ଷା ବିଭାଗ ରେ କାର୍ଯ୍ୟ କରୁଥିବା ବେଳେ ମା ସ୍ୱାସ୍ଥ୍ୟ ବିଭାଗ ରେ କାର୍ଯ୍ୟ କରୁଛନ୍ତି,ପରିବାରରେ 2ଝିଅ ରେ ରୁଦ୍ର ଏକମାତ୍ର ପୁଅ ।

       ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏହି ବେସରକାରୀ ଅନୁଷ୍ଠାନ ରେ ଦୂର ଦୁରାନ୍ତ ରୁ ଆସି ଅଧ୍ୟୟନ କରୁଥିବା ବେଳେ ହଷ୍ଟେଲ ପରିସର ରେ ସବୁ ସୁବିଧା ଥିବା ବେଳେ ଛାତ୍ର ଛାତ୍ରୀ ଙ୍କ ଠାରୁ ଶିକ୍ଷା ଏବଂ ହଷ୍ଟେଲ ବାବଦ କୁ ମୋଟା ଅଙ୍କରେ ଟଙ୍କା ନେଉଥିବା ସତ୍ତ୍ୱେ ଅନ୍ତେବାସୀ ଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଥିବା ଏପରିକି ପୂତି ଗନ୍ଧମୟ ଡ୍ରେନ ସଫା କାର୍ଯ୍ୟରେ ଅନେକ ସମୟରେ ନଜିର ରହିଛି ,ଏହି ଘଟଣା ପରେ ଜଣା ଯାଉଛି ପ୍ରତି ଦିନ ଅନ୍ତେବାସୀ ଛାତ୍ରାବାସ ରୁ ବାହାରକୁ ଯାଉଛନ୍ତି। ଅନ୍ତେବାସୀ ଯେଉଁପରି ଭାବେ ବିପଦପୂର୍ଣ୍ଣ ଉପାୟରେ ବିଦ୍ୟାଳୟ ପାଚେରୀ ପ୍ରତ୍ୟହ ଡେଇଁ ବାହାରକୁ ଯାଉଛନ୍ତି, ଏହାକୁ ହଷ୍ଟେଲ କର୍ତ୍ତୃପକ୍ଷ ଙ୍କ ନିଘା ନାହିଁ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।ଏହି ଛାତ୍ରା ବାସରୁ ଜଣେ ଝିଅ ମଧ୍ୟ ପାଖ ଗାଁ ଲୋକେ ଉଦ୍ଧାର କରି ହଷ୍ଟେଲରେ ଛାଡିଥିଲେ । ଏହିପରି ଘଟଣା ପରେ ମଧ୍ୟ ଶିକ୍ଷା କେନ୍ଦ୍ର କର୍ତ୍ତୃପକ୍ଷ ଙ୍କ ଚରମ ଅବହେଳା ରୁ ଏହିପରି ଦୁର୍ଘଟଣା ଘଟିଥିବା ଜଣା ଯାଉଛି।ଏହି ଶିକ୍ଷାନୁଷ୍ଠାନ ଆଖ ପାଖ ଅଞ୍ଚଳର ଛାତ୍ର ଛାତ୍ରୀ ଙ୍କୁ ହଷ୍ଟେଲ ରେ ରଖୁନଥିବା ବେଳେ ମାଲକାନଗିରି, ରାଇଘର,ଚନ୍ଦହାଣ୍ଡି,ଝରିଗାଁ କଳାହାଣ୍ଡି ଦୂର ଦୁରାନ୍ତ ପିଲାଙ୍କୁ କାହିଁକି ରଖି ମୋଟା ଅଙ୍କରେ ଟଙ୍କା ନେଉଥିବା ଅଭିଯୋଗ ହେଉଛି ।ଏହି ପରି ଶିକ୍ଷା ଅନୁଷ୍ଠାନ ଗୁଡିକ ପ୍ରତି ଅଞ୍ଚଳ ବାସୀ ଙ୍କ ମନରେ କୋହ ଧୀରେ ଧୀରେ ଦାନା ବାନ୍ଧୁଥିବା ବେଳେ ଆଗକୁ ପ୍ରଶାସନ ଯଥା ଶୀଘ୍ର ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣ ରେ ଦାବୀ ହୋଇଛି । ଥାନା ତରଫରୁ ୟୁ ଡି କେଶ ନମ୍ବର 5 /22 ରୁଜୁ କରି ତଦନ୍ତ କରୁଛି।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ଜାତୀୟ ‘ହୋ’ ଯୁବକ ସମ୍ମିଳନୀ ୨୦୨୨ ନଭେମ୍ବର ୫ ଏବଂ ୬ ରେ ହେବା ନେଇ କେନ୍ଦ୍ରୀୟ କମିଟି ର ପ୍ରସ୍ତୁତି ବୈଠକ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ମାତୃ ଦିବସ ଉପଲକ୍ଷେ

ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!