ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକସ୍ତରୀୟ ମିଶନଶକ୍ତି ଋଣ ମେଳା

କୋକସରା,୩୦/୯-( ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଭାଗୃହ ଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ମିଶନଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଛି । ଏଥିରେ ମୂଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ବିଡିଓ ଉତ୍ତମ କୁମାର ବାଗ, ଭାରପ୍ରାପ୍ତ ସିଡିପିଓ ସରୋଜ ଲତା ଦେଇ, ବିଏଲସି ଓସିଏମ ସୁମେଶ କୁମାର ରାଉତ, ବିଏଲସି ସୌମ୍ୟ ରଞ୍ଜନ ପଣ୍ଡା, ବିପିଏସିଏ ମନୋରଞ୍ଜନ ମହାନ୍ତି ସମେତ ସମସ୍ତ ବ୍ୟାଙ୍କ ଶାଖା ପରିଚାଳକ ଯୋଗ ଦେଇଥିଲେ । ବିଏଲ୍‌ସି ଓସିଏମ୍ ସୁରେଶ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ ନିମନ୍ତେ ସମସ୍ତ ନଥିପତ୍ର ସଂଗ୍ରହ କରାଯାଇଥିଲା । ପରେ ବ୍ୟାଙ୍କ ମାନଙ୍କ ଦ୍ୱାରା ବ୍ଲକର ୧୪୮ ମହିଲା ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ୨ କୋଟି ୪୪ ଲକ୍ଷ ଟଙ୍କାର ଋଣ ପ୍ରଦାନ ପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।

Related posts

ବଜ୍ରାଘାତ ରେ ଦୁଇ ମଇଁଷି ମୃତ୍ୟ

ଉମାକାନ୍ତ ଦାସ ଙ୍କ କବିତା ମାଆ ବିରଜାଙ୍କୁ ଅଳି

Sunil Chandra Nayak

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ର ବୈଠକ , ଧର୍ମଗଡ ବ୍ଲକ ର ସାଂଗଠାନିକ ନିର୍ବାଚନ

Sunil Chandra Nayak

Leave a Comment

error: Content is protected !!