ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରିଷ୍ଠ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ରୁପ୍ରା ତା.30/9(ମ ନି ସ) ନର୍ଲା ବ୍ଲକ ଅଧିନସ୍ତ ରୁପ୍ରା ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଠାରେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ଆଚାର୍ଯ୍ୟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । କାର୍ଯ୍ୟରତ ସମୟରେ ତାଙ୍କର ସ୍ନେହ ଓ ଶ୍ରଦ୍ଧାରେ ବାନ୍ଧି ହୋଇଯାଇଥିଲେ ଛାତ୍ରୀ ଛାତ୍ର  | ପିଲାଙ୍କୁ ଭଲ ପାଠ ପଠାଇବା ସହ ଅଭିଭାବକଙ୍କୁ ଭଲ ବ୍ୟବହାର ଦେଉଥିଲେ। ଶ୍ରୀଯୁକ୍ତ ଆଚାର୍ଯ୍ୟ ଜଣେ ଛାତ୍ର ବତ୍ସଳ ଶିକ୍ଷକ ହୋଇଥିବା ଯୋଗୁଁ ଛାତ୍ର ଛାତ୍ରୀ ମହଲରେ ବେଶ୍ ଆଦରଣୀୟ ଓ ସମ୍ମାନୀୟ ଥିଲେ ଏବଂ ସ୍କୁଲ କୁ ଶୃଙ୍ଖଳିତ ରଖିବା ଓ ଗଠନ ମୂଳକ କାମରେ ତାଙ୍କର ଅହେତୁକ ଅବଦାନ ଚିରଦିନ ଲିପିବଦ୍ଧ ହୋଇ ରହିବ ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ବୁଡୁ ମହାଳିଙ୍ଗ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ତଥା ଅବସରପ୍ରାପ୍ତ ବି ଇ ଓ (ଜୁନାଗଡ )ଶ୍ରୀଯୁକ୍ତ ବିଜୟ କୁମାର ସେନାପତି, ପୂର୍ବତନ ସରପଞ୍ଚ ଅକ୍ରୁର ସାହୁ, ସରପଞ୍ଚ ଶ୍ରୀମତୀ ଡଲି ବେହେରା, ସହ ଶିକ୍ଷକ ପ୍ରଦୀପ କୁମାର ନନ୍ଦ, ଗଣିତ ଶିକ୍ଷକ ବିଜୟ କୁମାର ସାହୁ, ବିଜ୍ଞାନ ଶିକ୍ଷକ ଚନ୍ଦ୍ରଶେଖର ବେହେରା, ସଂସ୍କୃତ ଶିକ୍ଷକ ସୁଦାମ ମିଶ୍ର, ବରିଷ୍ଠ କିରାଣୀ କ୍ଷୀରସିନ୍ଧୁ ସାହୁ ପୁରାତନ ଛାତ୍ର ତଥା ରୁପ୍ରା ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ  ପାର୍ବତଆରୋହୀ ଯୋଗାବ୍ୟାସ ଭୋଇ ଓ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। 

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ମଧ୍ୟପ୍ରଦେଶ ସରକାର ପ୍ରତିନିଧି ଦଳ ଙ୍କ ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶଂସା

Sunil Chandra Nayak

ଗୋରୁମହିଷାଣୀ ଥାନା:ଆମଦାବେଡା ଗ୍ରାମରେ ଯୁବକର ଝୁଲନ୍ତା ଶବ ପୋଲିସ ଦ୍ବାରା ଉଦ୍ଧାର

Sunil Chandra Nayak

ଖଡ଼ିଆଳ ପଞ୍ଚାୟତ ସମିତି ର ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!