ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଦନପୁରରେ ମା ପଟଖଣ୍ଡା ଙ୍କ ଛତର ଯାତ୍ରା 

ମ,ରାମପୂର୍,୧/୧୦( ମସୀହା): ଦୀର୍ଘ ୨/୩ ବର୍ଷ ପରେ ଆଜି କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ର ମଦନପୁର ଠାରେ ରୀତିନୀତି ଅନୁଯାୟୀ ମା ପାଟଖଣ୍ଡାଙ୍କ ଛତର ଯାତ୍ରା ଧୁମ୍ ଧାମ୍ ରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମା ପାଟଖଣ୍ଡା ମନ୍ଦିର ରୁ ଛତ୍ର ବାହାରି ମଦନପୁର ଗ୍ରାମ ପରି ଭ୍ରମଣ କରିଥିଲେ। ଏହି ଛତର ଯାତ୍ରା ପରିକ୍ରମାରେ ଅନେକ ଲୋକେ ଅଧିଆ ପଡ଼ି ନିଜସ୍ଵ ଦୁଃଖ ନିବାରଣ ସକାଶେ ମାନସିକ କରିଥିଲେ।ପରେ ଏହି ଛତର୍ ପୁଣି ମାଙ୍କ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିଥିଲା। ଏଥିରେ ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଯୋଗ ଦେବାସହ ମାନସିକ ଧାରୀ ଶ୍ରଦ୍ଧାଳୁ ମାନେ ନିଜ ନିଜ ମାନସିକ ପୂରଣ ପରେ ଆଜି ମାଙ୍କ ନିକଟରେ ବୋଦା ବଳି ଦେଇଥିଲେ ଓ ସମସ୍ତ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥଲେ।ଏଥିରେ ମ. ରାମପୁରର ରାଜ୍ ପରିବାର ପକ୍ଷରୁ ନବାଗତ ଯୁବନେତା ନିଲ ମାଧବ ସିଂହଦେଓ ସପରିବାର ସହ ଯୋଗ ଦେଇ ମାଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ସମସ୍ତଙ୍କ ପାଇଁ ଶୁଭ ମନାସି ଥିଲେ।

ମ.ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ଲାଇଲମ ଘାଟୀରେ ଓଲଟିଲା ଲୁହାଛଡ ବୋଝେଇ ଟ୍ରଲର

Sunil Chandra Nayak

ବରଗଡ଼ ଧନୁଯାତ୍ରା ର ଶିଶୁ ବଳରାମ କଳାକାର ଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କଲେ ପଦ୍ମଶ୍ରୀ ବାବା ବଳିଆ

Sunil Chandra Nayak

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା; ମହିଳାଙ୍କ ଝୁଲନ୍ତା ମୃତଦେହ ପୋଲିସ ଦ୍ବାରା ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!